ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ପାଇଁ ଦେବଦୂତ ସାଜିଲା ପୁଲିସ

Advertisment
ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ପାଇଁ ଦେବଦୂତ ସାଜିଲା ପୁଲିସ

aajtak

ନୂଆଦିଲ୍ଲୀ: ଅନେକ ସମୟରେ ପୁଲିସ ଏଭଳି କାରନାମା ସାମ୍ନାକୁ ଆସିଥାଏ, ଯାହା ଲୋକଙ୍କ ହୃଦୟ କିଣିଥାଏ। ରାଜସ୍ଥାନର ଚୁରୁ ଜିଲ୍ଲାରେ ମଧ୍ୟ ଠିକ ସେଭଳି ଏକ ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳାଙ୍କ ସାହାଯ୍ୟ କରି ହିରୋ ପାଲଟିଛି ପୁଲିସ। ମଧ୍ୟ ରାତ୍ରିରେ ବନ୍ଦ ରେଳ ଫାଟକରେ ପ୍ରସବ ବେଦନା ଅନୁଭବ କରୁଥିବା ଜଣେ ମହିଳାଙ୍କୁ ତିନିଜଣ ପୁଲିସ କର୍ମଚାରୀ ରେଳ ଲାଇନ ପାର କରାଇବା ସହ ପାଟ୍ରୋଲିଂ ଗାଡିରେ ଡାକ୍ତରଖାନାକୁ ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମହିଳାଙ୍କର ଗାଡିରେ ହିଁ ଡେଲିଭରୀ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ତିନିଜଣ ପୁଲିସ କର୍ମଚାରୀ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଓମ କଲୋନୀ ଫାଟକ ପାଖରେ ତାଙ୍କୁ ମହିଳାଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଏହା ପରେ ଗାଡିରୁ ବାହାରି ଖୋଜାଖୋଜି କରିବା ପରେ ବନ୍ଦ ରେଳ ଦ୍ୱାରରେ ମହିଳାଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନେଉଥିବା ବେଳେ ବାଟରେ ମହିଳାଜଣକ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ମହିଳାଙ୍କ ପରିଜନ ତାଙ୍କୁ ଓମ କଲୋନୀ ଦେଇ ଡାକ୍ତରଖାନା ନେଉଥିବା ବେଳେ ରେଳ ଫାଟକ ବନ୍ଦ ଥିବା ଦେଖି ଅଟକି ଯାଇଥିଲେ। ଏହା ପରେ ପୁଲିସ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe