ଏହି ମେସିନ୍‌ରେ ଅଦରକାରୀ ପାଣି ବୋତଲ ପକାନ୍ତୁ, ୧୦ଟଙ୍କାର ମାଗଣା ରିଚାର୍ଜ ପାଆନ୍ତୁ

ଏହି ମେସିନ୍‌ରେ ଅଦରକାରୀ ପାଣି ବୋତଲ ପକାନ୍ତୁ, ୧୦ଟଙ୍କାର ମାଗଣା ରିଚାର୍ଜ ପାଆନ୍ତୁ

ଜୟପୁର: ରାଜସ୍ଥାନର ଯୋଧପୁର ରେଲୱ ଷ୍ଟେସନରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବର୍ଜନାକୁ ନିୟନ୍ତ୍ରିତ କରିବା ପାଇଁ ଏକ ସ୍ୱତନ୍ତ୍ର ମେସିନ ଲଗା ଯାଇଛି । ଏହି ମେସିନରେ ପ୍ଲାଷ୍ଟିକର ଖାଲି ବୋତଲ ପକାଇବା ଦ୍ୱାରା ଆପଣଙ୍କ ମୋବାଇଲରେ ୧୦ ଟଙ୍କା ମାଗଣାରେ ରିଚାର୍ଜ ହୋଇପାରିବ।

ରେଳବାଇ କହିବାନୁସାରେ, ତାଙ୍କର ଏହି ବ୍ୟବସ୍ଥା ମୁଖ୍ୟ ରୂପରେ ପ୍ଲାଷ୍ଟିକ ଆବର୍ଜନା କମ କରିବା ପାଇଁ ହୋଇଛି। ଏହି ମେସିନ ଏକ ସ୍ୱତନ୍ତ୍ର ଟେକ୍‌ନୋଲୋଜି ସହାୟତାରେ କାମ କରିଥାଏ । ମେସିନ ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିଥାଏ । ଏହି ମେସିନରେ ପ୍ଲାଷ୍ଟିକର ଖୋଲା ବୋତଲ ପକାଇବା ପରେ ଏହାକୁ ଗୁଣ୍ଡ ଗୁଣ୍ଡ କରିଦିଏ, ଏବଂ ଏହାର ଉପଯୋଗ ପ୍ଲାଟିକକୁ ରିସାଇକେଲିଂ କରି ଅନ୍ୟ ଉତ୍ପାଦ ବନାଇବା ଥାଏ । ଏପରି କରିବା ଦ୍ୱାରା ଲୋକେ ସଚେତନ ହେବା ସହ ପ୍ରେରଣା ପାଇବେ ବୋଲି ରେଳବାଇ ଆଶା ରଖିଛି ।

publive-image

ଏଥିପାଇଁ ଏପରି ଏବ ସ୍ୱାଗତଯୋଗ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁଠି ଖୋଲା ବୋତଲ ପକାଇବା ଦ୍ୱାରା ୧୦ ଟଙ୍କାର ମାଗଣା ପ୍ରୋମୋ କାର୍ଡ ଦିଆଯିବ । ଏହି କାର୍ଡ ଆପଣ ବୋତଲ ପକାଇବା ପରେ ହିଁ ଆପଣଙ୍କ ମୋବାଇଲରେ ଏକ ଏସଏମଏସ ଜରିଆରେ ମିଳିବ ।

କିନ୍ତୁ ଲୋକ ଏହି ବ୍ୟବସ୍ଥାକୁ ଉପଯୋଗ କରି ଯେତେ ଇଚ୍ଛା ସେତେ ସୁବିଧା ନେଇ ପାରିବେ ନାହିଁ, ଏହାର ଏକ ସୀମା ରହିଛି । ଷ୍ଟେସନ ପ୍ରଶାସନ ଏଭଳି ବ୍ୟବସ୍ଥା କରିଛନ୍ତି କି, ଏକ ମୋବାଇଲ ନମ୍ବରରେ କେବଳ ତିନି ଥର ହିଁ ଏହାର ଲାଭ ଉଠାଇ ପାରିବେ । ରାଜସ୍ଥାନ ରେଲବାଇର ଜନସଂପର୍କ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହି ମେସିନ ଷ୍ଟେସନର ପ୍ରବେଶ ଦ୍ୱାରରେ ହିଁ ଲଗାଯାଇଛି । ଯଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ବ୍ୟବହାର କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe