ଏହି ଗ୍ରାମରେ ପିତା ହେବା ପାଇଁ କରିବାକୁ ପଡ଼ିଥାଏ ଦୁଇଥର ବିବାହ !

Advertisment
ଏହି ଗ୍ରାମରେ ପିତା ହେବା ପାଇଁ କରିବାକୁ ପଡ଼ିଥାଏ ଦୁଇଥର ବିବାହ !

rochakpost.com

ରାଜସ୍ଥାନ : ଆମ ଦେଶରେ ଅନେକ ଅଭୁତ ପରମ୍ପରା ରହଛି । ତେବେ ରାଜସ୍ଥାନର ଦେରାସର ଗ୍ରାମରେ ଦେଖିବାକୁ ମିଳିଥାଏ ଏଭଳି ଏକ ପରମ୍ପରା। ଏହି ଗ୍ରାମରେ ଜଣେ ପୁରୁଷଙ୍କୁ ପିତା ହେବା ପାଇଁ ଦୁଇ ଥର ବିବାହ କରିବାକୁ ପଡ଼ିଥାଏ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଏହି ଗ୍ରାମରେ ଦୁଇ ଥର ବିବାହ କୌଣସି ଧର୍ମିକ ରୀତିନୀତି ପାଇଁ ନୁହଁ ବରଂ ଗ୍ରାମବାସୀଙ୍କର ଦୀର୍ଘ ଦିନର ବିଶ୍ୱାସ ପାଇଁ ହୋଇଛି। ଏଠାରେ ବିଶ୍ୱାସ ପ୍ରଚଳିତ ଅଛି କି, ଗ୍ରାମର ଜଣେ ପୁରୁଷ ଯଦି ଥରେ ବିବାହ କରୁଛନ୍ତି ତେବେ ସେ ସନ୍ତାନ ସୁଖ ପ୍ରାପ୍ତ କରିପାରିବେ ନାହିଁ । ବହୁ ବର୍ଷ ତଳେ ଏଠାରେ କେତେ ଜଣ ପୁରୁଷ ପ୍ରଥମ ବିବାହ ପରେ ସନ୍ତାନ ପ୍ରାପ୍ତ କରିପାରି ନଥିଲେ, କିନ୍ତୁ ପରେ ଦ୍ୱିତୀୟ ବିବାହ କରିବାରୁ ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥିଲା।

publive-image rochakpost.com

ପ୍ରକୃତରେ ଏହି ଗ୍ରାମରେ ଏପରି ଅନେକ ଦମ୍ପତି ଅଛନ୍ତି, ଯେଉଁମାନେ ପ୍ରଥମ ବିବାହରୁ ସନ୍ତାନ ପ୍ରାପ୍ତ କରିନାହାନ୍ତି । କିନ୍ତୁ ପରେ ସେମାନେ ଦ୍ୱିତୀୟ ବିବାହ କରିଥିଲେ ଏବଂ ତାଙ୍କର ସନ୍ତାନ ଜନ୍ମ ହୋଇଥିଲା । ପୁଣି ଗ୍ରାମରେଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର ଦ୍ୱିତୀୟ ବିବାହ ପରେ ତାଙ୍କର ଜନ୍ମ ହୋଇଥିଲେ ତିନୋଟି ସନ୍ତାନ । ଏଣୁ ଧିରେ ଧିରେ ଏହି ଚିନ୍ତାଧାରା ପରମ୍ପରାର ରୂପ ନେଇଗଲା ଏବଂ ବର୍ତ୍ତମାନ ଗ୍ରାମରେ ଦୁଇଥର ବିବାହ କରିବା ଏକ ସାମାନ୍ୟ କଥା ।

publive-image rochakpost.com

ଏହି ଗ୍ରାମରେ ଥିବା କିଛି ଅନ୍ଧବିଶ୍ୱାସୀ ଲୋକ ଏହି ଘଟଣାକୁ ପରମ୍ପରାର ନାମ ଦେଇ ଦେଇଛନ୍ତି। ଏହି ପରମ୍ପରା ଅନୁଯାୟୀ ବର୍ତ୍ତମାନ ଲୋକଙ୍କୁ ଜବରଦସ୍ତି ଦ୍ୱିତୀୟ ବିବାହ କରିବା ପାଇଁ ବାଧ୍ୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe