ପୂଜା କରୁକରୁ ଅର୍ନ୍ତଧ୍ୟାନ ହୋଇଗଲେ ମହିଳା, ଲୋକେ ଚମତ୍କାର ଭାବି ଘରକୁ ମନ୍ଦିର କରି ପୂଜା କରୁଥିବା ବେଳେ ପୁଲିସ କରୁଛି ତଦନ୍ତ

Advertisment
ପୂଜା କରୁକରୁ ଅର୍ନ୍ତଧ୍ୟାନ ହୋଇଗଲେ ମହିଳା, ଲୋକେ ଚମତ୍କାର ଭାବି ଘରକୁ ମନ୍ଦିର କରି ପୂଜା କରୁଥିବା ବେଳେ ପୁଲିସ କରୁଛି ତଦନ୍ତ

ବାଡମେର: ରାଜସ୍ଥାନର ବାଡମେରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୂଜା କରୁଥିବା ସମୟରେ ଉଭେଇ ଯାଇଥିବା ଦାବି କରାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହାକୁ ଚମତ୍କାର ବୋଲି କହି ସ୍ଥାନୀୟଲୋକେ ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି। ଏପରି କି ମହିଳାଙ୍କ ଘରକୁ ମନ୍ଦିର କରି ଦିଆଯାଇଛି। କେବଳ ଏତିକି ନୁହେଁ ସାଧୁ-ମହାତ୍ମା ବି ଏଠାକୁ ଆସି ଧ୍ୟାନ-ସାଧନା କରିବାକୁ ବସି ଯାଇଛନ୍ତି।

publive-image navbharattimes

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଜିଲ୍ଲାର ଗୁଡାମାଲାଣି ଥାନା ଅଞ୍ଚଳର ଗ୍ରାମ ରତନପୁରାରେ ଘଟିଛି। ୨୬ବର୍ଷୀୟ ଲିଲା ଦେବୀଙ୍କ ପରିବାରଙ୍କ ଦାବି କି ଶନିବାର ଲିଲା ନିଜ କୋଠରୀରେ ଥିଲେ। ଆକସ୍ମିକ ଭାବେ ବନ୍ଦ କୋଠରୀ ଭିତରୁ ସେ ଉଭେଇ ଯାଇଥିଲେ। ପରିବାରବର୍ଗ କୋଠରୀ ଖୋଲି ଦେଖିଲା ବେଳକୁ ମହିଳା ସେଠାରେ ନଥିଲେ। ଲିଲାଦେବୀ ବହୁତ ପୂଜା-ଅର୍ଚ୍ଚନା କରନ୍ତି। ସେଥିପାଇଁ ବୋଧ ହୁଏ ପୂଜା କରୁଥିବା ସମୟରେ ସେ ଅର୍ନ୍ତଧ୍ୟାନ ହୋଇଯାଇଥିବା ପରିବାରଲୋକେ କହୁଛନ୍ତି।

ଅନ୍ୟପକ୍ଷେରେ ମହିଳା ନିଖୋଜ ନେଇ ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। କେହି ପୂଜା କରୁଥିବା ସମୟରେ ଅର୍ନ୍ତଧ୍ୟାନ ହୋଇଯିବା କଥା ଅସମ୍ଭବ। ମହିଳା ଜଣକ ସମସ୍ତଙ୍କଠାରୁ ଲୁଚି କେଉଁଆଡେ ନିଶ୍ଚିୟ ଚାଲି ଯାଇଛନ୍ତି। ମହିଳାଙ୍କ ପରିବାରବର୍ଗ ଏନେଇ କୌଣସି ମାମଲା ରୁଜୁ କରି ନାହାନ୍ତି। କିନ୍ତୁ ପୁଲିସ ନିଜ ଆଡୁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe