ପରିବାର ନୁହେଁ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପାଇବା ପରେ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ରଜନୀକାନ୍ତ

Advertisment
ପରିବାର ନୁହେଁ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପାଇବା ପରେ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ୬୭ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ଆଜି ଅଭିନେତା ରଜନୀକାନ୍ତଙ୍କୁ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଠାରୁ ୭୦ ବର୍ଷିୟ ରଜନୀକାନ୍ତ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରିବା ପରେ ରଜନୀକାନ୍ତ ନିଜ ପରିବାର ପରିବର୍ତ୍ତେ ପାଇଥିବା ପୁରସ୍କାରକୁ ନିଜର ଜଣେ ଖାସ୍ ବନ୍ଧୁଙ୍କୁ ଉତ୍ସର୍ଗ କରିଥିଲେ। ଅସୁବିଧା ସମୟରେ ସାଥ୍ ଦେଇଥିବା ଦେହି ପୁରୁଣା ବନ୍ଧୁଙ୍କୁ ଭୁଲିନଥିଲେ ରଜନୀକାନ୍ତ। ଆଜି ସେ ଯାହା ବି ବନିଛନ୍ତି, ତାହା‌ କେବଳ ନିଜର ବନ୍ଧୁଙ୍କ ପାଇଁ ବୋଲି କହିଛନ୍ତି।

ସୂଚନା ମୁତାବକ, ରଜନୀକାନ୍ତ ଅଭିନୟ କରିବା ପୂର୍ବରୁ ବସ କଣ୍ଡକ୍ଟରଭାବେ କାମ କରୁଥିଲେ। ଏହି ସମୟରେ ବସ ଚାଳକ ଥିବା ରାଜ ବାହାଦୁର ତାଙ୍କୁ ଫିଲ୍ମ କରିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶକ୍ରମେ ସେ ଫିଲ୍ମରେ ପ୍ରବେଶ କରିଥିବାରୁ ଆଜି ଏହି ସଫଳତା ତାଙ୍କୁ ମିଳିଥିବା କହିଛନ୍ତି ରାଜନୀକାନ୍ତ।

ରଜନୀକାନ୍ତଙ୍କୁ ଏଥର ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯିବା କଥା ଏପ୍ରିଲ୍‌ ମାସରେ ରାଜ୍ୟସଭା ‘ବିଜେପି’ ସାଂସଦ ପ୍ରକାଶ ଜାଭଡେକର୍‌ ପ୍ରଥମେ ଘୋଷଣା କରିଥିଲେ। ଭାରତର ଚଳଚ୍ଚିତ୍ର ଉତ୍ସବ ନିର୍ଦେଶାଳୟ ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ସେ ଟୁଇଟ୍‌ କରି ଲେଖିଥିଲେ, ପ୍ରଶଂସକମାନେ ଶ୍ରଦ୍ଧାରେ ‘ଥଲାଇବା’ କହୁଥିବା ରଜନୀକାନ୍ତ ଅକ୍ଟୋବର ୨୫ ତାରିଖ ଦିନ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ୫୧ତମ ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାର ପାଇବେ।

୨୦୧୯ ବର୍ଷ ପାଇଁ ‘ଦାଦା ସାହେବ ପୁରସ୍କାର’ ଗତବର୍ଷ ଘୋଷଣା କରାଯାଇଥିଲା କିନ୍ତୁ, କୋଭିଡ୍‌-୧୯ ମହାମାରୀ ଯୋଗୁଁ ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ରଖାଯାଇଥିଲା। ସେହିପରି, ‘୨୦୧୯ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ ମଧ୍ୟ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe