ସିନେ ଜଗତରେ ୫୦ବର୍ଷ ପୂର୍ତ୍ତି ଅବସରରେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତିକୁ କ୍ଷୀରରେ ଅଭିଷେକ କଲେ ପ୍ରଶଂସକ

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ଜଗତରେ ୫୦ବର୍ଷ ପୂରଣ ହୋଇଛି।ଅଭିନେତାଙ୍କ ଏହି ପୂର୍ତ୍ତି ଅବସରରେ ଫ୍ୟାନ୍ସ ମନ୍ଦିରକୁ ୫ହଜାରରୁ ଅଧିକ ଫଟୋରେ ସଜାଇ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତିରେ କ୍ଷୀର ଓ ଜଳ ଅଭିଷେକ କରିଥିଲେ।

New Project (19)

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ଜଗତରେ ୫୦ବର୍ଷ ପୂରଣ ହୋଇଛି।  ଅଭିନେତାଙ୍କ ଜଣେ ବଡ଼ ଫ୍ୟାନ୍ସ ରଜନୀକାନ୍ତଙ୍କ ଏହି ପୂର୍ତ୍ତିକୁ ଏଭଳି ଭାବେ ପାଳନ କରିଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟି ଯାଇଛି। 

ରଜନୀକାନ୍ତଙ୍କ ଏହି ପ୍ରଶଂସକ ନାମ କାର୍ତ୍ତିକ । ତାମିଲନାଡୁସ୍ଥିତ ମଦୁରାଇରେ କାର୍ତ୍ତିକ ତାଙ୍କ ବାସଭବନରେ ରଜନୀକାନ୍ତଙ୍କ ଏକ ସୁନ୍ଦର ମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିରରେ ସେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତି ରଖିଛନ୍ତି।  ଉକ୍ତ ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୨୫୦ କିଲୋଗ୍ରାମ  ରହିଛି।

ରଜନୀକାନ୍ତଙ୍କ ସିନେମା ଜଗତରେ ୫୦ ବର୍ଷ ପୂରଣ ଅବସରରେ କାର୍ତ୍ତିକ ରଜନୀକାନ୍ତଙ୍କ ମନ୍ଦିରକୁ ୫,୫୦୦ ରୁ ଅଧିକ ଫଟୋ ସହିତ ସଜାଇ ଉତ୍ସବ ପାଳନ କରିଛନ୍ତି। ପରିବାର ସହିତ ମିଶି କାର୍ତ୍ତିକ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତିର ପୂଜା କରିବା ପରେ କ୍ଷୀର ଓ ଜଳରେ  ଅଭିଷେକ ମଧ୍ୟ କରିଛନ୍ତି। ଏହି ସମୟରେ ରଜନୀକାନ୍ତଙ୍କ ମନ୍ଦିର ଶଙ୍ଖ ହୁଳହୁଳି ନାଦରେ କମ୍ପି ଉଠିଥିଲା। 

ଏହି ଘଟଣା ଜଣେ ଅଭିନେତାଙ୍କ ପ୍ରତି ଫ୍ୟାନ୍ସଙ୍କ ଥିବା  ଗଭୀର ଭକ୍ତି ଏବଂ ପ୍ରେମକୁ ସ୍ପଷ୍ଟ ଭାବରେ ଦର୍ଶାଇ ଦେଉଛି।


କାର୍ତ୍ତିକ ଏହି ଘଟଣାକୁ ନେଇ କହିଛନ୍ତି, ‘ମୁଁ  ରଜନୀକାନ୍ତଙ୍କୁ ଜଣେ ଦେବତା ଭାବରେ ବିବେଚନା କରେ। ତେଣୁ ମୁଁ ଓ ମୋ ପରିବାର ରଜନୀକାନ୍ତଙ୍କ ସିନେମା ଜଗତରେ ୫୦ ବର୍ଷ ପୂରଣ ଅବସରରେ  ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ପୂଜା ଏବଂ ଉତ୍ସବମାନର ଆୟୋଜନ କରିଥିଲୁ।’

ରଜନୀକାନ୍ତ ୧୯୭୫ ମସିହାରେ ତାଙ୍କ ସିନେମା ଯାତ୍ରା ଆରମ୍ଭ କରିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଜାରି ରହିଛି। ରାଜନୀକାନ୍ତ ଆରମ୍ଭ ଦିନରୁ ସିନେମା ଜଗତରେ ଜଣେ ଆଗ ଧାଡ଼ିର ନାୟକ ଭାବେ କାମ କରି ଦର୍ଶକଙ୍କ ମନୋରଞ୍ଜନ କରି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe