ଅଗଷ୍ଟ ୯ ତାରିଖରେ ପଡୁଛି ରକ୍ଷାବନ୍ଧନ; ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ

ଚଳିତବର୍ଷ ରାକ୍ଷୀଙ୍କୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ଅଗଷ୍ଟ ୮ ତାରିଖରେ ରାକ୍ଷୀ ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ଅଗଷ୍ଟ ୯ ତାରିଖରେ ରାକ୍ଷୀ ବାନ୍ଧିବା ଉଚିତ ବୋଲି ଚିନ୍ତା କରୁଛନ୍ତି।

New Project (4) (1)

ଅଗଷ୍ଟ ୯ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା ଆସୁଛି ଭାଇଭଉଣୀଙ୍କ ସ୍ନେହ ଓ ମମତାର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଚଳିତବର୍ଷ ରାକ୍ଷୀଙ୍କୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ଅଗଷ୍ଟ ୮ ତାରିଖରେ ରାକ୍ଷୀ ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ଅଗଷ୍ଟ ୯ ତାରିଖରେ ରାକ୍ଷୀ ବାନ୍ଧିବା ଉଚିତ ବୋଲି ଚିନ୍ତା କରୁଛନ୍ତି।

ତେବେ ଆମେ ଏଠାରେ ଜଣାଇ ଦେଉଛୁ ଯେ ରକ୍ଷା ବନ୍ଧନ ପାଇଁ ପୂରା ୭ ଘଣ୍ଟା ଶୁଭ ମୁହୂର୍ତ୍ତ ଅଛି। ତେବେ ଅଗଷ୍ଟ ୯ ତାରିଖରେ ହିଁ ରକ୍ଷା ବନ୍ଧନ ପାଳନ ହେବ। ଏହି ଦିନ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବେ।

ଜ୍ୟେତିଷ ଅନୁସାରେ, ପୂରା ଚାରିବର୍ଷ ପରେ ରକ୍ଷା ବନ୍ଧନରେ ଭଦ୍ରାଙ୍କ ଛାଇ ରହିବ ନାହିଁ। ଶନିବାର ସକାଳୁ ରାକ୍ଷୀ ପୂର୍ଣ୍ଣିମା ଆରମ୍ଭ ହେଉ ହେଉ ଭଦ୍ରା କାଳ ସମାପ୍ତ ହୋଇଯିବ। 

ଭଦ୍ରା କାଳ ଅଗଷ୍ଟ ୮ ତାରିଖ ଦ୍ବିପ୍ରହର ୨ଟା ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ରାତି ୧ଟା ୫୨ରେ ଶେଷ ହୋଇଯିବ। ପାଞ୍ଜି ଅନୁସାରେ ରାକ୍ଷୀ ବାନ୍ଧିବା ପାଇଁ ସବୁଠାରୁ ଭଲ ସମୟ ହେଉଛି ସକାଳ ୫ଟା ୪୭ରୁ ଅପରାହ୍ନ ୧ଟା ୨୪ ପର୍ଯ୍ୟନ୍ତ।

ଶ୍ରାବଣ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ବୈଦିକ ପର୍ବର ନାମ ‘ଶ୍ରାବଣୀ ଉପାକର୍ମ’ ଉତ୍ସବ। ଏହି ପର୍ବ ଋଷି ପରମ୍ପରାକ୍ରମେ ହଜାର ହଜାର ବର୍ଷ ଧରି ଭାରତବର୍ଷରେ ଅନୁଷ୍ଠିତ ହୋଇ ଆସୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe