ସୁପର୍ଣଖା ରାବଣକୁ କହିଥିଲେ: ଏହି ୬ ଜଣଙ୍କୁ ଆଦୌ ଦୁର୍ବଳ ଭାବନ୍ତୁ ନାହିଁ

ସୁପର୍ଣଖା ରାବଣକୁ କହିଥିଲେ: ଏହି ୬ ଜଣଙ୍କୁ ଆଦୌ ଦୁର୍ବଳ ଭାବନ୍ତୁ ନାହିଁ

speakingtree

ପ୍ରାୟତଃ ରାମାୟଣର କାହାଣୀ ସଂପର୍କରେ ସମସ୍ତେ ଅଳ୍ପେବହୁତେ ଅବଗତ। ଲଙ୍କେଶ ରାବଣୀ ଭଉଣୀ ସୁପର୍ଣଖା ପାଇଁ ହିଁ ରାମ-ରାବଣ ଯୁଦ୍ଧ ହୋଇଥିଲା। ସୂପର୍ନଖା ବଣରେ ବୁଲିବା ସମୟରେ ଶ୍ରୀରାମଙ୍କୁ ଦେଖି ଆକର୍ଷିତ ହୋଇଯାଇଥିଲେ । ଶ୍ରୀରାମ ତାଙ୍କର ଅଭିପ୍ରାୟ ସଂପର୍କରେ ଅବଗତ ହେବା ପରେ ସାନଭାଇ ଲକ୍ଷ୍ମଣଙ୍କ ପାଖକୁ ପଠାଇ ଦେଇଥିଲେ। ମାତ୍ର ସୁପର୍ଣଖାଙ୍କ ଅଭିପ୍ରାୟ ଜାଣି ଲକ୍ଷ୍ମଣ ଅତ୍ୟନ୍ତ କ୍ରୋଧିତ ହୋଇ ତାଙ୍କ ନାସା ଛେଦନ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସୁପର୍ଣଖା ବଡ଼ ଭାଇ ରାବଣଙ୍କୁ ନିବେଦନ କରିଥିଲା । ଏହାପରେ ରାବଣ ଛଳରେ ସୀତାଙ୍କୁ ଅପହରଣ କରିଥିଲା ।

ମହାକାବ୍ୟ ରାମାୟଣରେ ଖୁବ୍‌ ସୁନ୍ଦର ଭାବେ ରାବଣ- ସୁପର୍ଣଖା ପ୍ରସଙ୍ଗର ଉଲ୍ଲେଖ ରହିଛି । ମହର୍ଷୀ ବାଲ୍ମିକୀକୃତ ରାମାୟଣ ଅନୁସାରେ ଲକ୍ଷ୍ମଣଙ୍କ ଦ୍ୱାରା ନାସା-ଛେଦନ ପରେ ସୁପର୍ଣଖା ଭାଇ ରାବଣ ପାଖରେ ପହଞ୍ଚିଥିଲା ଏବଂ ଭାଇକୁ କହିଥିଲା, ‘ରିପୁ ରଜ ପାବକ ପାପ ପ୍ରଭୁ ଆହି ଗନିଅ ନ ଛୋଟ କରି। ଅସ କହି ବିବିଧ ବିଲାପ କରି ଲାଗି ରୋଦନ କରନା।’ ଅର୍ଥାତ୍‌ ନିଜର ବଳର ଅଭିମାନରେ ଅଗ୍ନି, ଶତ୍ରୁ, ପାପ, ସ୍ୱାମୀ ଏବଂ ସର୍ପକୁ ଦୁର୍ବଳ ଭାବନ୍ତୁ ନାହିଁ । ଏମାନେ କେବେ ବି ଆପଣଙ୍କର କ୍ଷତି କରିପାରନ୍ତି । ଆପଣ ବିପଦରେ ପଡିପାରନ୍ତି, ଆସନ୍ତୁ ଜାଣିବା ସେ ବିଷୟରେ …।

publive-image speakingtree

ଶତ୍ରୁ: ସୁପର୍ଣଖା କହିବା ଅନୁସାରେ ନିଜର ଶତ୍ରୁକୁ କେବେ ହେଲେ ଦୁର୍ବଳ ଭାବିବା ଉଚିତ୍‌ ନୁହେଁ । ରାମ ଓ ଲକ୍ଷ୍ମଣଙ୍କୁ ସାଧାରଣ ମନୁଷ୍ୟ ଭାବିି ସୁପର୍ଣଖା ତାଙ୍କ ଉପରେ ଆକ୍ରୋଶ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଲକ୍ଷ୍ମଣଙ୍କ ଦ୍ୱାରା ତାଙ୍କର ନାକ କଟିଥିଲା ।
ରୋଗ: ଆମେ ସବୁବେଳେ ଛୋଟ ରୋଗ ପ୍ରତି ଧ୍ୟାନ ଦେଇ ନ ଥାଉ । ଭଲ ହୋଇଯିବ ଭାବି ରହିଯାଉ । କିନ୍ତୁ ଏହି ଛୋଟ ରୋଗ କେତେବେଳେ ବଡ ହୋଇଯିବ ଆମକୁ ଜଣାପଡିବ ନାହିଁ ।
ଅଗ୍ନି: ନିଆଁର ଏକ ଛୋଟ ଅଂଶ ମଧ୍ୟ ପୂରା ଘରକୁ ନଷ୍ଟ କରିଦେବ ।
ପାପ: ଭଗବାନ ଆମକୁ ପାପ-ପୂଣ୍ୟ ଦେଇନଥାନ୍ତି । ଏହା ସବୁ ମନୁଷ୍ୟ ଦ୍ୱାରା ହୋଇଥାଏ । କିନ୍ତୁ ଏହାର ପରିଣାମ ବେଳେ ବେଳେ ଆମକୁ ଭୋଗିବାକୁ ପଡିଥାଏ ।
ଗୁରୁ: ନିଜର ଗୁରୁ ବା ଆଚାର୍ଯ୍ୟଙ୍କୁ କେବେ କଷ୍ଟ ଦେବା ଉଚିତ୍‌ ନୁହେଁ । ନିଜ ଠାରୁ ଛୋଟ ବା ଦୁର୍ବଳ ଭାବିବା ଉଚିତ ନୁହେଁ । ସେ ଯେଉଁ ଜ୍ଞାନ ପ୍ରାପ୍ତ କରିଛନ୍ତି, ତାହା ଆମ ପାଖରେ ନାହିଁ ।
ସାପ: ଆମେ ସାପ ଭଳି ଛୋଟ ଜୀବକୁ ଦୁର୍ବଳ ଭାବିଥାଉ । କିନ୍ତୁ ସାପ ଏକ ବିଷାକ୍ତ ଜୀବ । ଏହାକୁ ଦୁର୍ବଳ ଭାବିବା ଅନୁଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe