ପ୍ରଭୁ ରାମଚନ୍ଦ୍ରଙ୍କର ଏହି ୫ଟି ଗୁଣ ଜୀବନର ବ୍ରତ ହେବା ଉଚିତ, ତାହେଲେ ଯାଇ ସାର୍ଥକ ହେବ ମଣିଷ ଜୀବନ

Advertisment
ପ୍ରଭୁ ରାମଚନ୍ଦ୍ରଙ୍କର ଏହି ୫ଟି ଗୁଣ ଜୀବନର ବ୍ରତ ହେବା ଉଚିତ, ତାହେଲେ ଯାଇ ସାର୍ଥକ ହେବ ମଣିଷ ଜୀବନ

ଯୁଗେ ଯୁବେ ଭଗବାନ ମର୍ତ୍ତ୍ୟରେ ଜନ୍ମ ନେଇଥାନ୍ତି କେବଳ ତାଙ୍କରି ନୀତି ଆଦର୍ଶକୁ ଅନୁସରଣ କରି ମଣିଷ ନିଜ ଜୀବନକୁ ସହଜ କରିପାରିବ ବୋଲି। ସେ ଯେଉଁ ଆଦର୍ଶ ଦେଖା ଯାଆନ୍ତି ତାହାକୁ ମାନି ଚଳିଲେ ଜଣେ ପରିପୂର୍ଣ୍ଣ ମଣିଷଟିଏ ହୋଇପାରିବ ଏଥିରେ ସନ୍ଦହ ନାହିଁ। ଆଜି ଆଲୋଚନା କରିବା ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଉପରେ। ଆସନ୍ତୁ ଜାଣିବା ତାଙ୍କର କେଉଁ ସବୁ ଗୁଣକୁ ଆମେ ମାନି ଚଳିବା ଉଚିତ।

କୌଣସି ବି ପରିସ୍ଥିତିରେ ଆତ୍ମବିଶ୍ୱାସ ହରାଇବା ଉଚିତ ନୁହେଁ। ପ୍ରଭୁ ରାମଚନ୍ଦ୍ର ଯଦି ଆତ୍ମବିଶ୍ୱାସ ହରାଇଥାଆନ୍ତେ ତେବେ ସେ ଲଙ୍କାର ରାଜା ରାବଣଙ୍କ କବଳରୁ କେବେ ବି ନିଜ ପତ୍ନୀ ସୀତାଙ୍କୁ ମୁକୁଳେଇ ପାରିନଥାନ୍ତେ।

ସେ ଆହୁରି ବି ଏକ କଥା ଶିକ୍ଷା ଦେଇ ଯାଇଛନ୍ତି ଯେ ଜୀବନର କୌଣସି ଯନ୍ତ୍ରଣାପୂର୍ଣ୍ଣ ମୁହୂର୍ତ୍ତକୁ କେବେ ସଫଳତାର କଣ୍ଟା ହେବାକୁ ଦେବା ନାହିଁ। ମୁହୂର୍ତ୍ତ ଚାଲିଯିବ, ଆଜି କରିବାକୁ ଥିବା କାର୍ଯ୍ୟ ଆଉ କାଲି କରି ହେବ ନାହିଁ।

publive-image

ନିଜ ଲକ୍ଷ ପଥ ଯେତେ ବି କଠିନ ହେଉ। ସେ ପଥରେ ପହଞ୍ଚିବାର ପ୍ରସ୍ତୁତ ତାଠାରୁ ବି କଠିନ ହେବା ଉଚିତ୍‌। ତାହାଲେ ଯାଇ ଲକ୍ଷ ପଥରେ ପହଞ୍ଚି ହେବ।

କୌଣସି ବି ପରିସ୍ଥିତିରେ ନିଜ କଥାରୁ ଓହରି ଯିବା ଅନୁଚିତ। ମୁଣ୍ଡ ଯାଉ ତୁଣ୍ଡ ନଯାଉ ନ୍ୟାୟରେ ବ୍ୟକ୍ତିକୁ ତା’ କଥାର ମାନ ରଖିବା ଉଚିତ।

ସବୁ ମାର୍ଗ ଧର୍ମର ମାର୍ଗ ହେଉ। ସଫଳତା ପାଇବା ପାଇଁ ବା କିଛି ହାସଲ କରିବା ପାଇଁ ଅଧର୍ମକୁ ନୁହେଁ ଧର୍ମକୁ ଆଧାର କରିବା ଉଚିତ। ତାହାଲେ ଯାଇ ଜଣେ ପରିପୂର୍ଣ୍ଣ ମଣିଷ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe