ଗୁଜରାଟର ପାଟଣରେ ଅବସ୍ଥିତ ପ୍ରାଚୀନ ସୋପାନ କୂପ ‘ରାନୀ କୀ ୱାୱ’

Advertisment
ଗୁଜରାଟର ପାଟଣରେ ଅବସ୍ଥିତ ପ୍ରାଚୀନ ସୋପାନ କୂପ ‘ରାନୀ କୀ ୱାୱ’

hindustantimes.com

ଗୁଜରାଟର ପାଟଣରେ ଅବସ୍ଥିତ ‘ରାନୀ କୀ ୱାୱ’ ବା ‘ରାନୀ କୀ ବାୱଡ଼ୀ’କୁ ୨୦୧୪ରେ ବିଶ୍ୱ ଐତିହ୍ୟର ମାନ୍ୟତା ମିଳିଥିଲା। ଏହା ଏକ ପ୍ରାଚୀନ ସୋପାନ କୂପ। ପାଟଣର ପୁରାତନ ନାମ ଅହ୍ନିଲପୁର। ଏହା ଗୁଜରାଟର ରାଜଧାନୀ ମଧ୍ୟ ଥିଲା। ଜୈନ ସନ୍ନ୍ୟାସୀ ମେରୁତୁଙ୍ଗ ରଚିତ ‘ପ୍ରବନ୍ଧ ଚିନ୍ତାମଣି’ ଗ୍ରନ୍ଥ ଅନୁଯାୟୀ ୧୦୬୩ରେ ସୋଲ˚କୀ ଶାସନ କାଳରେ ରାଜପୁତ ରାଜା ପ୍ରଥମ ଭୀମଦେବଙ୍କ ସ୍ମୃତିରେ ତାଙ୍କ ରାଣୀ ଉଦୟାମତି ଏହି ସୋପାନ କୂପ ନିର୍ମାଣ କରାଇଥିଲେ। ତେବେ, ଉଦୟାମତି ସଧବା ଥିବା ବେଳେ ନା ବିଧବା ହେବା ପରେ ଏହାର ନିର୍ମାଣ କରାଇଥିଲେ, ଏହାକୁ ନେଇ ଭିନ୍ନ ମତ ରହିଛି।

publive-image samacharlive.com

ଏକଦା ଏହି ସୋପାନ କୂପ ନିକଟରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା। କୂପର ଲମ୍ବ ଓ ପ୍ରସ୍ଥ ଯଥାକ୍ରମେ ଚଉଷଠି ଏବ˚ କୋଡ଼ିଏ ମିଟର‌୍‌; ଗଭୀରତା ସତେଇଶ ମିଟର‌୍‌। ଏହା ୪.୬୮ ହେକ୍‌ଟର‌୍‌ ଅଞ୍ଚଳକୁ ବ୍ୟାପ୍ତ। ‘ରାନୀ କୀ ୱାୱ’ ମଧ୍ୟ ଏକ ଧାର୍ମିକ ପୀଠ। ଏହା ଭଗବାନ୍‌ ବିଷ୍ଣୁଙ୍କୁ ସମର୍ପିତ। ଏଠାରେ ଥିବା ବିଭିନ୍ନ ସ୍ତମ୍ଭରେ ରାମ, ବାମନ, କଳ୍‌କି, ମହିଷମର୍ଦିନୀ ଆଦି ଦେବା-ଦେବୀଙ୍କ ପ୍ରତିମା ଖୋଦିତ। ‘ଭାରତୀୟ ରିଜର୍ଭ‌୍‌ ବ୍ୟାଙ୍କ’ ପକ୍ଷରୁ ୨୦୧୮ରେ ଏହାର ଛବି ଥିବା ଶହେ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe