ବଧୂ ବେଶରେ ସଜେଇ ହୋଇ ରାନୁ ମଣ୍ଡଳ ଗାଇଲେ ଏହି ଗୀତ: ଭିଡିଓ ଭାଇରାଲ

Advertisment
ବଧୂ ବେଶରେ ସଜେଇ ହୋଇ ରାନୁ ମଣ୍ଡଳ ଗାଇଲେ ଏହି ଗୀତ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ବଧୂ ବେଶ‌ରେ ସଜେଇ ହୋଇଥିବା ନଜର ଆସିଛନ୍ତି। ଫେସବୁକ ଏବଂ ୟୁଟ୍ୟୁବରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାନୁ ମଣ୍ଡଳଙ୍କୁ ଏକ ଲାଲ୍ ଶାଢ଼ି ଏବଂ ଅଳଙ୍କାର ପିନ୍ଧି ବଙ୍ଗୀୟ ବଧୂ ଭାବେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସେ ଭାଇରାଲ ବଙ୍ଗାଳୀ ଗୀତ କାଚା ବାଦାମ ଗାଇଥିବାର ବି ଶୁଣିବାକୁ ମିଳୁଛି। ତେବେ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାରଙ୍କ ଏହି ଗୀତ କିଛି ଦିନ ପୂର୍ବରୁ ଅନଲାଇନରେ ଟ୍ରେଣ୍ଡ କରିଥିଲା।

ଭାଇରାଲ ହୋଇଥିବା ଏହି ଭିଡିଓକୁ କିଏ ରେକର୍ଡ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରତ୍ୟେକ ଥର ପରି ରାନୁ ମଣ୍ଡଳଙ୍କ ଏହି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି | କିଛିଲୋକ ରାନୁଙ୍କ ଏହି ଭିଡିଓକୁ ନେଇ ଟ୍ରୋଲ ବି କରିଛନ୍ତି।

ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏକି ୨୦୧୯ ଅଗଷ୍ଟ ମାସରେ ୧୯୭୨ର ଗୀତ ‘ଏକ ପ୍ୟାର କା ନାଗମା ହୈ’ ଗାଇ ରାତାରାତି ଷ୍ଟାର ପାଲଟିଥିଲେ | ତାଙ୍କୁ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଜଣେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଦେଖିବା ପରେ ରାନୁଙ୍କ ଗୀତ ଗାଇବା ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ରାନୁ  ହଠାତ୍ ଲୋକପ୍ରିୟ ହୋଇ ହିମେଶ ରେଶମିଆଙ୍କ ଫିଲ୍ମ ପାଇଁ କିଛି ଗୀତ ଗାଇବାର ସୁଯୋଗ ବି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe