ମହିଳାଙ୍କ ପ୍ରସବ ଯନ୍ତ୍ରଣା ଦେଖି ଗାଡ଼ି ଚଳାଇ ପାରିଲେ ନାହିଁ ଚାଳକ; କ୍ୟାବ ଭିତରେ କରାଇଲେ ପ୍ରସବ

ଏକ ହୃଦୟସ୍ପର୍ଶୀ କାହାଣୀକୁ ନିକଟରେ ଜଣେ ବ୍ୟକ୍ତି ରେଡିଟରେ ସେୟାର କରିଛନ୍ତି। ଏହି କାହାଣୀର ମୁଖ୍ୟ ଚରିତ୍ର ହେଉଛନ୍ତି ଜଣେ ରାପିଡୋ ଡ୍ରାଇଭର। ଯାହାଙ୍କୁ ଲୋକମାନେ ସୋସିଆଲ ମିଡିଆରେ ହିରୋର ଟ୍ୟାଗ୍ ଦେଉଛନ୍ତି। 

ୀିସୀି

ନୂଆଦିଲ୍ଲୀ: ଏକ ହୃଦୟସ୍ପର୍ଶୀ କାହାଣୀକୁ ନିକଟରେ ଜଣେ ବ୍ୟକ୍ତି ରେଡିଟରେ ସେୟାର କରିଛନ୍ତି। ଏହି କାହାଣୀର ମୁଖ୍ୟ ଚରିତ୍ର ହେଉଛନ୍ତି ଜଣେ ରାପିଡୋ ଡ୍ରାଇଭର। ଯାହାଙ୍କୁ ଲୋକମାନେ ସୋସିଆଲ ମିଡିଆରେ ହିରୋର ଟ୍ୟାଗ୍ ଦେଉଛନ୍ତି। 

ଘଟଣାଟି ହେଉଛି ଏପରି ବିକାଶ ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ବଳରେ ଜଣେ ଗର୍ଭବତୀ ମହିଳାଙ୍କ ଜରୁରୀକାଳୀନ ପ୍ରସବରେ ସାହାଯ୍ୟ କରିବା ସହିତ ମହିଳା ଏବଂ ଶିଶୁ ଉଭୟଙ୍କୁ ସୁରକ୍ଷିତ ଭାବରେ ଡାକ୍ତରଖାନାରେ ନେଇ ଭର୍ତ୍ତି କରାଇଥିଲେ। 

ପୋଷ୍ଟ ଅନୁଯାୟୀ, ବିକାଶ ତାଙ୍କ ଟ୍ୟାକ୍ସିରେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ହସ୍ପିଟାଲ ନେଇ ଯାଉଥିଲେ। ଯାତ୍ରା ସମୟରେ ହଠାତ୍ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାକୁ ଲାଗିଲା। ମହିଳା ଜଣକ କ୍ୟାବ ଭିତରେ ଏତେମାତ୍ରାରେ ଅସ୍ତବ୍ୟସ୍ତ ହୋଇଥିଲେ ‌ଯେ ବିକାଶ ଆଗକୁ ଗାଡ଼ି ଚଲାଇ ପାରି ନଥିଲେ।

ତେଣୁ ସେ ରାସ୍ତାପାର୍ଶ୍ବରେ ଗାଡ଼ି ଅଟକାଇ ନିଜର ବୁଦ୍ଧି ବଳରେ ମହିଳାଙ୍କ ସାଧାରଣ ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ। ଏବଂ ସଫଳତାର ସହ ମହିଳାଙ୍କ ପ୍ରସବ କରାଇବା ପରେ ଆଶ୍ବସ୍ତି ଅନୁଭବ କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ଥିବା ମା’ ଓ ଶିଶୁ ଉଭୟ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। 

ରୋହନ ମେହରା ରେଡିଟରେ ଲେଖିଛନ୍ତି, “ଆଜି ମୁଁ ମୋ ରୋଷେୟା ପାଇଁ ରେପିଡୋ ବୁକ୍ କରିଥିଲି। ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ଡ୍ରାଇଭର ଜଣକ ଜଣେ ପ୍ରକୃତ ମଣିଷ ପରି ଏକ ହୃଦୟସ୍ପର୍ଶୀ କାମ କରିଥିଲେ। କାରଣ ମୋ ରୋଷେୟାଙ୍କ ଅନ୍ତସତ୍ତ୍ବା ସ୍ତ୍ରୀ ଡାକ୍ତରଖାନାକୁ ଯାଉଥିବା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏମିତି ଥିଲା କି ପିଲାଟିକୁ ଗାଡ଼ି ଭିତରେ ହିଁ ପ୍ରସବ କରିବାକୁ ପଡିଥିଲା।ଏହି ସମୟରେ କ୍ୟାବ ଚାଳକ ଡେଲିଭରି କରିବାରେ ସାହାଯ୍ୟ କରିଥିଲେ। ଏଥିପାଇଁ ସେ କୌଣସି ଅତିରିକ୍ତ ଟଙ୍କା ମଧ୍ୟ ଦାବି କରିନଥିଲେ। ମୁଁ ଚାଳକଙ୍କୁ କିଛି ସାହାଯ୍ୟ କରିବାକୁ ଚାହୁଁଛୁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe