ଅଜବ ସହର , ଯେଉଁଠି ପୁରୁଷମାନେ ଦୁଷ୍କର୍ମକୁ ଅପରାଧ ବୋଲି ଗ୍ରହଣ କରନ୍ତି ନାହିଁ !

Advertisment
ଅଜବ ସହର , ଯେଉଁଠି  ପୁରୁଷମାନେ ଦୁଷ୍କର୍ମକୁ ଅପରାଧ ବୋଲି ଗ୍ରହଣ କରନ୍ତି ନାହିଁ !

ବିଶ୍ୱର ଏଭଳି ଏକ ସହର ଅଛି, ଯେଉଁଠାରେ ଦୁଷ୍କୁର୍ମ ଏକ ସାଧାରଣ ନିତି ଦିନିଆ ଘଟଣା। ସେଠାରେ ମହିଳାମାନଙ୍କ ସହିତ ଏଭଳି ଘଟଣା ଘଟୁଛି, ହେଲେ ତା’କୁ ମହିଳା ବା ପୁରୁଷ କେହି ଗୁରୁତ୍ୱର ସହ ନିଅନ୍ତି ନାହିଁ।
କୁହାଯାଏ ଯେ ଏହି ସହରର ପ୍ରତ୍ୟେକ ପୁରୁଷ ଦୁଷ୍କୁର୍ମକାରୀ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ହେଉଛି ସେହି ସହର, ଯେଉଁଠାରେ ମହିଳାମାନଙ୍କ ସହ ଦୁଷ୍କର୍ମ ହେବା ମାମୁଲି କଥା। ଜୋହାନ୍ସବର୍ଗର ଡିପ୍‌ସ୍କୁଟରେ ରହୁଥିବା ପୁରୁଷମାନେ ଦୁଷ୍କର୍ମକୁ କୌଣସି ଖରାପ କାମ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି।
୨୦୧୬ରେ ଏହି ସହରରେ ପୁରୁଷମାନଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରେ ୨୬୦୦ରୁ ଅଧିକ ପୁରୁଷଙ୍କୁ ସାମିଲ କରାଯାଇଥିଲା। ସେହି ସର୍ଭେରେ ଜଣାଯାଇଥିଲା ଯେ ପ୍ରତ୍ୟେକ ପୁରୁଷ ଜୀବନରେ ଅତିକମ୍‌ରେ ଥରେ କୌଣସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି।

publive-image
ଏପରିକି ସେଠାକାର ଦୁଇ ଜଣ ଯୁବକ କ୍ୟାମେରା ସାମ୍ନାରେ ମଧ୍ୟ ନିଜ ନିଜର ଦୁଷ୍କର୍ମ କଥାକୁ ସ୍ୱୀକାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟଜଣଙ୍କର ପ୍ରେମିକା ସହ ଦୁଷ୍କର୍ମ କରିଥିବା କଥା ବଖାଣିଥିଲେ। ଡିପ୍‌ସ୍ଲୁଟ୍‌ରେ ମହିଳାମାନଙ୍କ ପାଇଁ ଏହି ଘଟଣା ଦେହସୁହା ହୋଇଗଲାଣି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe