ଚଳନ୍ତି ବୃକ୍ଷକୁ ବିରଳ ସମ୍ମାନ

Advertisment
ଚଳନ୍ତି ବୃକ୍ଷକୁ ବିରଳ ସମ୍ମାନ

ନିଉଜିଲାଣ୍ଡର ‘ଚଳନ୍ତି ବୃକ୍ଷ’ ଭାବେ ବିବେଚିତ ଲୋକପ୍ରିୟ ‘ରାଟା’ ଗଛକୁ ଚଳିତବର୍ଷର ସମ୍ମାନଜନକ ‘ଟ୍ରି ଅଫ୍ ଦି ଇଅର’ ସମ୍ମାନ ମିଳିଛି। ନିଉଜିଲାଣ୍ଡର ଆବୋରିକଲ୍‌ଚରାଲ୍‌ ସଂଘ ପକ୍ଷରୁ ପ୍ରତିବର୍ଷ ଚିତ୍ତାକର୍ଷକ ଜୀବନ ବୃତ୍ତାନ୍ତ ଥିବା ବିରଳ ବୃକ୍ଷକୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ନିଉଜିଲାଣ୍ଡର କାରାମିଆଠାରେ ବଢ଼ି ଉଠିଥିବା ଏହି ରାଟା ବୃକ୍ଷର ଉଚ୍ଚତା ୩୨ ମିଟର। ‘ଟ୍ରି ଅଫ୍ ଦି ଇଅର’ ପ୍ରତିଯୋଗିତା ପାଇଁ ସୁପାରିସ ହୋଇଥିବା ଅନ୍ୟାନ୍ୟ ବିଭିନ୍ନ ବୃକ୍ଷ ମଧ୍ୟରେ ‘ରାଟା’କୁ ସର୍ବାଧିକ ୪୨ ପ୍ରତିଶତ ଅଙ୍କ ମିଳିଥିଲା।

ସେହିପରି ଵାନାକା ହ୍ରଦ କୂଳରେ ବଢ଼ିଥିବା ଏକ ଵିଲୋ ବୃକ୍ଷକୁ ଦେଶର ସର୍ବାଧିକ ଫଟୋ ଉଠାଯାଇଥିବା ଗଛର ମାନ୍ୟତା ମିଳିଛି। ସୂଚନାଯୋଗ୍ୟ, ୧୮୭୫ ମସିହା ବେଳେ କାରାମିରାରେ ବସତି ସ୍ଥାପନ ପାଇଁ ଆସିଥିବା ପେଟ୍ କରିଙ୍କ ପରିବାର ସେଠାରେ ଚାଷବାସ ପାଇଁ ଆଖପାଖ ସମସ୍ତ ଗଛ ଓ ଗୁଳ୍ମ ସଫା କରି ଜାଳି ଦେଇଥିବା ବେଳେ ଏହି ରାଟା ଗଛକୁ ଅକ୍ଷୁଣ୍ଣ ଛାଡ଼ିଦେଇଥିଲେ। ଏହାର କିଛି ବୈଶିଷ୍ଟ୍ୟ ରହିଥିବ ବୋଲି ସେମାନେ ଆଶା କରିଥିଲେ। ତେବେ ସେମାନଙ୍କର ସେହି ପରିକଳ୍ପନା ସତ ହୋଇଛି ଏବଂ ସ୍ଥାନୀୟ ପରିବେଶରେ ଏହି ପ୍ରାଚୀନ ବୃକ୍ଷର ସଂରକ୍ଷଣ ଗୁରୁତ୍ବ ରଖୁଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ସୁତରାଂ ବର୍ଷସାରା ଏହି ‘ଚଳନ୍ତି ବୃକ୍ଷ’ର ସାନ୍ନିଧ୍ୟ ଲଭିବା ପାଇଁ ସରକାରଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ୟ ବହିରାଗତ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe