ଏବେ ଚାରିଆଡ଼େ ଘାସ ଭଳି ଦେଖାଯାଉଥିବା ବିରଳ ସାପକୁ ନେଇ ଚର୍ଚ୍ଚା। ଏଭଳି ସାପ ଆପଣ ଆଗରୁ ଦେଖିନଥିବେ । ଦୁନିଆଁରେ ଏମିତି ବି ସାପ ଅଛନ୍ତି, କେବେ ଭାବି ନଥିବେ । ଘାସ ଭଳି ଦେଖାଯାଉଥିବା ଏହି ଜୀବଟି ହେଉଛି ଏକ ବିରଳ ସାପ । ସୋସିଆଲ ମିଡିଆରେ ଏହି ସାପର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଥାଇଲାଣ୍ଡର ଏହି ସାପର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଆପଣ ବି ଭଲ କରି ଦେଖନ୍ତୁ ଘାସ ଭଳି ଦେଖାଯାଉଥିବା ଏହି ସାପଟିକୁ ।
ଥାଇଲାଣ୍ଡର ୪୯ ବର୍ଷିୟ ଟୁ ନାମକ ବ୍ୟକ୍ତି ପ୍ରଥମେ ଏହି ସାପକୁ ଦେଖିଥିଲେ । ତାଙ୍କ ଘର ନିକଟ ଅନାବନା ଘାସ ଭିତରେ ସାପଟି ବୁଲୁଥିଲା । ପ୍ରଥମେ ଏହା ଏକ ଘାସ ବୋଲି ମନେ କରିଥିଲେ ଟୁ । ତେବେ ଯେତେବେଳେ ସେ ଘାସ ପାଖକୁ ଯାଇଥିଲେ, ସେତେବେଳେ ଦେଖିଲେ ଯେ ଏହା ଘାସ ନୁହେଁ ବରଂ କୌଣସି ଜୀବ । ପରେ ଜାଣିବାକୁ ପାଇଲେ ଏହା ଏକ ବିରଳ ପ୍ରଜାତିର ସାପ । ଏମିତି ଏକ ପ୍ରଜାତିର ସାପ ଦୁନିଆଁରେ ଅଛନ୍ତି ବୋଲି ଜାଣିବା ପରେ ଏହାର ଭିଡିଓ ସୁଟିଂ କରିବାକୁ ସ୍ଥିର କରିଥିଲେ ପରିବାର ଲୋକେ । ଏହି ସାପ ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ପାଇଁ ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।
Follow Us