ଉଦ୍ଧାର ହେଲା ଧଳା ରଙ୍ଗର ଦୁର୍ଲଭ ନାଗ ସାପ

ଉଦ୍ଧାର ହେଲା ଧଳା ରଙ୍ଗର ଦୁର୍ଲଭ ନାଗ ସାପ

ନୂଆଦିଲ୍ଲୀ: ଭାରତର ତାମିଲନାଡୁରେ ଧଳା ରଙ୍ଗର ନାଗ ସାପ ବାହାରିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଏଥିସହିତ ଉକ୍ତ ସାପ ବାହାରିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ସାପ ଧରାଳୀ ତୁରନ୍ତ ଆସି ପହଞ୍ଚି ଯାଇଥିଲେ।

ସୂଚନାଯୋଗ୍ୟ, ନିକଟରେ ତାମିଲନାଡ଼ୁର କୋଏମ୍ବଟୁରରେ ଦୁର୍ଲଭ ରଙ୍ଗର ଧଳା ନାଗ ସାପ ବାହାରିଥିବା ଲୋକେ ଦେଖିବାକୁ ପାଇଥିଲେ। ଏହି ସାପକୁ ଦେଖି ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିବା ବେଳେ ପ୍ରଥମଥର ଏଭଳି ସାପକୁ ଦେଖି ଲୋକେ ଫଟୋ ଉଠାଇବା ସହିତ ଭିଡ଼ିଓ କରିବାକୁ ଭିଡ଼ କରିଥି‌ଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସାପ ଧରାଳୀ କୌଶଳ କ୍ରମେ ଉକ୍ତ ଦୁର୍ଲଭ ସାପକୁ ଉଦ୍ଧାର କରି ବନବିଭାଗକୁ ଦେଇଥିଲେ। ବନବିଭାଗ ଉକ୍ତ ସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥିଲେ।

ଉଦ୍ଧାର ହୋଇଥିବା ଏହି ଧଳାର ରଙ୍ଗର ନାଗ ସାପ ଅନ୍ୟ ନାଗ ସାପଙ୍କ ତୁଳନାରେ ଅଧିକ ବିଷାକ୍ତ ହୋଇଥିବା ସହିତ ଖୁବ ଦ୍ରୁତଗତିରେ ଦୌଡ଼ି ବି ପାରନ୍ତି ବୋଲି ସାପ ଧରାଳୀମାନେ କହିଥିଲେ। ଏହି ପ୍ରଜାତିର ସାପ ଲୋପ ପାଇବାକୁ ବସିଲାଣି, ତେଣୁ ଏହାକୁ ଦୁର୍ଲଭ ‌ସାପ ବୋଲି  ବିବେଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe