ପୂରାଦିନ ଏହି କୁକୁର ସହିତ ସମୟ କାଟିବା ସହିତ ବୈଠକକୁ ବି ନେଇ ଯାଇଥାଆନ୍ତି ରତନ ଟାଟା

Advertisment
ପୂରାଦିନ ଏହି କୁକୁର ସହିତ ସମୟ କାଟିବା ସହିତ ବୈଠକକୁ ବି ନେଇ ଯାଇଥାଆନ୍ତି ରତନ ଟାଟା

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ରତନ ଟାଟା ତାଙ୍କ ସରଳତା ପାଇଁ ଖୁବ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ତାଙ୍କରି ଏଭଳି ଏକ ସରଳତାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କରିସ୍ମା ମେହେଟ୍ଟା ନାମକ ଜଣେ ମହିଳା ରତନ ଟାଟାଙ୍କ ଖୁବ ପ୍ରଶଂସା କରିଛନ୍ତି।

ହ୍ୟୁମାନ୍ସ ଅଫ ବମ୍ବେର ପ୍ରତିଷ୍ଠାତା ତଥା ସିଇଓ କରିସ୍ମା କହିଛନ୍ତି, ଥରେ ମୁଁ ରତନ ଟାଟାଙ୍କ ସାକ୍ଷାତକାର ନେବାକୁ ଯାଇଥିଲି। ଏହି ସମୟରେ ତାଙ୍କ ଚୌକି ପାଖରେ ଏକ କୁକୁର ବସିଥିବା ମୁଁ ଦେଖିବାକୁ ପାଇଥିଲି। କୁକୁରକୁ ଦେଖି ମୁଁ ଭୟ କରି ଯାଇଥିଲି। ଏହି ସମୟରେ ରତନ ଟାଟାଙ୍କ ସହାୟକ ଶାନ୍ତନୁଙ୍କୁ ମୁଁ ଚୁପଚାପ କହିଥିଲି ମୋତେ ଏହି କୁକୁରକୁ ଦେଖି ବହୁତ ଭୟ ଲାଗୁଛି। ମୋର କଥା ବୋଧହୁଏ ରତନ ଟାଟା ଠଉରାଇ ଦେଇଥିଲେ। ସେ ‌ମୋତେ ପଚାରିଥିଲେ, କ’ଣ ହେଲା, ଆପଣ ଠିକ ଅଛନ୍ତି ତ? ଏହାପରେ ଶାନ୍ତନୁ ରତନ ଟାଟାଙ୍କୁ କହିଥି‌ଲେ ଆପଣଙ୍କ କୁକୁରକୁ ଦେଖି କରିସ୍ମା ମ୍ୟାଡମ ଭୟ କରୁଛନ୍ତି।

ଏହାପରେ ରତନ ଟାଟା ନିଜ ଚୌକି କୁକୁର ଆଡକୁ ବୁଲାଇ କହିଥିଲେ, ଗୋଆ (କୁକୁର ନାମ) ମ୍ୟାଡମ ତୁମକୁ ଦେଖି ଭୟ କରୁଛନ୍ତି। ତୁମେ ସୁନା ପୁଅ ଭଳି ଚୁପଚାପ ବସ। ଏହାପରେ ପାଖାପାଖି ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ସାକ୍ଷାତକାର ଚାଲିଥିଲା। କିନ୍ତୁ ଗୋଆ ସେମିତି ବସି ରହିଥିଲା। ସାମାନ୍ୟ ହଲଚଲ ବି ହୋଇ ନଥିଲା।

କରିସ୍ମାଙ୍କ କହିବାନୁସାରେ, ରତନ ଟାଟା କହିଥିଲେ ଗୋଆକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଗୋଆ ତାଙ୍କ ସହିତ ପୂରା ଦିନ ରହିଥାଏ। ଏଥିସହିତ ସେ ଗୋଆକୁ ବୈଠକକୁ ବି ନେଇ ‌ଯାଇଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe