କମ୍ପାନିର ଅସୁସ୍ଥ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ଘରେ ପହଞ୍ଚିଲେ ରତନ ଟାଟା

କମ୍ପାନିର ଅସୁସ୍ଥ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ଘରେ ପହଞ୍ଚିଲେ ରତନ ଟାଟା

ପୁଣେ: କେମିତି ଅଛନ୍ତି କର୍ମଚାରୀ ? ୨ ବର୍ଷ ଧରି ଅସୁସ୍ଥ ଥିବା ନିଜ କର୍ମଚାରୀଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଲେ ମାଲିକ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଲିକଙ୍କ ବାବଦରେ କହିବୁ, ଯାହାଙ୍କ ମଣିଷପଣିଆ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିପାରେ | ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ପୁଣି ଥରେ ମାନବିକତାର ଏକ ଅନନ୍ୟ ଉଦାହରଣ ଉପସ୍ଥାପନ କରିଛନ୍ତି | ୮୩ ବର୍ଷୀୟ ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରନ୍ତି |

ନିକଟରେ ସେ ଜଣେ ଅସୁସ୍ଥ ଥିବା ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ପୁଣେରେ ଯାଇ ପହଞ୍ଚିଥିଲେ। ନିକଟରେ ରତନ ଟାଟା ମୁମ୍ବାଇରୁ ପୁଣେ ଗାଡି ଯୋଗେ ଯାଇ ତାଙ୍କର ଅସୁସ୍ଥ ପୂର୍ବତନ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ଏକ ପୋଷ୍ଟ ଅନୁଯାୟୀ, ୮୩ ବର୍ଷୀୟ ରତନ ଟାଟା ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିବା ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ପୁଣେ ଯାତ୍ରା କରିଥିଲେ। ପୁଣେର ବୁଡ଼ଲେନ୍ଡ଼ ସୋସାଇଟିରେ ରତନ ପହଂଚି ନିଜ କର୍ମଚାରୀଙ୍କୁ ଭେଟିଥିଲେ |

ଆଉ ରତନ ଟାଟାଙ୍କୁ ଦେଖି କର୍ମଚାରୀ ଜଣକ ବିଶ୍ୱାସ କରିପାରି ନଥିଲେ | କର୍ମଚାରୀ ଜଣକ ଭାବବିହ୍ୱଳ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାପୂର୍ବରୁ ରତନ ଟାଟା ୨୬/୧୧ ଆକ୍ରମଣରେ ପ୍ରଭାବିତ ୮୦ କର୍ମଚାରୀଙ୍କ ପିଲାମାନଙ୍କର ସମ୍ପୂର୍ଣ୍ଣ ଶିକ୍ଷା ପାଇଁ ଦାୟିତ୍ୱ ନେଇ ପରିବାରକୁ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe