ଯଦି ଏମିତି ବର୍ଷା ଲାଗି ରହିବ... ଏଥର ରାବଣ ଜଳିକି ନୁହେଁ ବରଂ ବୁଡ଼ିକି ମରିବ... ସୋସିଆଲ ମିଡିଆରେ ଭାଇରାଲ ହେଉଛି ମିମ୍ସ

ଏଥର ଧୋଇଯିବ ଦଶହରା, ବର୍ଷାରେ ଭିଜିବ ରାବଣ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ଫିକା ପଡିପାରେ ରାବଣ ପୋଡି । ଏଥର ରାବଣ ପୋଡିରେ ଓଦା ହେଇପାରେ ରାବଣ ଆଉ ଫୁସକି ଯାଇପାରେ ବାଣ...

New Project (8)

ଭୁବନେଶ୍ବର: ଏଥର ଧୋଇଯିବ ଦଶହରା, ବର୍ଷାରେ ଭିଜିବ ରାବଣ । ପବିତ୍ର ବିଜୟାଦଶମୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ଫିକା ପଡିପାରେ ରାବଣ ପୋଡି । ଏଥର ରାବଣ ପୋଡିରେ ଓଦା ହେଇପାରେ ରାବଣ ଆଉ ଫୁସକି ଯାଇପାରେ ବାଣ । କାରଣ ଲଘୁଚାପ ପ୍ରଭାବରେ ଆଜି ଅଧା ଓଡ଼ିଶାରେ ଜାରି ରହିଛି ବର୍ଷା, ଏପଟେ ଟ୍ବିନ୍‌ସିଟିରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବା ବେଳେ ଆଗାମୀ ୩ ଘଣ୍ଟା ପାଇଁ ପୁଣି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । 

556841608_2843232569194119_8495220958018474670_n

ଖାଲି ଆଜି ନୁହେଁ ଆସନ୍ତାକାଲି ବି ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରମୟୂରଭଞ୍ଜ ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

Screenshot 2025-10-01 194604

ତେଣୁ ଏସବୁ ଦୃଷ୍ଟିରୁ ଆସନ୍ତାକାଲି ରାବଣ ପୋଡ଼ି ଫିକା ଫିକା ହୋଇପାରେ ବୋଲି ଆଶଙ୍କ କରାଯାଉଥିବା ବେଳେ ଇତିମଧ୍ଯରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଦାର ପୋଷ୍ଟ । ରାବଣକୁ ନେଇ ମିମ୍ସ ଏବେ ଭାଇରାଲ ହେଉଥିବା ବେଳେ ଓଡିଶାର ବର୍ଷା ପାଗ ଏବଂ ରାବଣ ପୋଡ଼ିକୁ ନେଇ କୁହାଯାଉଛି କି- ଯଦି ଏମିତି ବର୍ଷା ଲାଗି ରହିବ... ଏଥର ରାବଣ ଜଳିକି ନୁହେଁ ବରଂ ବୁଡ଼ିକି ମରିବ... ସାରା ସୋସିଆଲ ମିଡିଆରେ ରାବଣର ଏଆଇ ଫଟୋ ସହ ଏହି ମଜାଳିଆ ଲେଖା ଭାଇରାଲ ହେଉଛି ।

New Project (9)

ସେପଟେ ଭସାଣି ଯାତ୍ରା ବି ବର୍ଷାରେ ଫିକା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ଅକ୍ଟୋବର ୩ ତାରିଖ ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କଟକ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଭଳି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

New Project (10)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe