ଏବେ ବି କଫିନରେ ବନ୍ଦ ରହିଛି ରାବଣଙ୍କ ମର ଶରୀର, ଜଗି ରହିଛନ୍ତି ବିଷାକ୍ତ ସାପ !

Advertisment
ଏବେ ବି କଫିନରେ ବନ୍ଦ ରହିଛି ରାବଣଙ୍କ ମର ଶରୀର, ଜଗି ରହିଛନ୍ତି ବିଷାକ୍ତ ସାପ !

ନୂଆଦିଲ୍ଲୀ: ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଥାଏ। ବିଶ୍ୱାସ କରାଯାଏ ଯେ ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡିତ ଅନେକ ଚିହ୍ନ ଏବଂ ପ୍ରମାଣ ଉପସ୍ଥିତ ରହିଛି, ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଶ୍ରୀଲଙ୍କାରେ ଭଗବାନ ଶ୍ରୀରାମ ଏବଂ ରାବଣ ସହ ଜଡିତ ଏଭଳି ଅନେକ ଜିନିଷ ରହିଛି, ଯାହାକୁ ଏବେ ଲୋକେ ସହଜରେ ବିଶ୍ବାସ ନକରିପାରିଲେ ବି ଏହା ସତ।

ଏକ ଅନୁସନ୍ଧାନ ପରେ ଦାବି କରାଯାଇଛି ଯେ, ଶ୍ରୀଲଙ୍କାରେ ପ୍ରାୟ ୫୦ଟି ସ୍ଥାନ ରହିଛି, ଯାହା ରାମାୟଣ ସହ ଜଡିତ। ଏହି ଅନୁସନ୍ଧାନ ଅନୁଯାୟୀ ଆଜି ମଧ୍ୟ ପାହାଡରେ ନିର୍ମିତ ଗୁମ୍ଫାରେ ରାବଣଙ୍କ ମୃତଦେହ ସୁରକ୍ଷିତ ଅଛି। ଏହି ଗୁମ୍ଫା ଶ୍ରୀଲଙ୍କାର ରାଗଲାର ଘଞ୍ଚ ଜଙ୍ଗଲରେ ଅବସ୍ଥିତ। ଭଗବାନ ଶ୍ରୀରାମଙ୍କ ହାତରେ ରାବଣର ହତ୍ୟା ହେବାର ୧୦ହଜାର ବର୍ଷରୁ ଅଧିକ ସମୟ ଅତିବାହିତ ହୋଇସାରିଥିଲେ ବି ଏବେ ମଧ୍ୟ ରାବଣଙ୍କ ମର ଶରୀର‌ ସେଠାରେ ଥିବା ଅନୁସନ୍ଧାନ ପରେ ଦାବି କରାଯାଇଛି।

इस गुफा में आज भी रखा है रावण का शव www.amarujala.com

ଯେଉଁ ଗୁମ୍ଫାରେ ରାବଣର ମର ଶରୀର ରଖାଯାଇଛି, ତାହା ରାଗଲା ଜଙ୍ଗଲରେ ୮,୦୦୦ ଫୁଟ ଉଚ୍ଚରେ ରହିଛି। ଏଠାରେ ରାବଣର ମର ଶରୀରକୁ ମମି କରାଯାଇ କଫିନରେ ରଖାଯାଇଛି। ଏହା ଉପରେ ଏକ ସ୍ୱତନ୍ତ୍ର ପ୍ରକାରର ଆବରଣ ପ୍ରୟୋଗ କରାଯାଇଛି, ଯେଉଁ କାରଣରୁ ଏହା ହଜାର ହଜାର ବର୍ଷ ଧରି ପୂୂର୍ବ ଭଳି ରହିିଛି। ଏହି ଅନୁସନ୍ଧାନ ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା କରାଯାଇଛି। ଅନୁସନ୍ଧାନ କେନ୍ଦ୍ର ଅନୁଯାୟୀ, ରାବଣର ଶରୀରକୁ ୧୮ଫୁଟ ଲମ୍ବ ଏବଂ ୫ଫୁଟ ଚଉଡା ବିଶିଷ୍ଟ ଏକ କଫିନରେ ରଖାଯାଇଛି। କଫିନ୍ ତଳେ ରାବଣର ଅମୂଲ୍ୟ ଧନ ସବୁ ରଖାଯାଇଛି। ଏହି ଭଣ୍ଡାରକୁ ଏକ ବିଷାକ୍ତ ସାପ ଜଗି ରହିଥିବା ଦାବିି କରାଯାଇଛି।

ବିଶ୍ୱାସ କରାଯାଏ ଯେ, ଯେତେବେଳେ ପ୍ରଭୁ ରାମ ରାବଣଙ୍କୁ ହତ୍ୟା କରିଥିଲେ, ସେତେବେଳେ ସେ ତାଙ୍କ ଶବକୁ ଶେଷ ରୀତିନୀତି ପାଇଁ ବିଭୀଷଣକୁ ଶବ ହସ୍ତାନ୍ତର କରିଥିଲେ। କିନ୍ତୁ ବିଭୀଷଣ ସିଂହାସନ ଗ୍ରହଣ କରିବାକୁ ତତ୍ପର ହୋଇ ରାବଣର ଶେଷ ରୀତିନୀତି କରିନଥିଲେ ଏବଂ ଶରୀରକୁ ସେପରି ଛାଡି ଚାଲିଆସିଥିଲେ। ରାବଣଙ୍କ ମୃତ୍ୟୁ କ୍ଷଣସ୍ଥାୟୀ, ସେ ପୁଣି ଜୀବନ ପାଇବେ ବୋଲି ଭାବି ନାଗକୂଳର ଲୋକମାନେ ରାବଣଙ୍କ ମୃତଦେହକୁ ସାଙ୍ଗରେ ନେଇଯାଇଥିଲେ। କିନ୍ତୁ ସେ ପୁଣି ଜୀବିତ ନହେବାରୁ ମର ଶରୀରକୁ ବର୍ଷ ବର୍ଷ ଧରି ସୁରକ୍ଷିତ ରଖିବା ପାଇଁ ସେ ରାବଣର ମର ଶରୀରକୁ ମମି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe