ସିନେମା ନୁହେଁ, ବାସ୍ତବ ଘଟଣା: ଡାକ୍ତରଖାନା ଶଯ୍ୟାରେ କନ୍ୟାଙ୍କ ମଥାରେ ସିନ୍ଦୂର ଭରି ବିବାହ କଲେ ଯୁବକ, ରଚିଲେ ବିରଳ ଉଦାହରଣ

Advertisment
ସିନେମା ନୁହେଁ, ବାସ୍ତବ ଘଟଣା: ଡାକ୍ତରଖାନା ଶଯ୍ୟାରେ କନ୍ୟାଙ୍କ ମଥାରେ ସିନ୍ଦୂର ଭରି ବିବାହ କଲେ ଯୁବକ, ରଚିଲେ ବିରଳ ଉଦାହରଣ

ନୂଆଦିଲ୍ଲୀ:  ୨୦୦୬ ମସିହାରେ ରିଲିଜ ହୋଇଥିବା ସୁରଜ ବଡ଼ଜାତ୍ୟାଙ୍କ ସିନେମା ‘ବିବାହ’ର କାହାଣୀ ଭଳି ବାସ୍ତବ ଜୀବନରେ ଏକ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ  ଦେଖିବାକୁ ମିଳିଛି।

ପ୍ରତାପଗଡ଼ର କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା। ଡିସେମ୍ବର ୮ ତାରିଖ ରାତିରେ ବର ଆସିବାକୁ ଥିଲା ବେଳେ ସେହିଦିନ ଅପରାହ୍ନରେ ନିଜ ତିନିବର୍ଷର ଭଣଜାକୁ ବଞ୍ଚାଇବାକୁ ଯାଇ ଛାତରୁ ତଳକୁ ଖସି ପଡ଼ିଥିଲେ ଆରତୀ। ସଙ୍ଗେସଙ୍ଗେ ପରିବାରଲୋକ ତାଙ୍କୁ ଗୁରୁତର ଅବସ୍ଥା‌ରେ ଉଦ୍ଧାର କରି ପ୍ରୟାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା ପରେ ଆରତୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା  କହିଥିଲେ।

रियल लाइफ में हुआ अनोखा फिल्‍मी 'विवाह'

ଏହାପରେ ଆରତୀଙ୍କ ପରିବାର ଲୋକ ତୁରନ୍ତ ଏ ସମ୍ପର୍କରେ ବର ଆୱାଦେଶଙ୍କ ପରିବାରଲୋକଙ୍କୁ ଜଣାଇଥିଲେ ଏବଂ ବର ଘର ବାଲା ଯାହା ନିଷ୍ପତ୍ତି ନେବେ ସେମାନେ ତାହାକୁ ସ୍ବୀକାର କରିବେ ବୋଲି କହିଥିଲେ। କାରଣ ଏପରି ଅବସ୍ଥାରେ ବା ଆରତୀଙ୍କୁ କିଏ ବିବାହ କରିବ? ତେଣୁ ଆରତୀଙ୍କ ପରିବାରଲୋକ ବରଘର ଲୋକଙ୍କୁ ସାନ ଝିଅ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ଆୱାଦେଶ ରାଜି ହୋଇ ନଥି‌ଲେ। ଯାହାବି ପରିସ୍ଥିତି ହେଉ ସେ ଆରତୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ ବୋଲି ସ୍ଥିର କରିଥିଲେ।

रियल लाइफ में हुआ अनोखा फिल्‍मी 'विवाह'

ଏହାପରେ ଡାକ୍ତରଙ୍କ ସହ କଥା ହୋଇ ଆୱାଦେଶ ଶଯ୍ୟାଶାୟୀ ଅବସ୍ଥାରେ ବିବାହ ରୀତିନୀତି ଶେଷ କରି ଆରତୀଙ୍କ ମଥାରେ ସିନ୍ଦୂର ଭରି ତାଙ୍କୁ ସବୁଦିନ ପାଇଁ ଜୀବନସାଥୀ କରିଥିଲେ। ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe