ହୋଟେଲ୍ ବଡ ହେଉ କି ଛୋଟ, ପ୍ରତିଟି ହୋଟେଲର ରୁମ୍କୁ ପଶିଗଲେ, ଆପଣ ଗୋଟିଏ କଥା ଲକ୍ଷ୍ୟ କରିବେ। ତାହା ହେଲା, ରୁମ୍ର ବେଡ଼ ଉପରେ ଧଳା ରଙ୍ଗର ବେଡ଼ସିଡ଼୍ ପକାଯାଇଥିବ।
ଏବେ ଆପଣଙ୍କୁ ଜାଣିବାକୁ ଇଛା ହେବଣି ଯେ କାହିଁକି ବେଡ୍ ଉପରେ ଧଳା ରଙ୍ଗର ଚଦର ପକାଯାଇଥାଏ। ଏହାର ପାଞ୍ଚଟି କାରଣ ରହିଛି, ଯାହା ବେଶ୍ ମଜାଦାର। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?
elefamily.coପ୍ରଥମ କଥା ହେଲା ଧଳା ରଙ୍ଗ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଧଳାକୁ ପବିତ୍ର ଓ ପରିଷ୍କାର ବୋଲି ବି ମନେ କରାଯାଏ। ଏହି କାରଣରୁ ଧଳା ରଙ୍ଗର ବେଡ଼ସିଟ୍ ବ୍ୟବହାର କରାଯାଇଥାଏ।
ଦ୍ୱିତୀୟ କଥାଟି ହେଲା ବେଡ୍ସିଟ୍ର ରଙ୍ଗ ଧଳା ହେଲେ ଯଦି ସେଥିରେ କିଛି ମଇଳା ଲାଗିଥାଏ, ତାହା ସହଜରେ ଧରା ପଡ଼ିଯାଏ। ଏଣୁ ତାହା ହୋଟେଲର ରୁମ୍ ବୟଙ୍କ ନଜର ପଡ଼ିଯାଏ। ଏହାକୁ ତତ୍କ୍ଷଣାତ୍ ବଦଳାଇ ଦିଆଯାଇଥାଏ।
Fit Dayଧଳା ରଙ୍ଗର ବେଡ଼ସିଟ୍ରେ ଯଦି ଭୁଲରେ କୌଣସି ଦାଗ ଲାଗିଛି, ତେବେ ତାକୁ ବ୍ଲିଚ୍ କରାଯିବା ସହଜ ମଧ୍ୟ।
ଲୋକେ ଛୁଟି କାଟିବା ପାଇଁ ହୋଟେଲରେ ରହିଥାନ୍ତି। ଧଳା ବେଡ଼ସିଟ୍ ଥିଲେ ତାହା ଆକର୍ଷିତ କରିଥାଏ।
୧୯୯୦ ଦଶକ ପୂର୍ବରୁ ହୋଟେଲରେ ରଙ୍ଗିନ୍ ଚାଦର ବ୍ୟବହାର କରାଯାଉଥିଲା। ସେଥିରେ ଦାଗ ଲୁଚି ଯାଉଥିଲା। ଏହାକୁ ନେଇ ହୋଟେଲ୍ ଡିଜାଇନରମାନେ ଗବେଷଣା କରିଥିଲେ। ସେମାନେ ଜାଣିପାରିଲେ ଯେ, ବିଳାସ ଲାଗି ବେଡ଼ ଉପରେ ଧଳା ବେଡ଼ସିଟ୍ ସବୁଠାରୁ ଜରୁରୀ। ଏହାପରେ ବେଡ଼ରେ ଧଳା ବେଡ଼ସିଟ୍ ବିଛାଇବାର ଧାରା ପ୍ରବର୍ତ୍ତିତ ହେଲା।
Follow Us