ବିବାହ ଦିନ ବରଯାତ୍ରୀଙ୍କୁ ବାଟରେ ଅଟକାଇ ଚାଲୁଥିବା ଆନ୍ଦୋଳନରେ ଯୋଗ ଦେଲା ବର, ତା’ପରେ....

ବିବାହ ଦିନ ବରଯାତ୍ରୀଙ୍କୁ ବାଟରେ ଅଟକାଇ ଚାଲୁଥିବା ଆନ୍ଦୋଳନରେ ଯୋଗ ଦେଲା ବର, ତା’ପରେ....

indiatimes.com

ମହୋବା(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ବର କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ କରିବାକୁ ଯାଉଥିବା ବେଳେ ଅଧାବାଟରେ ବରଯାତ୍ରୀଙ୍କୁ ଅଟାକାଇବା ଓ ରାସ୍ତାରେ ହେଉଥିବା ଆନ୍ଦୋଳନରେ ସାମିଲ ହେବା ଘଟଣା ଏବେ ବରକୁ ପ୍ରଶଂସାର ପାତ୍ର ବନାଇଛି। କୌଣସି ଦାବି ପୂରଣକୁ ନେଇ ଆନ୍ଦୋଳନ କରିବାକୁ ଲୋକେ ସମୟ ନଷ୍ଟ ହେଉଥିବା କଥା ଭାବୁଥିବା ବେଳେ ଜଣେ ବର ଏଭଳି କରିବା ଏବେ ଆଲୋଚନାର ବିଷୟ ପାଲଟିଛି।

publive-image www.indiatimes.com

ସୂଚନା ମୁତାବକ, ଘଟଣାଟି ରବିବାର ରାତିରେ ଘଟିଥିଲା। ବିବାହ ପାଇଁ କନ୍ୟା ଘରକୁ ବାହାରିଥିଲା ବର। ହେଲେ ବାଟରେ କିଛି ଲୋକଙ୍କୁ ରାସ୍ତାରେ ବସି ଆନ୍ଦୋଳନ କରୁଥିବା ଦେଖି ବର ଅଟକିଥିଲା। ଗାଡ଼ିରୁ ବାହାରି ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚିବା ସହ ଆନ୍ଦୋଳନର କାରଣ ପଚାରିଥିଲେ। ମହ‌ୋବା ଜିଲ୍ଲାରେ ଡାକ୍ତରଖାନା ନିର୍ମାଣ ପାଇଁ ୧୦ଦିନ ହେଲାଣି ଆନ୍ଦୋଳନ କରି ଆସୁଥିବା ଜାଣି ବର ସବୁ ବରଯାତ୍ରୀଙ୍କୁ ଅଟକାଇବା ସହ ଅଧଘଣ୍ଟା ବସି ଆନ୍ଦୋଳନ କରିଥିଲେ। ଯାହା ପ‌ରେ ବରଯାତ୍ରୀଙ୍କ ସମେତ ନିଜ ବିବାହ ପାଇଁ ଆଗକୁ ବଢ଼ିଥିଲେ। ତେବେ ୧୦ଦିନ ହେଲାଣି ସରକାର ଦାବି ଶୁଣୁ ନଥିବା ବେଳେ ଜଣେ ବର ଏଭଳି ଆନ୍ଦୋଳନ କରିଥିବା ଜାଣି ସରକାର ଗୁରୁତ୍ବ ଦେବେ ବୋଲି ଆନ୍ଦୋଳନକାରୀମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe