ଚାଇନାର ପାଁଜିଁ ରକ୍ତିମ ବେଳାଭୂମି

Advertisment
ଚାଇନାର ପାଁଜିଁ ରକ୍ତିମ ବେଳାଭୂମି

YouTube

ସମୁଦ୍ର ଉପକୂଳର ଶାନ୍ତ ପରିବେଶ ଓ ମୃଦୁ ପବନରେ ଅବସର ସମୟ କଟାଇବା ଲାଗି କିଏ ବା ପସନ୍ଦ ନ କରେ! ତେବେ ନିଜର ଭ୍ରମଣ ସ୍ମୃତିରେ ସାଇତି ରଖିବା ଲାଗି ସମୁଦ୍ର ବାଲିର ବିସ୍ତୀର୍ଣ୍ଣତା ଓ ଜୁଆରର ଉପସ୍ଥିତିକୁ ଭିତ୍ତି କରି ବିଭିନ୍ନ ସ୍ଥାନରେ ଭିନ୍ନ ଧରଣର ଉପକୂଳମାନ ରହିଛି। ସେଥି ମଧ୍ୟରେ ସୁନେଲି ରଙ୍ଗର ବାଲୁକାରାଶି ପାଇଁ ସୁବର୍ଣ୍ଣ ବେଳାଭୂମି, କଳାରଙ୍ଗର ବାଲି ପାଇଁ କୃଷ୍ଣ ବେଳାଭୂମି, ବଡ଼ ବଡ଼ ଶିଳାଖଣ୍ଡର ଉପସ୍ଥିତି ପାଇଁ ପ୍ରସ୍ତର ଉପକୂଳ, ଜୁଆର ମାଡ଼ି ଆସୁଥିବା ଉଛୁଳା ଉପକୂଳ ଇତ୍ୟାଦି ଇତ୍ୟାଦି ନାନା ପ୍ରକାର ବେଳାଭୂମି ସମ୍ପର୍କରେ ଆମେ ଅଳ୍ପ ବହୁତ ଜାଣିଛନ୍ତି। ତେବେ ଚୀନ୍‌ରେ ରହିଥିବା ପାଁଜିଁ ଲୋହିତ ଉପକୂଳ ହେଉଛି ଏକ ନିଆରା ବେଳାଭୂମି।

ଏହାର ନାଁରୁ ଉପକୂଳର ରଙ୍ଗ ଲାଲ୍‌ ହୋଇଥିବା ସହଜରେ ଅନୁମେୟ। ମାତ୍ର ସମୁଦ୍ର କୂଳରେ ଏପରି ଗାଢ଼ ନାଲି ରଙ୍ଗର ବାଲି କେଉଁଠୁ ଆସିଲା ବୋଲି ମନରେ ପ୍ରଶ୍ନ ଉଠିପାରେ। ଲାୟାହେ ନଦୀର ତ୍ରିକୋଣଭୂମିରେ ସୃଷ୍ଟ ଏହି ଉପକୂଳରେ କୌଣସି ରାସାୟନିକ ପ୍ରତିକ୍ରିୟା କି ଆଲୋକର ବିକିରଣ ଯୋଗୁଁ ତାହାର ରଙ୍ଗ ଏପରି ଲାଲ ବର୍ଣ୍ଣ ହୋଇନାହିଁ। ଏହାର ଏପରି ଲାଲ୍‌ ବର୍ଣ୍ଣ ଧାରଣ ପଛର କାରଣ ହେଉଛି, ଉକ୍ତ ଉପକୂଳରେ ବାଲି ଉପରେ ନାଲି ରଙ୍ଗର ସୁଏଡ଼ା ନାମକ ଏକ ପ୍ରକାର ସାମୁଦ୍ରିକ ଗୁଳ୍ମର ମୋଟା ଆସ୍ତରଣ ଛାଇଯିବା। ଯୁଆଡ଼େ ଦେଖିଲେ ସିଆଡ଼େ ଖାଲି ନାଲି ରଙ୍ଗ। ଏହି ସୁଏଡ଼ାଗୁଡ଼ିକ ସ୍ବାଭାବିକ ଭାବେ ଏପ୍ରିଲ ଓ ମେ’ ମାସରେ ଜନ୍ମ ନେଇ ଗ୍ରୀଷ୍ମ ଦିନ ତକ ସବୁଜ ରଙ୍ଗ ଧାରଣ କରିଥାନ୍ତି। ତେବେ ହେମନ୍ତ ଋତୁ ଆସିଲେ ସେଗୁଡ଼ିକ ଏପରି ଉଜ୍ବଳ ନାଲି ବର୍ଣ୍ଣକୁ ରୂପାନ୍ତରିତ ହୋଇଥା’ନ୍ତି। ବେଳାଭୂମିର ଏହି ନିଆରା ରଙ୍ଗ ପାଇଁ ତାହା ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe