ମାରିଲା ବିଜୁଳି ହୁହୁ ହୋଇ ଜଳିଗଲା ବିଶାଳ ଗଛ

Advertisment
ମାରିଲା ବିଜୁଳି ହୁହୁ ହୋଇ ଜଳିଗଲା ବିଶାଳ ଗଛ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଦେଖିଲେ ଭୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଏକ ଗଛକୁ ହୁହୁ ହୋଇ ଜଳି ଯାଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓଟି ଟେକ୍ସସର ଟୋମବାଲରୁ ଆସିଥିବା କୁହାଯାଉଛି। ଭିଡିଓରେ ଦେଖୁ‌ଦେଖୁ ଗଛଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଉଥିବା ନଜରକୁ ଆସୁଛି। କିଛି ସମୟ ପରେ ଗଛଟି ଫାଟି ଯାଇ ଦୁଇଫାଳ ହୋଇ ତଳେ ପଡ଼ିଯାଉଛି।

ଏହି ଭିଡିଓକୁ ପାଣିପାଗ ବିଷୟରେ ସୂଚନା ଦେଉଥିବା @accuweather ଟୁଇଟ କରିଛି।ଏହି ଲୋମଟାଙ୍କୁରା ଭିଡିଓକୁ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସୌଭାଗ୍ୟବଶତଃ ଏହି ଘର ପାଖରେ କୌଣସି ଘର କିମ୍ବା କେହି ଲୋକ ନଥିଲେ। ନଚେତ ଏକ ବଡ଼ଧରଣର ଅଘଟଣ ଘଟି ଯାଇଥାଆନ୍ତା।

ଅନ୍ୟ ଜଣେ ଲେଖିଛନ୍ତି, ବିଜୁଳି ମାରିବା ସମୟରେ ଘରକୁ ବାହାରିବାକୁ ମନା କରାଯାଇଥାଏ। ଏହି ଭିଡିଓ ଦେଖି ଅନୁମାନ କରି ହେଉଛି ବିଜୁଳିର ଶକ୍ତି କେ‌ତେ ଭୟାବହ ହୋଇପାରେ। ଆଖିପିଛୁଳାକେ ଏକ ବିଶାଳ ଗଛକୁ ଜାଳି ପାଉଁଶ କରିଦେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe