ନାତିର ନିର୍ବନ୍ଧରେ ଜେଜେ-ଜେଜେମା’ ମାଗଣାରେ ୩୦୦ଜଣଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କଲେ

Advertisment
ନାତିର ନିର୍ବନ୍ଧରେ ଜେଜେ-ଜେଜେମା’ ମାଗଣାରେ ୩୦୦ଜଣଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କଲେ

Oneindia Hindi

ରାଜକୋଟ: ବିବାହ ଦିନକୁ ସ୍ମୃତି କରି ରଖିବା ପାଇଁ ଯୁବପିଢ଼ି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିଥାଆନ୍ତି। ଏଭଳି କ୍ରମରେ ଏକ ସ୍ୱତନ୍ତ୍ର ନିର୍ବନ୍ଧ ଦେଖିବାକୁ ମିଳିଛି। ନିଜ ନାତିର ନିର୍ବନ୍ଧରେ ଜେଜେ-ଜେଜେମା’ ଏମିତି ଏକ କାମ କରିଛନ୍ତି, ଯେଉଁଥିପାଇଁ ୩୦୦ଜଣ ରୋଗୀଙ୍କ ଆଖିର ମାଗଣାରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ହୋଇ ପାରିଥିଲା।

ଚନ୍ଦ୍ରକାନ୍ତଭାଇଙ୍କ ପୁଅ ଯୋଗେଶ ଯୋଗୀଙ୍କ କହିବାନୁସାରେ, କିଛିବର୍ଷ ପୂର୍ବେ ମା କାନ୍ତାବେନ୍‌ ଓ ବାପାଙ୍କ ଆଖିର ଅବସ୍ଥା ଠିକ୍‌ ନଥିଲା। ସେ ସଠିକ୍‌ ଭାବେ ଦେଖି ପାରୁ ନଥିଲେ। ଏମିତି ସମୟରେ ଦୁହେଁ ନିଜର ଆଖିର ଅସ୍ତ୍ରୋପଚାର ପାଇଁ ରଣଛୋଡଦାସ୍‌ ବାପୁଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ମାଗଣାରେ ଔଷଧ ଖାଇବାକୁ ବି ଦିଆଯାଇଥିଲା।

Image result for ree-operations-of-300-patients Twitter

ସେହି ସମୟରେ ଦୁହେଁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ ନେଇଥିଲେ। ନାତିର ନିର୍ବନ୍ଧରେ ଦୁହେଁ ନେଇଥିବା ସେହିଦିନର ନିର୍ଣ୍ଣୟକୁ ପୂରା କରି ସମସ୍ତଙ୍କୁ ପାଇଁ ପ୍ରେରଣା ପାଲଟିଛନ୍ତି। ନାତିର ନିର୍ବନ୍ଧରେ ରଣଛୋଡ଼ ଦାସଜି ବାପୁଙ୍କ ଆଶ୍ରମକୁ ଚନ୍ଦ୍ରକାନ୍ତଭାଇ ଓ ତାଙ୍କ ପତ୍ନୀ କିଛି ଅର୍ଥ ଦାନ କରିଥିଲେ। ଏବଂ ଏହି ଅର୍ଥରେ ୩୦୦ଜଣ ରୋଗୀଙ୍କ ମାଗଣାରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଇବା ପାଇଁ ଅନୁରୋଧ କରିଥିଲେ।

ଚନ୍ଦ୍ରକାନ୍ତଭାଇ ଓ ତାଙ୍କ ପତ୍ନୀ କାନ୍ତାବେନଙ୍କ ଏଭଳି ସାମଜ ସେବାକୁ ଦେଖି ଲୋକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଚନ୍ଦ୍ରକାନ୍ତଭାଇଙ୍କ ନାତିର ନିର୍ବନ୍ଧ ସିବାଙ୍ଗୀ ନାମକ ଜଣେ ଯୁବତୀଙ୍କ ସହିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe