ପେଟ ପୋଷିବାକୁ ସାଧାରଣ ସରକାରୀ ଚାକିରି ଖଣ୍ଡେ ପାଇନଥିବା ଯୁବକ ୧୯ ବର୍ଷ ପରେ ହେଲେ ଆଇଏଏସ୍‌ ଅଫିସର୍‌

ପେଟ ପୋଷିବାକୁ ସାଧାରଣ ସରକାରୀ ଚାକିରି ଖଣ୍ଡେ ପାଇନଥିବା ଯୁବକ ୧୯ ବର୍ଷ ପରେ ହେଲେ ଆଇଏଏସ୍‌ ଅଫିସର୍‌

www.thebetterindia.com

ନୂଆଦିଲ୍ଲୀ: କଥାରେ ଅଛି ‘ବିଫଳତା ହିଁ ସଫଳତାର ଚାବି କାଠି’। ତାହା ଏକଦମ ଠିକ୍‌ କଥା ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ସରକାରୀ ଚାକିରି ଖଣ୍ଡେ ପାଇବାକୁ ଆମେ ଭାରତୀୟମାନେ ଏକ ବଡ଼ ସଫଳତା ବୋଲି ଭାବିଥାଉ। ୧୯୯୭ ମସିହାରେ ଏହି ସଫଳତାରୁ ବଞ୍ଚିତ ହୋଇଥିଲେ ତାମିଲନାଡୁର କେ ଏଲାମ୍ବହାବଥ୍‌। ସେ ସରକାରୀ ଚାକିରି ଖଣ୍ଡେ ପାଇଁ କାହିଁ କେତେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ତଥାପି ବି ଚୁପ୍‌ ହୋଇ ଯାଇନଥିଲେ ସେ। ଶେଷରେ ସେହି ପିଲା ପୁଣି ଦୀର୍ଘ ୧୯ ବର୍ଷ ବ୍ୟବଧାନ ପରେ ୨୦୧୬ ମସିହାରେ ଆଇଏଏସ୍‌ ଅଫିସର୍‌ ହୋଇ ସମସ୍ତଙ୍କୁ ଚକିତ କରି ପକାଇଥିଲେ।

publive-image www.thebetterindia.com

ତାମିଲନାଡୁର ଥାଞ୍ଜଭୁର ଜିଲ୍ଲାର ଏକ ଛୋଟ ଗ୍ରାମରେ ୧୯୮୨ ମସିହାରେ ଜନ୍ମ ଲାଭ କରନ୍ତି ଏଲାମ୍ବହାବଥ। ତାଙ୍କ ବାପା ଜଣେ ପ୍ରଶାସନ ଅଧିକାରୀ ହୋଇଥିବା ବେଳେ ମାଆ ଜଣେ ସମାଜସେବୀ। ଏକ ଶିକ୍ଷିତ ପରିବାରେ ଜନ୍ମ ଗ୍ରହଣ କରିଥିବାରୁ ପିଲାଦିନରୁ ହିଁ ପାଠପଢ଼ା ପ୍ରତି ଘରେ ବେଶ ଗୁୁୁରୁତ୍ୱ ଦିଆଯାଉ ଥିଲା। ମାତ୍ର ୧୯୯୭ ମସିହାରେ ତାଙ୍କ ଜୀବନର ମୋଡ଼ ବଦଳିଗଲା, ଯେତେବେଳେ ସେ ତାଙ୍କ ବାପାଙ୍କୁ ହରାଇ ବସିଲେ।

ସେତେବେଳେ ସେ +୨ରେ ପଢୁଥାନ୍ତି। ଏପରିକି ସେ ସମୟରେ ଏଲାମ୍ବହାବଥ ଏପରି ଆର୍ଥିକ ଅବସ୍ଥା ଦେଇ ଗତି କଲେ ଯେ ତାଙ୍କ ପାଖରେ ପାଠ ପଢ଼ିବା ପାଇଁ କୌଣସି ଚାରା ନଥିଲା। ଯେମିତି ବି ହେଲେ ତାଙ୍କୁ ଚାକିରି ଖଣ୍ଡେ ଦରକାର ଥିଲା। କୃଷି କାମ ତାଙ୍କ ଚଳିବା ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ଚିନ୍ତା କରି ସେ ସରାକରୀ ଚାକିରି ପାଇଁ ଆବେଦନ କରିଥିଲେ ବି ତାଙ୍କୁ ଚାକିରି ଖଣ୍ଡେ ମିଳିଲା ନାହିଁ। ଶେଷରେ ସେ ହାରି ନଯାଇ ତାଙ୍କ ପ୍ରଚେଷ୍ଟାରେ ୨୦୧୪ ମସିହାରେ ଜଣେ ଆଇଏଏସ୍‌ ଅଧିକାରୀ ହୋଇ ନିଜ ସ୍ୱପ୍ନ ପୂରା କରିବା ସହ ଦୁନିଆ ପାଇଁ ଉଦାହରଣ ପାଲଟିଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe