Advertisment

ବଦ୍ରିନାଥ ଧାମର ଆଶ୍ଚର୍ଯ୍ୟଜନକ ଘଟଣା; ଭୁକନ୍ତି ନାହିଁ କୁକୁର ଶବ୍ଦ କରେ ନାହିଁ ବିଜୁଳି, ଘଡ଼ଘଡ଼ି

Advertisment

ବଦ୍ରିନାଥ ଧାମ ସହିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଜଡ଼ିତ ରହିଛି। ଯାହାକୁ ସହଜରେ ବିଶ୍ବାସ କରାଯାଇ ପାରି ନଥାଏ। ଯେମିତିକି ଏଠାରେ  କୁକୁର ବୁଲନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ କୁକୁର ଭୁକିବାର କେହି ଶୁଣି ନାହାନ୍ତି।

ବଦ୍ରିନାଥ ଧାମ ସହିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଜଡ଼ିତ ରହିଛି। ଯାହାକୁ ସହଜରେ ବିଶ୍ବାସ କରାଯାଇ ପାରି ନଥାଏ। ଯେମିତିକି ଏଠାରେ  କୁକୁର ବୁଲନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ କୁକୁର ଭୁକିବାର କେହି ଶୁଣି ନାହାନ୍ତି।

New Project (11) (2)

ନୂଆଦିଲ୍ଲୀ: ବଦ୍ରିନାଥ ଧାମ ଉତ୍ତରାଖଣ୍ଡ ରାଜ୍ୟର ଚାମୋଲି ଜିଲ୍ଲାରେ ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକନନ୍ଦା ନଦୀର ବାମ କୂଳରେ ନର ଏବଂ ନାରାୟଣ ପର୍ବତ ମଧ୍ୟରେ ଅବସ୍ଥିତ। ଏହା ଭାରତର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ।

ଇତିହାସ ଅନୁଯାୟୀ ନବମ ଶତାବ୍ଦୀରେ ତୀର୍ଥଯାତ୍ରାରେ ହିମାଳୟ ଅଞ୍ଚଳକୁ ଆସିଥିବା ଆଦି ଶଙ୍କର ଅଳକାନନ୍ଦା ନଦୀ ଗର୍ଭରୁ ବିଷ୍ଣୁଙ୍କ ମୂର୍ତ୍ତିଟିକୁ ପାଇ ତପ୍ତକୁଣ୍ଡ ନିକଟ ଗୁମ୍ଫାରେ ସ୍ଥାପନା କରିଥିଲେ । ୧୬ଶ ଶତାବ୍ଦୀରେ ଗଡ଼ୱାଲ ରାଜା ମନ୍ଦିର ନିର୍ମାଣ କରି ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଇଲେ ।

ବଦ୍ରିନାଥ ଧାମ ସହିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଜଡ଼ିତ ରହିଛି। ଯାହାକୁ ସହଜରେ ବିଶ୍ବାସ କରାଯାଇ ପାରି ନଥାଏ। ଯେମିତିକି ଏଠାରେ  କୁକୁର ବୁଲନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ କୁକୁର ଭୁକିବାର କେହି ଶୁଣି ନାହାନ୍ତି।

କେବଳ ଏତିକି ନୁହେଁ ସ୍ଥାନୀୟଅଞ୍ଚଳରେ ବସବାସ କରୁଥିବା ବୃଦ୍ଧବୃଦ୍ଧାଙ୍କ କହିବାନୁସାରେ, ‘ସେମାନଙ୍କ ହେତୁ ପାଇବା ଦିନ ଠାରୁ ଉକ୍ତ ଅଞ୍ଚଳରେ ସେମାନେ କୁକୁର ଭୁକିବାର କଦାପି ଶୁଣି ନାହାନ୍ତି। କେବଳ କୁକୁର ନୁହେଁ ଏଠାରେ ବିଜୁଳି ଚମକିଥାଏ ସତ କିନ୍ତୁ ଶବ୍ଦ କରି ନଥାଏ। ବର୍ଷା ହୁଏ କିନ୍ତୁ ଘଡ଼ଘଡ଼ି ଆଦୌ ଶବ୍ଦ କରେ ନାହିଁ ।’

ମାନ୍ୟତା ଅଛି ବଦ୍ରିନାଥ ଧାମରେ ଭଗବାନ ବିଷ୍ଣୁ ଧ୍ୟାନ ମୁଦ୍ରାରେ ଅଛନ୍ତି। ତେଣୁ ପ୍ରକୃତିଠାରୁ ପଶୁ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ତପସ୍ୟାରେ ତାଙ୍କୁ ସମର୍ଥନ କରୁଛନ୍ତି। ତାଙ୍କ ତପସ୍ୟାକୁ କେହି ଭଙ୍ଗ କରିବାକୁ ଚାହାନ୍ତି ନାହିଁ।  ଗର୍ଭଗୃହ ଭିତରେ ଶିଳାରେ ନିର୍ମିତ ଭଗବାନ ବିଷ୍ଣୁଙ୍କ ଏକ କଳା ପଥର ମୂର୍ତ୍ତି ରହିଛି। ଯାହାକୁ ବଦ୍ରିନାଥ କୁହାଯାଏ। ମୂର୍ତ୍ତିଟି ପଦ୍ମାସନରେ ଅଛି ଏବଂ ଚାରି ହାତ ବିଶିଷ୍ଟ ବିଷ୍ଣୁଙ୍କ ରୂପକୁ ଦର୍ଶାଉଛି।

ବଦ୍ରିନାଥ ଧାମକୁ ଭଗବାନ ବିଷ୍ଣୁଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ ଏବଂ ଏହାକୁ ପୃଥିବୀର ‘ବୈକୁଣ୍ଠ’ କୁହାଯାଏ । ମନ୍ଦିରଟି କେବଳ ମେ’ ରୁ ନଭେମ୍ବର ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲା ରହିଥାଏ । ଶୀତଦିନେ ଯେତେବେଳେ ମନ୍ଦିର ଦ୍ୱାର ବନ୍ଦ ହୋଇଯାଏ ପ୍ରଭୁ ବଦ୍ରିନାଥଙ୍କୁ ଯୋଶୀମଠର ନରସିଂହ ମନ୍ଦିରରେ ପୂଜା କରାଯାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିରର ଦ୍ୱାର ବନ୍ଦ ହେବା ପୂର୍ବରୁ ଜଳୁଥିବା ଦୀପ ଛଅ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ସେମିତି ଜଳୁଥାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe