Remember 25: ମନେରହିବ ୨୫: ରାତି ହେଲେ ଭୀତି ବଢ଼େ

Advertisment

ଚଳିତ ବର୍ଷ ପୁଲିସକୁ ଚକ୍‌ମା ଦେବା ପାଇଁ ନୂଆ ତରିକା ଆପଣାଇଥିଲେ ଅପରାଧୀ। ପ୍ରମାଣ ନଷ୍ଟ କରିବା ପାଇଁ ରାଜଧାନୀରୁ ଅପହରଣ ପରେ ଅନ୍ୟତ୍ର ହତ୍ୟା କରିଥିଲେ। ଆଉ କିଏ ରାଜଧାନୀରେ ହତ୍ୟା ପରେ ଅନ୍ୟତ୍ର ନେଇ ମୃତଦେହକୁ ଫୋପାଡ଼ିଥିଲେ।

ଚଳିତ ବର୍ଷ ପୁଲିସକୁ ଚକ୍‌ମା ଦେବା ପାଇଁ ନୂଆ ତରିକା ଆପଣାଇଥିଲେ ଅପରାଧୀ। ପ୍ରମାଣ ନଷ୍ଟ କରିବା ପାଇଁ ରାଜଧାନୀରୁ ଅପହରଣ ପରେ ଅନ୍ୟତ୍ର ହତ୍ୟା କରିଥିଲେ। ଆଉ କିଏ ରାଜଧାନୀରେ ହତ୍ୟା ପରେ ଅନ୍ୟତ୍ର ନେଇ ମୃତଦେହକୁ ଫୋପାଡ଼ିଥିଲେ।

hfhsfhhf

ଚଳିତ ବର୍ଷ ପୁଲିସକୁ ଚକ୍‌ମା ଦେବା ପାଇଁ ନୂଆ ତରିକା ଆପଣାଇଥିଲେ ଅପରାଧୀ। ପ୍ରମାଣ ନଷ୍ଟ କରିବା ପାଇଁ ରାଜଧାନୀରୁ ଅପହରଣ ପରେ ଅନ୍ୟତ୍ର ହତ୍ୟା କରିଥିଲେ। ଆଉ କିଏ ରାଜଧାନୀରେ ହତ୍ୟା ପରେ ଅନ୍ୟତ୍ର ନେଇ ମୃତଦେହକୁ ଫୋପାଡ଼ିଥିଲେ। କିଏ ଗୁଣିଗାରେଡ଼ି ପାଇଁ ତ କିଏ ପ୍ରେମ ପାଇଁ: ଆଉ କିଏ ଜମିବାଡ଼ି ପାଇଁ ମୁଣ୍ଡ ଗଡ଼ାଇଥିଲା। ସେମିତି ବାରମ୍ବାର ଦୁଷ୍କର୍ମ ଭଳି ଘଟଣା ରାଜଧାନୀରେ ନାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଖାଲି ହତ୍ୟା କି ଦୁଷ୍କର୍ମ ନୁହେଁ, ବନ୍ଧୁକ ମାଫିଆଙ୍କ ଦୌରାତ୍ମ୍ୟ, ଗ୍ୟାଙ୍ଗ ଅପରାଧ, ନିଶା ମାଫିଆ ପୁଲିସ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ। ଅପରାଧୀଙ୍କୁ ବାନ୍ଧିବାକୁ ଯାଇ  ଅନେକ ସମୟରେ ପୁଲିସ ବି ଅପରାଧୀଙ୍କ ଆକ୍ରୋଶର ଶିକାର ହୋଇଥିଲା। ତେବେ ବର୍ଷ ତମାମ ପୁଲିସ- ଅପରାଧୀ ମଧ୍ୟରେ ଲୁଚକାଳି ଖେଳ ଚାଲିଛି। ଅବଶ୍ୟ ଏନ୍‌କାଉଣ୍ଟର କରି ପୁଲିସ କିଛି ଅପରାଧୀଙ୍କୁ ସାବାଡ଼ କରିଥିଲା।
ପ୍ରସ୍ତୁତି: ହିତେଶ ନାୟକ

ପ୍ରସ୍ତାବରେ ରହିଗଲା ସହରାଞ୍ଚଳ ପୁଲିସ ବିଭାଜନ

କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସରେ ଥିବା ଭୁବନେଶ୍ବର ସହରାଞ୍ଚଳ ପୁଲିସ(ୟୁପିଡି) ଦୁଇ ଭାଗ ହେବ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡି। ଏଥିପାଇଁ ଜଣେ ନୁହେଁ ବରଂ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ। ବଢ଼ୁଥିବା ଅପରାଧ ନିୟନ୍ତ୍ରଣ, ଆଇନ୍‌ଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା କମିସନରେଟ୍‌ ପୁଲିସ। ଏ ସମ୍ପର୍କିତ କମିସନରେଟ୍‌ ପୁଲିସର ପ୍ରସ୍ତାବ ଡିଜିପିଙ୍କ ଜରିଆରେ ଗୃହବିଭାଗକୁ ଦିଆଯାଇଛି। ହେଲେ  ଏହି ପ୍ରସ୍ତାବ କେବଳ ପ୍ରସ୍ତାବରେ ରହିଗଲା।

ଗାଡ଼ି ଚଳାଇବାକୁ ଭୟ 
ରାଜଧାନୀରେ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। କେଉଁଠି ଜୀବନ ଚାଲିଯାଉଛି ତ କେଉଁଠି ଦୁର୍ଘଟଣାର ଶିକାର ବ୍ୟକ୍ତି ଅକର୍ମଣ୍ୟ ହୋଇପଡ଼ୁଛନ୍ତି। ପରିବାର ନିଶ୍ଚିହ୍ନ ହୋଇଯାଉଛି। ବାପା ମା’ ପୁଅକୁ ହରାଉଛନ୍ତି ତ ପିଲା ଅନାଥ ହୋଇଯାଉଛନ୍ତି। ରାସ୍ତା ଦୁର୍ଘଟଣାର ଛାତିଥରା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ଦୁର୍ଘଟଣା ଯୋଗୁଁ ବର୍ଷକରେ  ୧୩୫ ଜଣଙ୍କ ଜୀବନ ଯାଇଛି। ୧୬୮ରୁ  ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ଟ୍ରାଫିକ୍‌ ଯନ୍ତ୍ରଣା ସହରରେ ବଢ଼ିବା ସାଙ୍ଗକୁ ତାଳ ଦେଇ ବଢ଼ୁଛି ଗାଡ଼ିମୋଟର ସଂଖ୍ୟା। ହେଲେ ଆଜି ବି ରାଜଧାନୀର ଟ୍ରାଫିକ୍‌ଯନ୍ତ୍ରଣା ଯାଇନି। ପ୍ରତିଦିନ ଲୋକ ଟ୍ରାଫିକ୍‌ରେ ଫସିବା ସାଧାରଣ କଥା ପାଲଟିଛି। ସୌନ୍ଦର୍ଯ୍ୟୀକରଣ ଆଳରେ ରାସ୍ତା ସଂକୁଚିତ ହୋଇଛି। ସବୁଠୁ ବଡ଼କଥା ହେଲା ପଳାଶୁଣୀ ପର ଗଙ୍ଗୁଆ ବ୍ରିଜ୍‌ର ଦୁଇ ଲେନ୍‌ ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟାର ମୁଖ୍ୟ କାରଣ ପାଲଟିଛି। କେବଳ ସେତିକି ନୁହେଁ, ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଲୋକେ ଟ୍ରାଫିକ୍‌ ଜାମ୍‌ରେ ଫସୁଥିଲେ ମଧ୍ୟ ପୁଲିସ ହାତ ଟେକିଦେଇଛି।

dgddggd

ବାଜିରେ ନାରୀ ସୁରକ୍ଷା

ବାଡ଼ ଫସଲ ଖାଇବା ଭଳି ରେଳଷ୍ଟେସନରେ ଜଣେ ଯୁବତୀଙ୍କୁ ପୁଲିସର ରାତି ସାରା ଦୁଷ୍କର୍ମ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେମିତି ଧଉଳି ନଦୀପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ  ଏବଂ ଜଣେ କଣ୍ଠଶିଳ୍ପୀଙ୍କୁ ବଡ଼ ଚ୍ୟାନେଲ୍‌ରେ ସୁଯୋଗ ଦେବା ଆଳରେ ଗଣଦୁଷ୍କର୍ମ କରାଗଲା।  ୱି କେୟାର ୱି ଡେୟାର ନାରା ଦେଉଥିବା କମିସନରେଟ୍‌ ପୁଲିସରେ ନାରୀ ସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ବୀମା ପାଇଁ ପତ୍ନୀକୁ ହତ୍ୟା
ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ସାହୁ ପ୍ରଥମେ ନିଖୋଜ ଓ ପରେ କେନ୍ଦୁଝରରୁ ମୃତଦେହ ଠାବ ରାଜଧାନୀର ଚର୍ଚ୍ଚାର ବିଷୟ ପାଲଟିଥିଲା। ସ୍ବାମୀ ତଥା ପ୍ରେମିକ ଦୀପକ ରାଉତ ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ରାଜଧାନୀରେ ତଣ୍ଟିଚିପି ହତ୍ୟା ପରେ କେନ୍ଦୁଝରରେ ସମ୍ପର୍କୀୟଙ୍କ ବାଡ଼ିରେ ଶବ ପୋତିଥିଲା। ହେଲେ ତାର ଏ ଚାଲ୍‌ ପୁଲିସ ପାଖରେ ଫେଲ୍‌ ମାରିଥିଲା। ଶେଷରେ କମିସନରେଟ୍‌ ପୁଲିସ ତାକୁ ଗିରଫ କରି ହତ୍ୟାକାଣ୍ଡର ଗୁମର ଖୋଲିଥିଲା।

ପୁଲିସ୍‌କୁ ବନ୍ଦୀକଲେ ଅପରାଧୀ 
ପୁଲିସ ପାଇଁ ଚଳିତ ବର୍ଷ କିଛି ଶୁଭଙ୍କର ନଥିଲା। କାରଣ ଅପରାଧୀଙ୍କୁ ବାନ୍ଧିବାକୁ ଯାଇଥିବା ବେଳେ ଘରେ ବନ୍ଦୀରଖି ପିଟିଲେ ତ କେତେବେଳେ ଗୋଷ୍ଠୀ ସଂଘର୍ଷ ସମୟରେ ସ୍ଥିତି ଆୟତ୍ତ କରିବାକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପୁଲିସକୁ ଅପରାଧୀ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଟେକାପଥର ମାଡ଼କରି ଲହୁଲୁହାଣ କରିବା ସହ ଭ୍ୟାନ୍‌ଭାଙ୍ଗିଥିଲେ। ଟ୍ରାଫିକ୍‌ପୁଲିସ ବି ଏଥିରୁ ବର୍ତ୍ତି ନଥିଲା। ବର୍ଷ ତମାମ ପୁଲିସକୁ ଏଭଳି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ବିଶେଷକରି ଭରତପୁର, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ସହିଦନଗର, ନୂଆପଲ୍ଲୀ, ମଞ୍ଚେଶ୍ବର ଥାନା ଅଞ୍ଚଳରେ ଅପରାଧୀଙ୍କ ଆକ୍ରମଣ ଯୋଗୁଁ ୨୦ରୁ ଅଧିକ ପୁଲିସ ଆହତ ହୋଇଥିଲେ। 

adgdadgd

ଜାତୀୟ ରାଜପଥରେ ଖଣ୍ଡାରେ ହାଣି ଦି’ଗଡ଼
ଜାନୁଆରି ୮ ତାରିଖରେ ଜାତୀୟ ରାଜପଥ ଉପରେ ଏକ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା। କାରଣ ଏହି ସମୟରେ ପ୍ରବାସ ଭାରତୀୟ ଦିବସ ପାଇଁ ସାରା ସହରରେ ପୁଲିସ ଛାଉଣୀ ଥାଏ। ପୁଲିସ ଭ୍ୟାନ୍‌, ବାଇକ୍‌ ସବୁଠି ପଇଁନ୍ତରା ମାରୁଥାଏ। ଉଦ୍‌ବେଗର ବିଷୟ କୌଣସି ଅପହଞ୍ଚ ଅଞ୍ଚଳ ନୁହେଁ; ସ୍ପଷ୍ଟ ଦିବାଲୋକରେ ରାଜଧାନୀ ଛାତି ଉପର ଜାତୀୟ ରାଜପଥରେ। ମଞ୍ଚେଶ୍ବର ଓ ସହିଦନଗର ଥାନାର କେନ୍ଦ୍ରସ୍ଥଳରେ କ୍ୟାପିଟାଲ୍‌ ଥାନା କେଦାରପଲ୍ଲୀ ବସ୍ତିର ସହଦେବ ନାୟକଙ୍କୁ ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ୧୦ରୁ ଅଧିକଙ୍କୁ ପୁଲିସ ଗିରଫ କରିଥିଲା।

ଧରାପଡ଼ିଲାନି ଷ୍ଟୋନ୍‌ମ୍ୟାନ୍‌
ସେପ୍ଟେମ୍ବର ମାସ ୬ ତାରିଖ ଦିନ ମଞ୍ଚେଶ୍ବର ରେଲ୍‌ୱେ କଲୋନି ରେଳଡବା ମରାମତି କାରଖାନା ଖେଳପଡ଼ିଆ ପାଇଖାନା ପଛ‌ରୁ ଜଣେ ଯୁବକଙ୍କ ଗଳିତ ଶବ ମିଳିଥିଲା। ହତ୍ୟାକାରୀ, ମୃତକଙ୍କ ମୁହଁକୁ ପଥରରେ ଛେଚି ବିକୃତ କରିଦେଇଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ପୁଲିସ ସହରର ବିଭିନ୍ନ ଜାଗାରେ ପୋଷ୍ଟର ଲଗାଇବା ସହିତ ପରିଚୟ ଦେଲେ ୨୫ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। ମାତ୍ର ୪ମାସ ପରେ ବି ମୃତକଙ୍କ ପରିଚୟ କିମ୍ବା ହତ୍ୟାକାରୀ ସମ୍ପର୍କରେ ସାମାନ୍ୟତମ ସୁରକ ପାଇପାରିନାହିଁ। ଅନୁରୂପ ଭାବେ ଚନ୍ଦ୍ରଶେଖରପୁର ଗ୍ରିଡ୍‌କୋ କଲୋନି ଗ୍ରିଡ୍‌ କାର୍ଯ୍ୟାଳୟ ପଛପଟେ ଅକ୍ଟୋବର ୧୪ ତାରିଖ ଦିନ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ମିଳିଥିଲା। ଦୁଇ ଦୁଇଟି ହତ୍ୟାକାଣ୍ଡ ପଥରରେ ଛେଚି କରାଯାଇଥିଲେ ହେଁ ଷ୍ଟୋନ୍‌ମ୍ୟାନ୍‌କୁ ଖୋଜିବାକୁ ପୁଲିସ ଅନ୍ଧାରରେ ଅଣ୍ଡାଳୁଛି।

ଗନ୍‌ ଗର୍ଜନ ଓ ବୋମାମାଡ଼ରେ ଥରାଇଲେ 

ଜମିବାଡ଼ିକୁ ନେଇ କିଏ କିଏ ଗୁଳି ଫୁଟାଇଲାଣି ତ କିଏ ବୋମାମାଡ଼ କଲାଣି।  ଆଶ୍ରମରେ ବିବାଦରୁ ବାବାଙ୍କ ଉପରକୁ ଗୁଳି  ତ କେତେବେଳେ ଜମିପାଇଁ ଭାଇକୁ ହୋଇଥିଲା ଗୁଳି। ଖଣ୍ଡଗିରି ଥାନା ସରକନ୍ତରା ଅଞ୍ଚଳରେ ଜମିବାଡ଼ି ବିବାଦରୁ ଭାଇର ଗୁଳିରେ ଯାଇଥିଲା ଭାଇ ସୁଧାଂଶୁ ଖୁଣ୍ଟିଆ‌ର ଜୀବନ। ସେମିତି ଇନ୍‌ଫୋଭ୍ୟାଲି ଥାନା ଦେଉଳିଆପାଟଣାସ୍ଥିତ ଭାଇଭାଇ ଆଶ୍ରମରେ ଘଟିଥିଲା ଗୁଳିକାଣ୍ଡ। ଅନୈତିକ ସମ୍ପର୍କରୁ ଗୁଳିକାଣ୍ଡ ଘଟିଥିଲା। ଏହାଛଡ଼ା ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଏକ ବାର୍‌ରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା। ସେହିପରି ବଡ଼ଗଡ଼ ଥାନା ଅଞ୍ଚଳରେ ଜଣେ ବିଲ୍‌ଡରଙ୍କୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ବିଶେଷକରି ଚନ୍ଦକା ଅଞ୍ଚଳରେ ସରକାରୀ ଜମିକୁ ନେଇ ୩ରୁ ୪ଥର ବୋମାମାଡ଼ ଘଟଣା ପୁଲିସକୁ ଅଡ଼ୁଆରେ ପକାଇଥିଲା। ରାଜଧାନୀରେ ବାରମ୍ବାର ଗୁଳିମାଡ଼ ଘଟଣା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ବିହାରର ମୁଙ୍ଗେର ମାଫିଆମାନେ ଭୁବନେଶ୍ବରକୁ ବନ୍ଧୁକ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା ଏବଂ ଦୁଇ ଦୁଇ ଥର ମୁଙ୍ଗେର ମାଫିଆ ଧରାପଡ଼ିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe