ଅନ୍‌ଲାଇନ୍‌ ଦେଣନେଣ ସମୟରେ ଏହି ୮ଟି ମୁଖ୍ୟ ଜିନିଷକୁ ଧ୍ୟାନରେ ରଖନ୍ତୁ, ନଚେତ୍‌ ଚୋରି ହୋଇଯିବ ଆପଣଙ୍କ ତଥ୍ୟ ଓ ଟଙ୍କା!

ଅନ୍‌ଲାଇନ୍‌ ଦେଣନେଣ ସମୟରେ ଏହି ୮ଟି ମୁଖ୍ୟ ଜିନିଷକୁ ଧ୍ୟାନରେ ରଖନ୍ତୁ,   ନଚେତ୍‌ ଚୋରି ହୋଇଯିବ ଆପଣଙ୍କ ତଥ୍ୟ ଓ ଟଙ୍କା!

ଡିଜିଟାଲ୍‌ ଦୁନିଆରେ ବର୍ତ୍ତମାନ ଅନ୍‌ଲାଇନ୍‌ ନେଣଦେଣ ଖୁବ୍‌ ଜୋର୍‌ ଚାଲୁଥିବାବେଳେ ହ୍ୟାକିଙ୍ଗ୍‌ ମାମଲା, ରାନ୍‌ସମ୍‌େଓ୍ଵର୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ୍‌ ଜାଲିଆତି, ଏଟିଏମ୍‌ ଫ୍ରଡ୍‌ସ ସହ ଅନେକ ସାଇବର୍‌ କ୍ରାଇମ୍‌ ମଧ୍ୟ ବଢ଼ି ଚାଲିଛି। ସେଥିପାଇଁ ଅନ୍‌ଲାଇନ୍‌ରେ ନେଣଦେଣ କରିଲାବେଳେ ଆପଣଙ୍କୁ ସର୍ବଦା ସତର୍କ ରହିବା ଜରୁରୀ, ନହେଲେ ଆପଣଙ୍କ ଗୋଟିଏ ଭୁଲ୍‌ ପଦକ୍ଷେପ ଆପଣଙ୍କୁ ବଡ଼ ଆର୍ଥିକ କ୍ଷତିରେ ପକାଇ ଦେଇପାରେ।

publive-image

ସାଇବର କେଫେରେ କେବେ ବି କରନ୍ତୁ ନାହିଁ: କୌଣସି ବି ଅନ୍‌ଲାଇନ୍‌ ଫାଇନାନ୍‌ସିଆଲ୍‌ ନେଣଦେଣ ସାଇବର୍‌ କେଫେ, ସେୟାର୍ଡ୍‌ କମ୍ପ୍ୟୁଟର ବା ପବ୍ଲିକ୍‌ ଓ୍ଵାଇ-ଫାଇ ସିଷ୍ଟମ୍‌ରେ କରନ୍ତୁ ନାହିଁ।

publive-image

ସର୍ବଦା ନିଜ କମ୍ପ୍ୟୁଟର ବ୍ୟବହାର କରନ୍ତୁ: ନିଜ କମ୍ପ୍ୟୁଟରରେ ପର୍ଯ୍ୟାପ୍ତ ଫାୟର୍‌ଓ୍ଵାଲ୍‌ସ ଓ ଆଣ୍ଟି-ଭାରସ୍‌ ସଫ୍ଟେଓ୍ଵର୍‌ ରଖି ବ୍ୟବହାର କରନ୍ତୁ। ଆପଣଙ୍କ କମ୍ପ୍ୟୁଟର ଅପରେଟିଙ୍ଗ୍‌ ସିଷ୍ଟମ୍‌ସ ଓ ସିକ୍ୟୁରିଟି ପାଚେସ୍‌କୁ ସର୍ବଦା ଅପ୍‌ଡେଟ୍‌ ରଖନ୍ତୁ।

publive-image

ପାସ୍‌ଓ୍ଵର୍ଡ୍‌କୁ ଏମିତି ରଖନ୍ତୁ ନାହିଁ: ଯେକୌଣସି ଆର୍ଥିକ ନେଣଦେଣ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବା ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଆପଣଙ୍କ ଜନ୍ମ ତାରିଖ, ଆନିଭର୍ସରି କିମ୍ବା କାହାର ନାମ ପାସ୍‌ଓ୍ଵର୍ଡ୍‌ ଆକାରରେ ଦିଅନ୍ତୁ ନାହିଁ, ଏହା ସହଜରେ ଜାଣି ହୋଇଯାଇଥାଏ।

publive-image

ଇମେଲ୍‌ ମାଧ୍ୟମରୁ ମାଗୁଥିବା ପାନ୍‌ ନମ୍ବର, ଆଧାର ନମ୍ବର ତଥ୍ୟ ଆଦି ଦିଅନ୍ତୁ ନାହିଁ: ଜାଣିଥା’ନ୍ତୁ କି କେବେ ବି ବ୍ୟାଙ୍କ୍‌, ସରକାର, ଆର୍‌ବିଆଇ ଓ ଅନ୍ୟମାନେ ଆପଣଙ୍କୁ ଇମେଲ୍‌ ଯୋଗେ କୌଣସି ପାସ୍‌ଓ୍ଵାଡ୍‌ର୍, କାର୍ଡ୍‌ ନମ୍ବର କିମ୍ବା କୌଣସି ଆର୍ଥିକ କାରବାର ସମ୍ବନ୍ଧିତ ତଥ୍ୟ ଆଦି ମାଗି ନ ଥାନ୍ତି।

publive-image

କେବେ ବି ପାସ୍‌ଓ୍ଵର୍ଡ୍‌ କାହାକୁ କହନ୍ତୁ ନାହିଁ: କେବେ ବି ଆପଣଙ୍କ ପାସ୍‌ଓ୍ଵର୍ଡ୍‌ କାହା ସହ ସେୟାର୍‌ କରନ୍ତୁ ନାହିଁ ଓ ସୋସିଆଲ୍‌ ମିଡିଆ ଜରିଆରେ ଏହାକୁ ଉଲ୍ଲେଖ କରନ୍ତୁ ନାହିଁ।

publive-image

ସବୁବେଳେ ଯାଞ୍ଚ କରନ୍ତୁ ଏସ୍‌ଏସ୍‌ଏଲ୍‌ ଲିଙ୍କ୍‌: ସିକିଓର୍‌ ସକେଟ୍‌ ଲେୟାର୍‌ ବା ଏଚ୍‌ଟିଟିପିଏସ୍‌ ସିକ୍ୟୁରିଟିକୁ ବ୍ୟାଙ୍କ୍‌ େଓ୍ଵବ୍‌ସାଇଟ୍‌ ଖୋଳିଲା ବେଳେ ସର୍ବଦା ଯାଞ୍ଚ କରନ୍ତୁ। ‘http’ ପରେ ଯଦି ‘s’ ଲେଟର୍‌ ଦେଖାଦିଏ ତା’ ହେଲେ ତାହା ସୁରକ୍ଷିତ ଅଛି ବୋଲି ଜାଣିବେ। ଠିକ୍‌ ସେହିଭଳି ଅନ୍‌ଲାଇନ୍‌ ପେମେଣ୍ଟ୍‌ ଓ ନେଣଦେଣ ସମୟରେ ଏହି ଏସ୍‌ଏସ୍‌ଏଲ୍‌ ଲିଙ୍କ୍‌କୁ ଯାଞ୍ଚ କରନ୍ତୁ, ଯାହା ଆପଣଙ୍କ କାର୍ଡ୍‌ ନମ୍ବର ଓ ଅନ୍ୟ ତଥ୍ୟକୁ ସୁରକ୍ଷିତ କରିବ।

publive-image

ଅନଧିକୃତ କାରବାର ଦେଖିଲେ ବ୍ୟାଙ୍କ୍‌କୁ ତୁରନ୍ତ ଖବର କରନ୍ତୁ: ଯଦି ଆପଣଙ୍କ ଡେବିଟ୍‌/କ୍ରେଡିଟ୍‌ କାର୍ଡ୍‌କୁ ନେଇ ଅନଧିକୃତ ବ୍ୟବହାର ଦେଖୁଛନ୍ତି ତା’ହେଲେ ତୁରନ୍ତ ବ୍ୟାଙ୍କ୍‌କୁ ଖବର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe