ନୂଆଦିଲ୍ଲୀ: ଭାରତ ବର୍ଷର ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ କନ୍ୟାକୁମାରୀ ଓ ପୂର୍ବରେ ଅରୁଣାଚଳ ପ୍ରଦେଶ ଠାରୁ ପଶ୍ଚିମରେ ଗୁଜରାଟ ଉପକୂଳ ପର୍ଯ୍ୟନ୍ତ ଶୁକ୍ରବାର ୬୯ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଜାତୀୟ ପର୍ବକୁ ନେଇ ପ୍ରତିଟି ଭାରତୀୟ ନିଜକୁ ଗର୍ବ ଅନୁଭବ କରିଛନ୍ତି। ଜାତୀୟ ଚେତନାରେ ଉଦ୍ବୁଦ୍ଧ ହୋଇ ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ରାଜ୍ୟସ୍ତରୀୟ ପରେଡ଼ ଗୁଡ଼ିକରେ ପ୍ରଜ୍ଞା ମେଢ଼ ପ୍ରଦର୍ଶନ ହୋଇଛି। ସେହିଭଳି ଡେୟାରଡେଭିଲ ସୋ’ରେ ଦର୍ଶକ ବିଭୋର ହୋଇଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରସ୍ତୁତ କିଛି ରୋଚକ ଫଟୋ ଉପସ୍ଥାପିତ କରାଯାଇଛି, ଯାହାକୁ ଦେଖିଲେ ଆପଣ ମନେ କରିବେ ଆମେ ଭାରତୀୟ ମହାନ।
/sambad/media/post_attachments/wp-content/uploads/2018/01/R2-300x230.jpg)
ସାଧାରଣତନ୍ତ୍ର ଦିବସ ଅବସରରେ ସେନାର ଯବାନ ଓ ପୁଲିସ କର୍ମଚାରୀମାନେ ନିଜର ସାହସିକତା କଳା ପ୍ରଦର୍ଶନ କରିଛନ୍ତି। ଗୌହାଟୀରେ ଆସାମ ପୁଲିସ ପକ୍ଷରୁ ନିଆଁ ଭିତରେ ଜଣେ ପୁଲିସ କର୍ମଚାରୀ ବାଇକ ଚଳାଇ ନିଜର ଷ୍ଟଣ୍ଟ ଦେଖାଇଛନ୍ତି।
/sambad/media/post_attachments/wp-content/uploads/2018/01/R3-300x230.jpg)
ସେହିଭଳି ନୂଆଦିଲ୍ଲୀର ରାଜପଥରେ ମହିଳା ଶକ୍ତି ଦେଖିବାକୁ ମିଳିଛି। ମହିଳା ପୁଲିସ କର୍ମଚାରୀମାନେ ବାଇକ ଚଢ଼ି ପ୍ରଦର୍ଶନ ଦେଖାଇଛନ୍ତି।
/sambad/media/post_attachments/wp-content/uploads/2018/01/R4-300x230.jpg)
ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବାହିନୀର କର୍ମଚାରୀମାନେ ହର୍ଷୋଲ୍ଲାସରେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି।
/sambad/media/post_attachments/wp-content/uploads/2018/01/R5-300x230.jpg)
ରାଜପଥରେ ମହିଳାମାନେ ଏଭଳି ପ୍ରଦର୍ଶନ କରିଛନ୍ତି, ଯେ ସେମାନେ ମଧ୍ୟ କମ୍ ନୁହଁନ୍ତି।
/sambad/media/post_attachments/wp-content/uploads/2018/01/R6-300x230.jpg)
ଆସାମରେ ପୁଲିସ କର୍ମଚାରୀମାନେ ବାଇକରେ ଏଭଳି ନକ୍ସା ଆଙ୍କିଛନ୍ତି, ଦେଖିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ।
/sambad/media/post_attachments/wp-content/uploads/2018/01/R7-300x230.jpg)
ଜମ୍ମୁ କଶ୍ମୀରରେ ମଧ୍ୟ ମହିଳା ପୁଲିସ କର୍ମଚାରୀମାନେ ବାଇକରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
/sambad/media/post_attachments/wp-content/uploads/2018/01/R8-300x230.jpg)
ରାଜପଥରେ ଉନ୍ନତ ପରେଡ ପ୍ରଦର୍ଶନ।
Follow Us