ଘରୁ ଉଦ୍ଧାର ହେଲା ଲାଲ ରଙ୍ଗର ଦୁର୍ଲଭ ସାପ

Advertisment
ଘରୁ ଉଦ୍ଧାର ହେଲା ଲାଲ ରଙ୍ଗର ଦୁର୍ଲଭ ସାପ

Hindustan Times

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲ ଅଞ୍ଚଳସ୍ଥ ଜଣଙ୍କ ଘରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି। ଏହି ବିରଳ ପ୍ରଜାତିର ସାପକୁ ‘କୋରଲ୍‌ କୁକିରି’ ବୋଲି କୁହାଯାଉଛି। ବିଶେଷ କଥା ହେଉଛି ଏହାର ରଙ୍ଗ ସଂପୂର୍ଣ୍ଣ ଲାଲ୍‌ ରହିଛି। ନୈନିତାଲରେ ଜଣଙ୍କ ଘରେ ଏହି ସାପ ଲୁଚି ରହିଥିବା ଖବର ପାଇବା ପରେ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ଏହାକୁ ଉଦ୍ଧାର କରିଥିଲେ।

ଜଙ୍ଗଲ ଅଧିକାରୀଙ୍କ କହିବାନୁସାରେ, ଏହି ବିରଳ ସାପକୁ ପ୍ରଥମେ ୧୯୩୬ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରର ଏକ ଜମିରେ ଦେଖିବାକୁ ମିଳିଥିଲା। ଏହି ସାପକୁ ବୈଜ୍ଞାନିକମାନେ ‘ଓଲିଗୋଡେନ୍‌ ଖେରିଏନ୍‌ସିସ୍‌’ ନାମ ଦେଇଥିଲେ। ସାପର ଦାନ୍ତ ବହୁତ ଧାରୁଆ ଥିବା କୁହାଯାଉଛି।

Rare' Red Coral Kukri Snake Rescued from Residential House in ... News18.com

ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନୀତୀଶ ମଣି ତ୍ରିପାଠୀ ଏହି ଲାଲ ରଙ୍ଗର ସାପ ଉଦ୍ଧାର ହେବା ପରେ କହିଛନ୍ତି, ନୈନିତାଲ ଜିଲ୍ଲା କୁରିଆ ଖଟ୍ଟା ଗାଁର ବାସିନ୍ଦା କବିନ୍ଦ୍ର କୋରଙ୍ଗା ଗତ ଶୁକ୍ରବାର ସକାଳେ ଉକ୍ତ ଲାଲରଙ୍ଗର ସାପକୁ ତାଙ୍କ ଘରେ ଦେଖିବାକୁ ପାଇଥିଲେ। ଏହା ପରେ ସେ ଗୋଲା ଫରେଷ୍ଟ ରେଞ୍ଜ ଟିମ୍‌କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀମାନେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଅଖା ଭିତରେ ରଖିଥିଲେ। ଏହାପରେ ଗୋଲା ଫରେଷ୍ଟ ରେଞ୍ଜ ଟିମ ଗ୍ରାମବାସୀଙ୍କ ଠାରୁ ଉକ୍ତ ସାପକୁ ଆଣି ଜଙ୍ଗଲରେ ଛାଡ଼ି ଦେଇଥିଲେ।

ଡେରାଡୁନ୍‌ସ୍ଥିତ ୱାଇଲ୍‌ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଡବ୍ଲୁଆଇଆଇ)ର ବନ୍ୟପ୍ରାଣୀ ବିଶେଷଜ୍ଞ ବିପୁଲ ମୌର୍ଯ୍ୟ କହିଛନ୍ତି ଯେ ଲାଲ୍‌ କୋରଳ କୁକରି ଏକ ବିରଳ ସାପ। ଏହା ଉତ୍ତରାଖଣ୍ଡରେ ଏଯାବତ ମାତ୍ର ଦୁଇଥର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe