ଏପରି ଭାବେ ସିଗାରେଟ ବଟ୍‌କୁ ପରିବେଶ ପ୍ରଦୂଷଣ ପାଇଁ ଛାଡ଼ି ନଦେଇ ତିଆରି ପାରିବା ଇଟା, ବର୍ଣ୍ଣନା କଲେ ଗବେଷକ

Advertisment
ଏପରି ଭାବେ ସିଗାରେଟ ବଟ୍‌କୁ ପରିବେଶ ପ୍ରଦୂଷଣ ପାଇଁ ଛାଡ଼ି ନଦେଇ ତିଆରି ପାରିବା ଇଟା, ବର୍ଣ୍ଣନା କଲେ ଗବେଷକ

thelogicalindian.com

ନୂଆଦିଲ୍ଳୀ: ଲକ୍ଷ ଲକ୍ଷ ସିଗାରେଟ୍‌ ଟଣାଯିବା ପରେ ମାଟିରେ ପଡୁଛି ଓ ପରିବେଶକୁ ପ୍ରଦୂଷଣ କରୁଛି। ନିକଟରେ ରୟାଲ ମେଲବୋର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର କିଛି ଗବେଷକ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ସିଗାରେଟ୍‌ର ବଟ୍‌କୁ ପୁନଉଦ୍ଧାର(ରିସାଇକେଲ୍‌) କରାଯାଇ ଏଥିରେ ଇଟା ତିଆରି କରାଯାଇ ପାରିବ। ସିଗାରେଟ୍‌ର ବଟ୍‌କୁ ବ୍ୟବହାରକାରୀ ଶିଳ୍ପଗୁଡିକ କିପରି ମିଳିତ ଭାବରେ କାର୍ଯ୍ୟ କରିପାରିବେ ଏନେଇ ଗବେଷକମାନେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।

ପ୍ରତିବର୍ଷ ବିଶ୍ବସ୍ତରୀୟ ୬ ଟ୍ରିଲିୟନରୁ ଅଧିକ ସିଗାରେଟ୍ ଉତ୍ପାଦିତ ହୁଏ  ଓ ସେଥିରୁ ୧.୨ ମିଲିୟନ ଟନ୍ ବିଷାକ୍ତ ବର୍ଜ୍ୟବସ୍ତୁ ପରିବେଶକୁ ଫିଙ୍ଗି ଦିଆଯାଏ ବୋଲି ଗ‌େବେଷକମାନେ ସେମାନଙ୍କ ଗବେଷଣାରେ ପ୍ରକାଶ କରିଛନ୍ତି।

ପୂର୍ବ ଗବେଷଣାରେ, ଗବେଷକମାନେ ଦର୍ଶାଇଥିଲେ ଯେ ରିସାଇକେଲ୍‌ କରାଯାଇଥିବା ସିଗାରେଟ୍ ବଟରୁ ନିର୍ମିତ ଇଟା ସାଧାରଣ ଇଟା ପରି ମଜ୍‌ବୁତ ଓ ଏହା ଉତ୍ପାଦନ ପାଇଁ କମ୍‌ ଶକ୍ତି ଆବଶ୍ୟକ କରେ।

publive-image Construction Junkie

ବିଶେଷଜ୍ଞ ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ ୨.୫ ପ୍ରତିଶତ  ବାର୍ଷିକ ଇଟା ଉତ୍ପାଦନରେ ଯଦି ମାତ୍ର ୧ ପ୍ରତିଶତ ସିଗାରେଟ୍ ବଟ୍ ଅନ୍ତର୍ଭୂକ୍ତ ହୁଏ ତେବେ ପ୍ରତିବର୍ଷ ଉତ୍ପାଦିତ ହେଉଥିବା ସମସ୍ତ ସିଗାରେଟକୁ ଏହା ରସାଇକେଲ୍‌ କରିଦେବ।

ବହୁଳ ପରିମାଣ ସିଗାରେଟ୍‌କୁ ପୁନଉଦ୍ଧାର କରି  ଇଟା ତିଆରି କରିବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଶିଳ୍ପକୁ ଏକାଠି କରିବାକୁ ଗବେଷକମାନଙ୍କ ଦଳ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ରହିଛି।

ମୁଖ୍ୟ ଗବେଷକ ଆସୋସିଏଟ୍ ପ୍ରଫେସର ଅବ୍ବାସ ମୋହଜେରାନୀଙ୍କ କହିବାନୁସାରେ, ସିଗାରେଟ୍ ବଟରେ ୬୦ରୁ ଅଧିକ ବିଷାକ୍ତ ରସାୟନିକ ପଦାର୍ଥ ଥାଏ, ଯାହା କର୍କଟ ରୋଗ ସୃଷ୍ଟି କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe