୫୦ବର୍ଷର ପୁରୁଣାସାଙ୍ଗମାନଙ୍କୁ ଖୋଜି ଜେଜେମା’ଙ୍କୁ ଖୁସି କରାଇଦେଲେ ନାତି

ଜେଜେମା’ଙ୍କ ପରିଣତ ବୟସରେ ଖୁସି କରାଇବା ପାଇଁ ୫୦ବର୍ଷର ପୁରୁଣାସାଙ୍ଗକୁ ଖୋଜି ବାହାର କଲେ ନାତି। ସମସ୍ତଙ୍କ ସହିତ ଯୋଗାଯୋଗ କରି ଘରକୁ ଡାକି ଜେଜେମା’ଙ୍କ ସହିତ କରାଇଲେ ଭେଟ।

ùGCùGùC

ନୂଆଦିଲ୍ଲୀ: ଜେଜେମା’ ଓ ଜେଜେବାପାଙ୍କ ସହିତ ନାତି ଓ ନାତୁଣୀମାନଙ୍କ ସମ୍ପର୍କ ଅତି ନିଆରା ସମ୍ପର୍କଟିଏ। ଏହି ସମ୍ପର୍କରେ ଥଟ୍ଟାମଜା ଠାରୁ ଆରମ୍ଭ କରି ଭରି ରହିଥାଏ ଅନେକ ସ୍ନେହ ଓ ଶ୍ରଦ୍ଧା।

ନିକଟରେ ନାତି ତାଙ୍କ ଜେଜେମା’ଙ୍କୁ ଏମିତି ଏକ ଉପହାର ଦେଇଛନ୍ତି। ଯାହାକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି। ଜେଜେମା’ଙ୍କ ପରିଣତ ବୟସରେ ଏଭଳି ଖୁସିର ମୁହୂର୍ତ୍ତ ସାଉଁଟି ଆଣିଥିବାରୁ ନାତିକୁ ଭୁରିଭୁରି ପ୍ରଶଂସା କରାଯିବା ସହିତ ଏଭଳି ନାତି ପ୍ରତ୍ୟେକ ଜେଜେମା’ ଓ ଜେଜେବାପାଙ୍କୁ ମିଳୁ ବୋଲି ଲୋ‌କେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। 

ଘଟଣାଟି ହେଉଛି ଏପରି ଅନିଲ ନାମକ ଜଣେ ବ୍ୟକ୍ତି ନିଜ ଜେଜେମା’କୁ ଖୁସି କରିବା ପାଇଁ ତାଙ୍କ ପୁରୁଣାସାଙ୍ଗମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅନେକ ଖୋଜାଖୋଜି କରିବା ପରେ ପୁରୁଣାସାଙ୍ଗକୁ ଯୋଗଯୋଗ କରି ଖୋଜି ବାହାର କରିଥିଲେ। ଏହାପରେ ସମସ୍ତଙ୍କୁ ଘର ଠିକଣା ଦେଇ ଡକାଇଥିଲେ। 

ଏପରି ଭାବେ  ଅନିଲ ତାଙ୍କ ଜେଜେମା’ଙ୍କ ସାମ୍ନାରେ ଗୋଟିଏ ପରେ ଗୋଟିଏ ପୁରୁଣାସାଙ୍ଗଙ୍କୁ ଆଣି ଛିଡ଼ା କରି ଦେଇଥିଲେ। ଯାହାକୁ ଦେଖି ଜେଜେମା’ ଖୁବ ଖୁସି ହୋଇଯାଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକେ ଏହାକୁ ପସନ୍ଦ କରିବା ସହିତ ବହୁ ମାତ୍ରାରେ ସେୟାର ବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe