‘ଶିକ୍ଷା କ୍ଷେତ୍ରରେ ଖୁବ୍‌ଶୀଘ୍ର ବୈପ୍ଳବିକ ପରିବର୍ତ୍ତନ ହେବ’

ବିଦ୍ୟା ଏମିତି ହେବା ଦରକାର, ଯାହା କିଛି ପରିବର୍ତ୍ତନ ଆଣିବ। ବିକଶିତ ଶିକ୍ଷା ପ୍ରଗତିର ଆତ୍ମା। ଶିକ୍ଷିତ ଓଡ଼ିଶା ବିନା ବିକଶିତ ଓଡ଼ିଶାର ନିର୍ମାଣ କଳ୍ପନା କରିହେବ ନାହିଁ।

dsdsxcxcxc

ବିଦ୍ୟା ଏମିତି ହେବା ଦରକାର, ଯାହା କିଛି ପରିବର୍ତ୍ତନ ଆଣିବ। ବିକଶିତ ଶିକ୍ଷା ପ୍ରଗତିର ଆତ୍ମା। ଶିକ୍ଷିତ ଓଡ଼ିଶା ବିନା ବିକଶିତ ଓଡ଼ିଶାର ନିର୍ମାଣ କଳ୍ପନା କରିହେବ ନାହିଁ। ଏଥିପାଇଁ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ସୁଦୃଢ଼ କରିବା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ବର୍ଷମାନଙ୍କରେ ଏହାର ପରିଣାମ ନିଶ୍ଚୟ ଦେଖିବାକୁ ମିଳିବ। ‘ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ଚାହୁଛି କି?’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ଭଟଲି ବିଧାୟକ ଇରାଶିଷ ଆଚର୍ଯ୍ୟ କହିଲେ, ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଥିରେ ଶିଶୁ ବିକାଶ, ପୋଷଣର ଅଭାବ, ଶିକ୍ଷକ ନିଯୁକ୍ତି ଓ ପ୍ରଶିକ୍ଷଣ, ଅଭିଭାବକଙ୍କୁ କାଉନ୍‌ସେଲିଂ ଆଦି ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି।

ଆସନ୍ତା ୫ବର୍ଷ ମଧ୍ୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଲେ, କେବଳ ସାକ୍ଷରତା ହାର ବୃଦ୍ଧି କରିବା ଶିକ୍ଷାର ଲକ୍ଷ୍ୟ ନୁହେଁ। ଶିକ୍ଷାଲାଭ କରି ସାରିବା ପରେ ନିଯୁକ୍ତି ପ୍ରତି ଯୁବବର୍ଗ ସଚେତନ ହେବା ଜରୁରି। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆମ ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକ ଗୁରୁତ୍ବ ଦିଆଯାଇନାହିଁ। ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ ପରେ ଏହାର କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦେବାକୁ ହେବ। ଏଥିପାଇଁ ଉଭୟ ଶାସକ ଓ ବିରୋଧୀଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଭବାନୀ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe