୧୦ ହଜାର ବର୍ଷ ପୂର୍ବେ ପ୍ରଥମେ ଚୀନରେ ଆରମ୍ଭ ହୋଇଥିଲା ଧାନଚାଷ!

Advertisment
୧୦ ହଜାର ବର୍ଷ ପୂର୍ବେ ପ୍ରଥମେ ଚୀନରେ ଆରମ୍ଭ ହୋଇଥିଲା ଧାନଚାଷ!

ବିଶ୍ୱରେ ଆଜି ଅନେକ ଲୋକ ଅଛନ୍ତି ଯାହାଙ୍କ ମୁଖ୍ୟ ଖାଦ୍ୟ ହେଲା ଭାତ। ଏହାସହ ଏବେ ସାରା ପୃଥିବୀରେ ଧାନ ଉତ୍ପାଦନ ବହୁଳ ମାତ୍ରାରେ ହେଉଛି। ଆଜି ଧାନ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କ୍ଷେତ୍ରଫଳରେ ଲଗାଯାଉଥିବା ଶଷ୍ୟ ଅଟେ। ପୁରା ଦୁନିଆରେ ଧାନ ଉତ୍ପାଦନ କରୁଥିବା ଦେଶ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛି ଭାରତ। ଭାରତର ଅନେକ ରାଜ୍ୟରେ ବହୁତ ପରିମାଣରେ ଧାନ ଚାଷ ହୁଏ।

ସବୁଠାରୁ ଖାସ କଥା ହେଲା ପଶ୍ଚମିବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ , ଛତିଶଗଡ, ତାମିଲନାଡୁ, କର୍ଣ୍ଣାଟକ, ଆସାମ ତଥା ପଞ୍ଜାବ ପରି ରାଜ୍ୟରେ ଧାନର ବହୁଳ ଉତ୍ପାଦନ ହୋଇଥାଏ। ଏହାସହ ଦକ୍ଷିଣ ଓ ପୂର୍ବ ଭାରତରେ ଭାତ ଲୋକମାନଙ୍କର ମୁଖ୍ୟ ଭୋଜନ। କିନ୍ତୁ ଏହାର ଉତ୍ପାଦନ ନେଇ ଲୋକ ବିଭିନ୍ନ କଥା କୁହନ୍ତି। ନିକଟରେ ଚୀନର ଲୁ ହୋଓୟୁଆନ ନିଜର ଏକ ଗବେଷଣାରେ ଖୁଲାସା କରିଛନ୍ତି ୧୦ ହଜାର ବର୍ଷ ପୂର୍ବେ ଚୀନରେ ଆରମ୍ଭ ହୋଇଥିଲା ଧାନଚାଷ।

publive-image

ଲୁ ହୋଓୟୁଆନ ଭୁତତ୍ତ୍ୱ ଓ ଭୂପ୍ରକୃତି ବିଦ୍ୟା ଉପରେ ଗବେଷଣା କରୁଥିଲେ। ତାଙ୍କ ଗବେଷଣାରୁ ଜଣାପଡିିଛି ଯେଉଁଁ ସମୟରେ ଯୁଗ ପରିବର୍ତ୍ତନ ହେଉଥିଲା ସେତେବେଳ ପୃଥିବୀର ସ୍ଥିତି ବହୁତ ଗମ୍ବୀର ଥିଲା। ସେତେବେଳେ ପରିବେଶ ଓ ଭୌଗୋଳିକ ପରିବର୍ତ୍ତନ ମଧ୍ୟ ବହୁତ ଯଲଦି ହେଉଥିଲା। ଏମିତିରେ ସେହି ସମୟରେ ୧୦ ହଜାର ବର୍ଷ ପୂର୍ବରୁ ପୁରୁଣା ଯୁଗରୁ ନୂଆ ଯୁଗକୁ ପରିବର୍ତ୍ତନ ସମୟରେ ଚୀନରେ ବନସ୍ପତି ବିକଶିତ ହୋଇଥିଲା। ସେତେବେଳେ ଚୀନରେ ଧାନ ଉତ୍ପାଦନ ମଧ୍ୟ ହେଉଥିଲା। ଏହି ସମୟରେ ଚୀନ ନିଜର ଘରୋଇ ବ୍ୟବହାର ପାଇଁ ଧାନଚାଷ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe