ପରିଣତ ବୟସରେ ରିକ୍ସା ଚଲାଇ ପରିବାର ପୋଷୁଥିବା ରିକ୍ସା ଚାଳକ ରାତାରାତି ହେଲେ କୋଟିପତି

ପରିଣତ ବୟସରେ ରିକ୍ସା ଚଲାଇ ପରିବାର ପୋଷୁଥିବା ରିକ୍ସା ଚାଳକ ରାତାରାତି ହେଲେ କୋଟିପତି

ନୂଆଦିଲ୍ଲୀ: କାହାକୁ ମାଗିବା ଅପେକ୍ଷା ପରିଶ୍ରମ କରି ଦୁଇ ପଇସା ରୋଜଗାର କରିବା, ଆଉ ସେହି ପଇସାରୁ ନିଜେ ଚଳିବା। ଏଥିରେ ଯେଉଁ ଶାନ୍ତି ଅଛି ଅନ୍ୟ କୌଣସିଥିରେ ନାହିଁ। ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ହାତଗୋଡ଼ ଠିକ ଭାବେ କାମ କରୁଥିବା ସତ୍ତ୍ବେ ସେମାନେ ଅନ୍ୟକୁ ହାତପତାଇ ଚଳି ଥାଆନ୍ତି। ଏହି କ୍ରମରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ପରିଣତ ବୟସରେ ପ୍ରଦ‌ାର୍ପଣ କରିଥିବା ବେଳେ ବି ପରିଶ୍ରମ କରି ରୋଜଗାର କରିବାକୁ ପଛାନ୍ତି ନାହିଁ। ଏମିତି ଜଣେ ବୃଦ୍ଧଙ୍କ ଖବର ଏବେ ସାମ୍ନାକୁ ଆସିଛି।

ମୋଗା ଜିଲ୍ଲାରେ ଲୋହଘରରେ ବସବାସ କରୁଥିବା ରିକ୍ସା ଚାଳକ ହେଉଛନ୍ତି ଗୁରଦେବ ସିଂହ। ସେ ପରିଣତ ବୟସରେ ପ୍ରଦାର୍ପଣ କରିଥିବା ବେଳେ କାହା ଉପରେ ନିର୍ଭର କରନ୍ତି ନାହିଁ। କଷ୍ଟ ହେଉଥିଲେ ବି ‌ସେ ପରିଶ୍ରମ କରି ଦୁଇପଇସା ରୋଜଗାର କରି ତାଙ୍କ ପରିବାର ପୋଷିଥାଆନ୍ତି। ସେ ନିକଟରେ ବୈଶାଖୀ ବମ୍ପରରେ ଅଢ଼େଇ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ଜିତିବା ପରେ ସେ ରାତାରାତି କୋଟିପତି ହୋଇଯାଇଛନ୍ତି।

ଏହି ପୁରସ୍କାର ଜିତିବା ଘଟଣାକୁ ନେଇ ଗୁରଦେବ ସିଂହ କହିଛନ୍ତି,‘ ମୁଁ କେବେ ବି ଭାବି ନଥିଲି ଏହି ଲଟେରି ଜିତିବି। ଭଗବାନଙ୍କ କୃପାରୁ ମୁଁ ଏସବୁ ଲାଭ କରି ପାରିଛି। ଏହି ଲଟେରି ଟଙ୍କାରେ ମୁଁ ମୋର ପିଲାଙ୍କ ପାଇଁ ଘର ନିର୍ମାଣ କରିବି। ଆଉ ନାତି ଓ ନାତୁଣୀଙ୍କୁ ଭଲ ଶିକ୍ଷା ଦେବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe