ଏବେ ବି ନ୍ୟୁୟର୍କ ରାସ୍ତାରେ ଗଡ଼ୁଛି ରିକ୍‌ସା !

ଏବେ ବି ନ୍ୟୁୟର୍କ ରାସ୍ତାରେ ଗଡ଼ୁଛି ରିକ୍‌ସା !

ବିଶ୍ବର ସବୁଠାରୁ ଧନୀକ ତଥା ଅତ୍ୟାଧୁନିକ ସହର ଭାବରେ ଜଣାଶୁଣା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କରେ ସ୍ଥାପତ୍ୟ, କାରିଗରି ଓ ବିଜ୍ଞାନର ଅନେକ ଅବିଶ୍ବସନୀୟ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ପରିବହନ ଲାଗି ଏହି ସହରରେ ମେଟ୍ରୋ ରେଳ, ପ୍ରାଇଭେଟ୍ ହେଲିକପ୍ଟର୍ ଓ ଉଡ଼ନ୍ତା କାର୍ ସୁବିଧା ସାଙ୍ଗକୁ ଏହାର ପ୍ରଶସ୍ତ ସଡ଼କ ଉପରେ ଚାଲନ୍ତି ପୃଥିବୀର ସବୁଠାରୁ ବିଳାସପୂର୍ଣ୍ଣ କାର୍‌ମାନ। ଅପରପକ୍ଷେ ଅନୁନ୍ନତ ରାଷ୍ଟ୍ରମାନଙ୍କର ଖାଲଖମାପୂର୍ଣ୍ଣ ରାସ୍ତାରେ ଗଡୁଥିବା ଏକ ମାନବଚାଳିତ ବାହନ ରୂପେ ରିକ୍‌ସା ପରିଗଣିତ। ଅନେକ ଲୋକ ରିକ୍‌ସାକୁ ଦାରିଦ୍ର୍ୟ ଓ ଶୋଷଣର ପ୍ରତୀକ ଭାବେ ଦେଖିଥାନ୍ତି। ସେହି କାରଣରୁ ଭାରତର ଅନେକ ସହର ରାସ୍ତାରୁ ରିକ୍‌ସାକୁ ଅପସରଣ କରିବାର ଚେଷ୍ଟା ଏ ପର୍ଯ୍ୟନ୍ତ ଜାରି ରହିଛି। ବିଶ୍ବାସ କରିବା କଷ୍ଟ ହେଲେ ବି ଏହା ସତ ଯେ ନ୍ୟୁୟର୍କ ସହର ରାସ୍ତାମାନଙ୍କରେ ଆଜି ରିକ୍‌ସା ଗଡୁଛି। ସେଠାରେ କିଛି ଲୋକ ରିକ୍‌ସା ଚଳାଇ ଜୀବିକା ନିର୍ବାହ କରୁଛନ୍ତି ଏବଂ ଜନସାଧାରଣ ମଧ୍ୟ ରିକ୍‌ସାରେ ବସି ଯାତାୟାତ କରିବାକୁ ପସନ୍ଦ କରୁଛନ୍ତି।

ଫଟୋ ସୌଜନ୍ୟ- ସତ୍ୟ ପଟ୍ଟନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe