ବିବାହ ମଣ୍ଡପରୁ ଉଠାଇ ନେଲା ପୁଲିସ୍‌, ଜେଲ୍‌ରେ କଟିଲା ଦମ୍ପତିଙ୍କ ଚଉଠି

Advertisment
ବିବାହ ମଣ୍ଡପରୁ ଉଠାଇ ନେଲା ପୁଲିସ୍‌, ଜେଲ୍‌ରେ କଟିଲା ଦମ୍ପତିଙ୍କ ଚଉଠି

www.aajtak.in

ନୂଆଦିଲ୍ଲୀ: ଏକ ଦମ୍ପତିଙ୍କ ବିବାହ ଦିନରେ କିଛି ଏପରି ଘଟିଲା ଯାହା ଫଳରେ  ବର-କନ୍ୟାଙ୍କୁ ଚଉଠି ଜେଲ୍‌ରେ କାଟିବାକୁ ପଡ଼ିଲା। ଜେଲ୍‌ରେ ସେମାନଙ୍କ ସହ ବରର ଜଣେ ବନ୍ଧୁ ମଧ୍ୟ ଥିଲେ।

ଜାଣିବାକୁ ମିଳିଛି ବିବାହ ଦିନରେ କନ୍ୟା ଜଣକ ନିଜ ମାଆ ଉପରେ ଆକ୍ରମଣ କରିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆକ୍ରମଣରେ ତାଙ୍କୁ ସମର୍ଥନ ଦେଇଥିଲେ ବର ଓ ତାଙ୍କର କିଛି ବନ୍ଧୁ। ଅବଶ୍ୟ ସ୍କଟ୍‌ଲାଣ୍ଡ୍‌ର ଏହି ଘଟଣାଟି ୨୦୧୯ ମସିହାର। ମାତ୍ର ଏବେ ଅଦାଲତ ତାହାର ବିଚାର କରି ଉଭୟ ବର-କନ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

publive-image www.aajtak.in

ଦ ସନ୍‌ର ରିପୋର୍ଟ ମୁତାବକ, ୨୬ ବର୍ଷୀୟା କ୍ଲେୟର୍‌ ଗୁଡ୍‌ବ୍ରାଣ୍ଡ୍‌ ଓ ୩୩ ବର୍ଷୀୟ ଏମ‌ୋନ୍‌ ଗୁଡ୍‌ବ୍ର‌ାଣ୍ଡ୍‌ ୨୦୧୯ ମସିହା ବିବାହ କରିବା ସମୟ‌ରେ କ୍ଲେୟର୍‌ଙ୍କର ତାଙ୍କ ମାଆଙ୍କ ସହ କିଛି କଥାକୁ ନେଇ ବଚସା ହୋଇଥିଲା। ଛୋଟ କଥାରୁ ହାତ ଉଠାଉଠି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଏପରିକି କ୍ଲେୟର୍‌ ତାଙ୍କ ମାଆଙ୍କୁ ଜୋତାରେ ବି ପିଟିଥିବା ଅଭିଯୋଗ ହୋଇଥିଲା। କ୍ଲେୟର୍‌ଙ୍କର ଏପରି କାର୍ଯ୍ୟରେ ଏମ‌ୋନ୍‌ ତାଙ୍କୁ ସମର୍ଥନ ଦେବା ସହ ଏମ‌ୋନ୍‌ଙ୍କର କିଛି ବନ୍ଧୁ ବି କ୍ଲେୟର୍‌ଙ୍କ ମାଆଙ୍କ ଉପରେ ଆକ୍ରମଣ କରିଥିଲେ।

୪୭ ବର୍ଷୀୟା ପୀଡ଼ିତା ମହିଳା ଲିଣ୍ଡ୍‌ସେ ଏ ନେଇ ଥାନାରେ ଏତଲା ଦେଇଥିଲେ। କେବଳ ଲିଣ୍ଡ୍‌ସେ ନୁହଁନ୍ତି ବିବାହକୁ ଆସିଥିବା କିଛି ଅତିଥି ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ। ଘଟଣାର ଖବର ପାଇ ପୁଲିସ୍‌ ଆସି ବିବାହ ମଣ୍ଡପରୁ ବର-କନ୍ୟାଙ୍କୁ ଉଠାଇ ନେଇଥିଲା। ଫଳରେ ସେମାନଙ୍କ ସୁହାଗରାତିରେ ସେମାନଙ୍କୁ ଜେଲ୍‌ର ଚାରି କାନ୍ଥ ଭିତରେ ରହୀବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe