ସାଙ୍ଗ ବିବାହରେ ବିଧାୟକ ହେଲେ ବରର କାର ଚାଳକ; ପୂରା କଲେ ନିଜ ପ୍ରତିଶ୍ରୁତି

Advertisment
ସାଙ୍ଗ ବିବାହରେ ବିଧାୟକ ହେଲେ ବରର କାର ଚାଳକ; ପୂରା କଲେ ନିଜ ପ୍ରତିଶ୍ରୁତି

ଗୟା: ବିହାର ଗୟାରେ ବନ୍ଧୁତ୍ୱର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ମଖଦୁମପୁର ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ସତୀଶ କୁମାର ଦାସ ବାହାଘରରେ ସାମିଲ ହେବା ସହିତ ବର ହୋଇଥିବା ସାଙ୍ଗକୁ ଗାଡ଼ିରେ ବସାଇ ନିଜେ କାର ଚଳାଇ କନ୍ୟା ଘର ପର୍ଯ୍ୟନ୍ତ ନେଇଥିବାର ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣାକୁ ନେଇ ବିଧାୟକ ସତୀଶ କୁମାର ଦାସ ବହୁତ ଖୁସି ହେବା ସହିତ କହିଛନ୍ତି, ‘ବାହାଘରରେ ଉପସ୍ଥିତ ହେବା ପାଇଁ ସାଙ୍ଗ ଶ୍ୟାମଶାବାଦର ମିଥିଲେସ ନିମନ୍ତ୍ରଣ କରିଥିଲେ। ସାଙ୍ଗର ନିମନ୍ତ୍ରଣ ରକ୍ଷା କରି ବାହାଘରରେ ସାମିଲ ହେବାକୁ ପହଞ୍ଚିଥିଲି। ବରଗାଡ଼ି ଯେମିତି ବାହାରିଛି ମୁଁ ସାଙ୍ଗକୁ ସେଥିରେ ବସାଇ ସେହି ଗାଡ଼ିକୁ ନିଜେ ଚଳାଇ କନ୍ୟା ଘର କର୍ମମୁନି ଗାଁ ପର୍ଯ୍ୟନ୍ତ ନେବି ବୋଲି ପ୍ରସ୍ତାବ ଦେଇଥିଲି। ପ୍ରଥମେ କେହି ମୋର ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଏଥିପାଇଁ ରାଜି କରାଇ ଦେଇଥିଲି।’

ମିଥିଲେସ ଓ ସତୀଶ ବହୁତ ଘନିଷ୍ଠ ବନ୍ଧୁ। ସ୍କୁଲ ସମୟରେ ଦୁହେଁ ଗୟା ଭୀମ ଛାତ୍ରାବାସରେ ରହୁଥିଲେ। ସାଙ୍ଗର ଏହି ସ୍ନେହ ଓ ଭଲପାଇବା ଦେଖି ମିଥିଲେସଙ୍କ ଆଖିରେ ଖୁସିରେ ଲୁହ ଭରି ଯାଇଥିଲା। ଏପଟେ ସତୀଶ ବନ୍ଧୁତ୍ୱର ସମ୍ପର୍କ ରକ୍ଷା କରି ମିଥିଲେସଙ୍କୁ ନିଜର ପିଏ ଭାବେ ନିଯୁକ୍ତ କରିଛନ୍ତି ବୋଲି ବି ଚର୍ଚ୍ଚା ହେଉଛି। ବିଧାୟକ ହେବାପରେ ମଧ୍ୟ ସତୀଶ ନିଜ ବନ୍ଧୁକୁ ଦେଇଥିବା ପ୍ରତିଶ୍ରୁତି ପୂରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe