ଟଙ୍କା ଚୋରି କରିବା ପାଇଁ ଏଟିଏମ୍ ଭିତରକୁ ଗଲା ଚୋର, ହେଲେ ଚୋରି କରିବା ପୂର୍ବରୁ ଘଟିଲା ଏଭଳି ଘଟଣା, ଦେଖନ୍ତୁ ଭିଡିଓ

Advertisment
ଟଙ୍କା ଚୋରି କରିବା ପାଇଁ ଏଟିଏମ୍ ଭିତରକୁ ଗଲା ଚୋର, ହେଲେ ଚୋରି କରିବା ପୂର୍ବରୁ ଘଟିଲା ଏଭଳି ଘଟଣା, ଦେଖନ୍ତୁ ଭିଡିଓ

indiatimes.com

ନୂଆଦିଲ୍ଲୀ: କୌଣସି ପେସାରେ ଆଗକୁ ବଢ଼ିବାକୁ ହେଲେ ବୁଦ୍ଧି ରହିବା ଅତ୍ୟନ୍ତ ଜରୁରୀ। ସମସ୍ୟା ଆସିଲେ ସେଥିରୁ ବାହାରି ପାରିବାର ବାଟ ମଧ୍ୟ ଜଣାଥିବା ଦରକାର। ଖାସ୍ କରି ଚୋରି କରିବା ପେସାରେ ଥିବା ବ୍ୟକ୍ତିଙ୍କୁ ଚାଲାକ୍ ହେବା ନିହାତି ଦରକାର। କାରଣ ଚାଲାକ ନ ହେଲେ ଧରା ପଡ଼ିବାର ଆଶଙ୍କା ରହିଥାଏ। ଚୀନରେ ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ନିଜର କମ ବୁଦ୍ଧି ପାଇଁ ପୁଲିସ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି। ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ଚୋର ପ୍ରଥମେ ଏଟିଏମରୁ ଟଙ୍କା ଚୋରି କରିବା ଉଦ୍ଦେଶ୍ୟରେ ଏଟିଏମ ଭିତରକୁ ଯାଉଛି। ଏହା ପରେ ଏଟିଏମରେ ଲାଗିଥିବା କବାଟଟି ବନ୍ଦ ହୋଇ ଯାଉଛି। କବାଟ ବନ୍ଦ ହେବା ଦେଖି ‌ଚୋରଟି କବାଟ ଖୋଲିବା ପାଇଁ ପ୍ରୟାସ ଆରମ୍ଭ କରି ଦେଉଛି। ହେଲେ କବାଟ ଖୋଲୁ ନାହିଁ। ଚୋରଟି ଚୋରି କରିବା ଉଦ୍ଦେଶ୍ୟରେ ଭିତରକୁ ପଶିଥିଲା ସତ, ହେଲେ କବାଟକୁ କେମିତି ଖୋଲିବାକୁ ହୁଏ, ତାହା ଚୋରକୁ ଜଣା ନଥିଲା। ‌କବାଟରେ ‌ଗୋଡ଼ ବାଡ଼ାଇବା ସହ ଭିତରେ ଥିବା ଏକ ଷ୍ଟିଲ ସାହାଯ୍ୟ‌ରେ କବାଟ ଓ ଏଟିଏମ ମେସିନକୁ ପିଟିବା ଆରମ୍ଭ କରିଥିଲା ଚୋର। ହେଲେ କବାଟ ଖୋଲି ନଥିଲା। କିଛି ଘଣ୍ଟା ଚେଷ୍ଟା କରିବା ପରେ ଏଟିଏମରେ ଲାଗିଥିବା ଆଲାର୍ମ ବାଜି ଉଠିଥିଲା।

ଆଲାର୍ମ ଶବ୍ଦ ଶୁଣି ଚୋରଟି ଜୋରରେ କବାଟକୁ ଟାଣିବା ପରେ କବାଟଟି ଖୋଲି ଯାଇଥିଲା। ହେଲେ ଅଧା ବାଟରେ ଚୋରକୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe