India.com
ଚେନ୍ନାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସଚେତନତା ଏକମାତ୍ର ବିକଳ୍ପ ହୋଇ ପଡ଼ିଥିବା ବେଳେ ବିଭିନ୍ନ ଲୋକେ ବିଭିନ୍ନ ଉପାୟରେ ସଚେତନତା ଅବଲମ୍ବନ କରୁଛନ୍ତି। ତାମିଲ୍ନାଡୁର ଏକ ସପିଂ ମଲ୍ରେ ଶାଢ଼ି ପିନ୍ଧି ପ୍ରବେଶ ଦ୍ବାରରେ ଗ୍ରାହକଙ୍କୁ ସଚେତନ କରାଉଥିବା ଏକ ରୋବର୍ଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଆପଣ ଦେଖିଥିବେ ଯେ ଅନେକ ସପିଂ ମଲ୍କୁ ଗ୍ରାହକ ଯିବା ମାତ୍ରେ ସେମାନଙ୍କର ସ୍କ୍ରିନିଂ କରାଯିବା ସହ ସାନିଟାଇଜର୍ ବଢ଼ାଇ ଦିଆଯାଇଥାଏ। ମାତ୍ର କରୋନା ସଚେତନତା ଅବଲମ୍ବନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ ପାଇଁ ରୋବର୍ଟ ନିୟୋଜିତ କରିବାରେ ତାମିଲନାଡୁର ଏହି ସପିଂ ମଲ୍ ପ୍ରଥମ।
‘ଜାଫିରା’ ନାମରେ ନାମିତ ଏହି କୃତ୍ରିମ ରୋବର୍ଟ ଗୋଟାଏ ସମୟରେ ଦୋକାନରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ଉପରେ ନଜର ରଖିଥାଏ ଏବଂ ସେମାନଙ୍କୁ ସାମାଜିକ ଦୂରତା ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବା ପାଇଁ ମଧ୍ୟ ନିଶ୍ଚିତ କରିଥାଏ। ସେ ସେମାନଙ୍କର ଶରୀରର ତାପମାତ୍ରା ଯାଞ୍ଚ କରିବା ସହ ସାନିଟାଇଜର ବି ପ୍ରଦାନ କରିଥାଏ। କରୋନା ଭାଇରସର ବିସ୍ତାରକୁ ଆୟତ୍ତ କରିବା ପାଇଁ ସପିଂ ମଲ୍ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।
Hindustan Timesଏ ନେଇ ଜାଫି ରୋବଟ୍ସର ସିଇଓ ଆସିକ ରହମାନ କହନ୍ତି, ‘କରୋନା ଭାଇରସ୍ ପରଠାରୁ ଆମେ ଏହି ରୋବଟ୍ ବିକଶିତ କରିଛୁ ଏବଂ ଆଗଧାଡ଼ିର କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ଲକଡାଉନ୍ ଲାଗୁ କରାଯାଇଛି। ଏହି ରୋବର୍ଟଟି ଏକା ସାଥିରେ ମଲ୍ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କ ସଂଖ୍ୟା ଉପରେ ନଜର ରଖିବ ଏବଂ ପ୍ରତିଦିନ ଇମେଲ ମାଧ୍ୟମରେ ମାଲିକଙ୍କ ନିକଟକୁ ସବିଶେଷ ତଥ୍ୟ ପଠାଇବ।’
ଜାଫି ରୋବଟ୍ସର ସିଇଓଙ୍କ କହିବା ଅନୁଯାୟୀ, ତାମିଲନାଡୁ ଏବଂ କେରଳର ବିଭିନ୍ନ ସୋ’ରୁମରୁ ବହୁ ପରିମାଣରେ ବରାଦ ପାଇଥିବାରୁ ତାଙ୍କ ଟିମ୍ ବହୁ ପରିମାଣରେ ଉତ୍ପାଦନ ଉପରେ ଧ୍ୟାନ ଦେଉଛନ୍ତି।
Follow Us