ଏଣିକି ଯାତ୍ରା ସମୟରେ ବୋହିବାକୁ ପଡ଼ିବ ନାହିଁ ସୁଟକେସ୍‌, ଚେହେରା ଦେଖି ଆପଣାଛାଏଁ ଚାଲିବ

Advertisment
ଏଣିକି ଯାତ୍ରା ସମୟରେ ବୋହିବାକୁ ପଡ଼ିବ ନାହିଁ ସୁଟକେସ୍‌, ଚେହେରା ଦେଖି ଆପଣାଛାଏଁ ଚାଲିବ

ନୂଆଦିଲ୍ଲୀ: କେତେକ ସ୍ଥାନରେ ଭାରି ସାମଗ୍ରୀ ନେଇ ଯିବା ପାଇଁ ଅନେକ ଅସୁବିଧା ପରିଲକ୍ଷିତ ହୋଇଥାଏ। ତେବେ ଏଭଳି ପରିସ୍ଥିତିରେ ଯଦି ସୁଟକେସ୍‌ ଆପଣଙ୍କ ସହିତ ଚାଲିବାରେ ଲାଗେ ତେବେ କେମିତି ହୁଅନ୍ତା! ତେବେ ଯାତ୍ରା ସମୟରେ ଜିନିଷପତ୍ର ବୋହିବାକୁ ନେଇ ହେଉଥିବା ଅସବୁିଧାକୁ ଦୃଷ୍ଟିରେ ରଖି ଆର୍ଟିଫିସଲ ଇଣ୍ଟେଲିଜେନ୍ସ ଏମିତି ଏକ ସୁଟକେସ୍‌ ପ୍ରସ୍ତୁତ କରିଛନ୍ତି। ଯାହାର ପରୀକ୍ଷଣ ବର୍ତ୍ତମାନ ଜାରି ରହିଛି।

publive-image

ରୋବୋଟିକ୍‌ ଟେକ୍‌ନୋଲୋଜି ଆଧାରିତ ଏହି ସୁଟକେସ୍‌ ନିଜର ମାଲିକ ଚେହେରାକୁ ଚିହ୍ନି ତାଙ୍କରି ସହିତ ହିଁ ଚାଲିବ। ଆଉ ସୁଟ୍‌କେସ୍‌କୁ ଆପଣ ବୋହି ବୋହି ନେବାକୁ ପଡ଼ିବ ନାହିଁ। ଏହି ସୁଟ୍‌କେସ୍‌ରେ ୪ଟି ଚକ ଲାଗିଛି, ଏଥିସହିତ ୧୭୦ଡିଗ୍ରୀ ଓ୍ଵାଇଡ ଏଙ୍ଗେଲ କ୍ୟାମେରା ଓ ପୋଜିସନିଙ୍ଗ ପାଇଁ ଲାଇଡର ଖଞ୍ଜା ଯାଇଛି। ଏହା ଆଇଡେଣ୍ଟିଫିକେସନ୍‌ ଓ ଟ୍ରାକିଂ ଏଲଗରିଦମ ବ୍ୟବହାର କରି ଆପଣଙ୍କ ସହିତ ଚାଲିବ। ଏଥିପାଇଁ ଏକ ରିଷ୍ଟ-ବେଣ୍ଡ ରହିଛି। ଯାହାକୁ ଆପଣଙ୍କୁ ପିନ୍ଧିବାକୁ ପଡ଼ିବ। ରିଷ୍ଟ-ବେଣ୍ଡ ଦ୍ୱାରା ଏହି ସୁଟ୍‌କେସ୍‌ ଅପଣା ଛାଏଁ ଯେଉଁସ୍ଥାନକୁ ଯିବାକୁ ଚାହୁଁଛନ୍ତି ସେହି ସ୍ଥାନ ପର୍ଯ୍ୟନ୍ତ ଯାଇପାରିବ।

publive-image

ଏଥିସହିତ ରୋବୋଟିକ୍‌ ସୁଟ୍‌କେସ୍‌ ଏମିତି ଏକ ବ୍ରେସଲେଟ ରହିଛି, ଯାହାକି ଏଥିରେ ଯଦି କୌଣସି ପ୍ରକାର ଅସୁବିଧା ହୁଏ, କିମ୍ବା ଅଫ-ଦ ଟ୍ରାକ୍‌ ଯିବା ପାଇଁ ହୁଏ ତେବେ ସୂଚନା ଦେଇଦେବ। ଏଥିରେ ଏକ ବ୍ୟାଟେରି ବି ଲାଗିଛି। ଯାହାକୁ ଆପଣ ମୋବାଇଲ ଚାର୍ଜିଂ ପାଇଁ ବ୍ୟବହାର କରାଯାଇ ପାରିବେ। ଏହା ଦ୍ୱାରା ଯଦି ଆପଣ କୌଣସି ସ୍ଥାନରେ ଭୁଲରେ ସୁଟ୍‌କେସ୍‌ ଛାଡ଼ି ଚାଲି ଆସୁଛନ୍ତି ତେବେ ଏହି ସୁଟ୍‌କେସ୍‌ ଆପଣା ଛାଏଁ ଆପଣଙ୍କ ପଛେପଛେ ଆସିବ। ବର୍ତ୍ତମାନ ଏହି ସୁଟ୍‌କେସ୍‌ର ଳଞ୍ଚ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe