ଅର୍ଥ ସୂତ୍ର: ୨୦୨୫ର ନୂଆ ୟୁପିଆଇ ସୁବିଧା

Advertisment

ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ ପେମେଣ୍ଟ ଆମ ଦୈନନ୍ଦିନ କାରବାରର ଏକ ଅଂଶ ହୋଇଗଲାଣି। ବଢୁଥିବା ଜନସଂଖ୍ୟା ଓ କାରବାରକୁ ଦୃଷ୍ଟିରେ ରଖି ବ୍ୟବହାରକାରୀଙ୍କ ସୁବିଧା ପାଇଁ ୟୁପିଆଇରେ ମଧ୍ୟ ଅନେକ ନୂତନ ଫିଚର୍‌ ଯୋଡ଼ି ହୋଇଛି।

ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ ପେମେଣ୍ଟ ଆମ ଦୈନନ୍ଦିନ କାରବାରର ଏକ ଅଂଶ ହୋଇଗଲାଣି। ବଢୁଥିବା ଜନସଂଖ୍ୟା ଓ କାରବାରକୁ ଦୃଷ୍ଟିରେ ରଖି ବ୍ୟବହାରକାରୀଙ୍କ ସୁବିଧା ପାଇଁ ୟୁପିଆଇରେ ମଧ୍ୟ ଅନେକ ନୂତନ ଫିଚର୍‌ ଯୋଡ଼ି ହୋଇଛି।

dgdgdg

ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ ପେମେଣ୍ଟ ଆମ ଦୈନନ୍ଦିନ କାରବାରର ଏକ ଅଂଶ ହୋଇଗଲାଣି। ବଢୁଥିବା ଜନସଂଖ୍ୟା ଓ କାରବାରକୁ ଦୃଷ୍ଟିରେ ରଖି ବ୍ୟବହାରକାରୀଙ୍କ ସୁବିଧା ପାଇଁ ୟୁପିଆଇରେ ମଧ୍ୟ ଅନେକ ନୂତନ ଫିଚର୍‌ ଯୋଡ଼ି ହୋଇଛି। ସେମିତି କିଛି ନୂଆ ଫିଚର୍ସ ବିଷୟରେ ଏଥର ଆମେ ଆଲୋଚନା କରିବ‌ା।
 ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ ମଧ୍ୟ ୟୁପିଆଇ ପେମେଣ୍ଟ ବ୍ୟବହାର କରିପାରିବେ
ନ୍ୟାସ୍‌ନାଲ୍‌ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ମେସେଜିଂ ପ୍ଲାଟ୍‌ଫର୍ମର ପେମେଣ୍ଟ ଫିଚର୍‌ ହ୍ବାଟ୍‌ସଆପ୍‌ ପେ’ (ଥାର୍ଡପାର୍ଟି ଆପ୍‌ ପ୍ରୋଭାଇଡର୍‌) ପାଇଁ ୟୁଜର୍‌ ଅନ୍‌ବୋର୍ଡିଂ ଉପରେ ସୀମା ହଟାଇ ଦେଇଛି। ଏହା ବ୍ୟବହାରକାରୀଙ୍କୁ ହ୍ବାଟ୍‌ସଆପ୍‌  ମାଧ୍ୟମରେ ୟୁପିଆଇ ପେମେଣ୍ଟ କରିବାକୁ ଅନୁମତି ଦେବ। ଏହାପୂର୍ବରୁ ଏନ୍‌ପିସିଆଇ ହ୍ବାଟ୍‌ସଆପ୍‌ ପେ’କୁ ପର୍ଯ୍ୟାୟକ୍ରମେ ଏହାର ୟୁପିଆଇ ଉପଭୋକ୍ତା ଭିତ୍ତି ବଢ଼ାଇବାକୁ ଅନୁମତି ଦେଇଥିଲା।
 ୟୁପିଆଇ ସର୍କଲ୍‌ର କାରବାର ସୁବିଧା ପ୍ରଦାନ
୨୦୨୪ରେ ୟୁପିଆଇ ଦ୍ବାରା ‘ୟୁପିଆଇ ସର୍କଲ୍‌ ଫିଚର୍‌’ ଜାରି କରାଯାଇଥିଲା। ଏହାଦ୍ବାରା ଆପଣଙ୍କ କାରବାରର ପ୍ରତ୍ୟେକ ଅଂଶ ଆପଣଙ୍କ ପରିବାରକୁ ହସ୍ତାନ୍ତର କରାଯାଇପାରିବ। ଏହି ବୈଶିଷ୍ଟ୍ୟ ଜଣେ ଉପଭୋକ୍ତାଙ୍କୁ କାରବାର ଲାଗି ପ୍ରମୁଖ ବ୍ୟବହାରକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ମାଧ୍ୟମରେ ମୁଖ୍ୟତଃ ୫ଜଣ ଉପଭୋକ୍ତାଙ୍କୁ ସଂପୂର୍ଣ୍ଣ ହସ୍ତାନ୍ତର ବା ଅଧିକୃତ କରିବାକୁ ଅନୁମତି ଦେଇଥାଏ। କାରବାରକୁ ସୀମିତ କରିବା ପାଇଁ ଏକ ବୈଶିଷ୍ଟ୍ୟ ରହିଛି। ପ୍ରତ୍ୟେକ ସଂପୂର୍ଣ୍ଣ ଉପଭୋକ୍ତା ପ୍ରତି ମାସରେ ୧୫,୦୦୦ ଏବଂ କାରବାର ପାଇଁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
 ପର୍ସନାଲ୍‌ ଆକ୍ସିଡେଣ୍ଟ ପଲିସି
ବିଶ୍ବବ୍ୟାପୀ ଅନେକ ‘ରୁପେ’ କାର୍ଡଧାରୀ ବ୍ୟକ୍ତି ବ୍ୟକ୍ତିଗତ ଭାବେ ଦୁର୍ଘଟଣା ରାଶି ପାଇପାରିବେ। ରୁପେ କାର୍ଡଧାରକମାନେ ୨,୦୦,୦୦୦ ଟଙ୍କା ପାଇଁ ବୀମାଭୁକ୍ତ ହୋଇଥାନ୍ତି। ରୁପେ ସିଲେକ୍ଟ କାର୍ଡଧ‌ାରୀମାନେ ୧୦,୦୦,୦୦୦ ଟଙ୍କାର ବୀମା ପାଇଁ ଯୋଗ୍ୟ ଅଟନ୍ତି। ଏହି ବୀମାରେ ଯୋଗ୍ୟତା ହାସଲ ପାଇଁ କୌଣସି ପିଓଏସ୍‌ ବା ଇ-କମର୍ସ ସାଇଟ୍‌ରେ ଅତିକମ୍‌ରେ ଗୋଟିଏ ସଫଳ ରୁପେ କାର୍ଡ କାରବାର ଉଭୟ ଇଣ୍ଟ୍ରା କିମ୍ବା ଇଣ୍ଟର୍‌-ବ୍ୟାଙ୍କ୍‌ରେ ଅତିକମ୍‌ରେ ୩୦ ଦିନ ମଧ୍ୟରେ ହେବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe