ରୟାଲ୍ ଏନ୍ଫିଲ୍ଡ ତରଫରୁ ବଜାରକୁ ଆସିଛି ନୂଆ କ୍ଲାସିକ୍ ୬୫୦ ମଡେଲ। ଏହାର ପ୍ରାରମ୍ଭିକ ମୂଲ୍ୟ ୩.୩୭ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୬୪୮ସିସିର ୪ ଷ୍ଟ୍ରୋକ୍ ଇନ୍ଲାଇନ୍ ଟ୍ବିନ୍ ଇଂଜିନ୍ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ୧୪.୮ ଲିଟର୍ ରହିଥିବା ବେଳେ ଏହାର ଓଜନ ୨୪୩ କିଲୋଗ୍ରାମ୍। ଏଥିରେ ୬ ସ୍ପିଡ୍ କନ୍ଷ୍ଟାଣ୍ଟ୍ ମେସ୍ ଗିୟର୍ ବକ୍ସ, ଡୁଆଲ୍ ଚାନେଲ୍ ଏବିଏସ୍, ଡବଲ୍ ସାଇଲେନ୍ସର୍, ଟାଇଗର୍ ଆଏଜ୍ ଏଲ୍ଇଡି ହେଡ୍ଲ୍ୟାମ୍ପ, ରେଟ୍ରୋ ସ୍ପିଡୋମିଟର୍, ଟ୍ରିପର୍ ନାଭିଗେସନ୍ ସିଷ୍ଟମ୍, ଡିଜିଟାଲ୍ ଏଲ୍ସିଡି ଡିସ୍ପ୍ଲେ, ରିମୁଭେବଲ୍ ବ୍ୟାକ୍ ସିଟ୍ ପରି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କ୍ଲାସିକ୍ ୬୫୦ ବ୍ଲାକ୍ କ୍ରୋମ୍, ଟିଲ୍, ବ୍ରଣ୍ଟିଂଥର୍ପ ବ୍ଲୁ, ଭଲ୍ଲମ୍ ରେଡ୍ ପରି ଚାରିଟି ରଙ୍ଗରେ ଉପଲବ୍ଧ। ବ୍ରଣ୍ଟିଂଥର୍ପ ବ୍ଲୁ, ଭଲ୍ଲମ୍ ରେଡ୍ର ମୂଲ୍ୟ ୩,୩୭,୦୦୦ ଟଙ୍କା ଥିବା ବେଳେ ଟିଲ୍ର ମୂଲ୍ୟ ୩,୪୧,୦୦୦ ଟଙ୍କା ଓ ବ୍ଲାକ୍ କ୍ରୋମ୍ର ମୂଲ୍ୟ ହେଉଛି ୩,୫୦,୦୦୦ ଟଙ୍କା। ଏହା ଯୁବପିଢ଼ିଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନି ଆଶା କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us