ବରଙ୍କ ଜୋତା ଫେରାଇବା ପାଇଁ କନ୍ୟାଙ୍କ ଭଉଣୀଙ୍କୁ ୧୧ଲକ୍ଷ ଟଙ୍କାର ଉପହାର

Advertisment

ଚର୍ଚ୍ଚାର ପରିସରରେ ଥିବା ବିବାହକୁ ନେଇ ଦାବି କରାଯାଉଛି କି ଜଣେ ବାପା ତାଙ୍କ କନ୍ୟାଙ୍କୁ ଯୌତୁକ ବାବଦକୁ ୨କୋଟି ୫୬ଲକ୍ଷ ନଗଦ ଟଙ୍କା ଦେଇଛନ୍ତି। ବରଙ୍କ ଜୋତା ଫେରାଇବା ପାଇଁ କନ୍ୟାଙ୍କ ଭଉଣୀଙ୍କୁ ୧୧ଲକ୍ଷ ଟଙ୍କାର ଉପହାର।

ଚର୍ଚ୍ଚାର ପରିସରରେ ଥିବା ବିବାହକୁ ନେଇ ଦାବି କରାଯାଉଛି କି ଜଣେ ବାପା ତାଙ୍କ କନ୍ୟାଙ୍କୁ ଯୌତୁକ ବାବଦକୁ ୨କୋଟି ୫୬ଲକ୍ଷ ନଗଦ ଟଙ୍କା ଦେଇଛନ୍ତି। ବରଙ୍କ ଜୋତା ଫେରାଇବା ପାଇଁ କନ୍ୟାଙ୍କ ଭଉଣୀଙ୍କୁ ୧୧ଲକ୍ଷ ଟଙ୍କାର ଉପହାର।

ଢ଼ଖ୍‌ଡ଼ଫ୍‌


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳୁଛି। ତେବେ ଚର୍ଚ୍ଚାର ପରିସରକୁ ଆସିଥିବା ଏହି ଭିଡିଓକୁ ନେଇ  ଦାବି କରାଯାଉଛି କି ଜଣେ ବାପା ତାଙ୍କ କନ୍ୟାଙ୍କୁ ଯୌତୁକ ବାବଦକୁ ୨କୋଟି ୫୬ଲକ୍ଷ ନଗଦ ଟଙ୍କା ଦେଇଛନ୍ତି। 

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ବିବାହ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥ -୫୮ସ୍ଥିତ ଏକ ରେସ୍ତୋରାଁରେ ଆୟୋଜିତ ହୋଇଥିଲା। ସୁଟକେସରେ ଭର୍ତ୍ତି କରି ବିପୁଳ ପରିମାଣରେ ଟଙ୍କା ଏହି ବିବାହକୁ ଅଣାଯାଇଥିଲା। ଏହି ବିବାହରେ କନ୍ୟାଙ୍କ ବାପା ଯୌତୁକ ବାବଦକୁ  ୨କୋଟି  ୫୬ଲକ୍ଷ ଟଙ୍କା ନଗଦ ବରପକ୍ଷଙ୍କୁ ଧରାଇ ଦେଇଥିଲେ। 

କେବଳ ଏତିକି ନୁହେଁ କନ୍ୟାଙ୍କ ଭଉଣୀମାନେ ବରଙ୍କ ଜୋତା ଲୁଚାଇବା ପରମ୍ପରା ବି ଏହି ବିବାହରେ ଦେଖିବାକୁ ମିଳିଥିଲା। ଏହି ପରମ୍ପରାରେ ବରଙ୍କ ଜୋତା ଫେରାଇ ଦେବାକୁ କନ୍ୟାଙ୍କ ଭଉଣୀଙ୍କୁ ୧୧ଲକ୍ଷ ଟଙ୍କାର ଉପହାର ଦିଆଯାଇଥିଲା। ସେହିପରି ଏହି ବିବାହ ପାଇଁ ନିକାହ ପଢ଼ୁଥିବା ବ୍ୟକ୍ତିଙ୍କୁ ୧୧ଲକ୍ଷ ଟଙ୍କାର ପାରିଶ୍ରମିକ ବାବଦକୁ ଦିଆଯାଇଥିଲା।   

ଉକ୍ତ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଭିଡିଓରେ କନ୍ୟାଙ୍କ ବାପା ଦେଉଥିବା ‌ଯୌତୁକ ସମାଜ ଉପରେ ଖରାପ ପ୍ରଭାବ ପାକାଉଛି ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe