Advertisment

ଜୀବନ ଯାଉ ଯାଉ ବଞ୍ଚିଗଲା, ଟ୍ରେନ ତଳେ ଚାପି ହେବାକୁ ଯାଉଥିବା ଯୁବକଙ୍କୁ ଟାଣି ଆଣିଲେ ଆରପିଏଫ ଯବାନ

Advertisment
ଜୀବନ ଯାଉ ଯାଉ ବଞ୍ଚିଗଲା, ଟ୍ରେନ ତଳେ ଚାପି ହେବାକୁ ଯାଉଥିବା ଯୁବକଙ୍କୁ ଟାଣି ଆଣିଲେ ଆରପିଏଫ ଯବାନ

ମୁମ୍ବାଇ: ଜୀବନ ଯାଉ ଯାଉ ବଞ୍ଚିଗଲା | ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇ ଦେଲେ ଯବାନ | ଟ୍ରେନ ତଳେ ଚାପି ହେବାକୁ ଯାଉଥିବା ଯୁବକଙ୍କୁ ଟାଣି ଆଣିଲେ ଆରପିଏଫ ଯବାନ | ଗତକାଲି ମହାରାଷ୍ଟ୍ରର ବସଇ ରେଳ ଷ୍ଟେସନରେ ଘଟିଛି ଏଭଳି ଘଟଣା | ଏହି ସମୟର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି | ଭାଇରାଲ ଭିଡିଓରେ ଆରପିଏଫ ଯବାନଙ୍କ ସେହି ମହତ କାମ ସ୍ପଷ୍ଟ ଭାବେ ଦେଖାଯାଉଛି |

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡୋ ଖସିଯାଇଥିଲା | ଏହା ପରେ ସେ ଟ୍ରେନ ସହ ଘୋଷାଡ଼ି ହୋଇ ଆଗକୁ ଚାଲିଯାଇଥିଲେ | ହେଲେ ରେଳଧାରଣାକୁ ଖସିବା ପୂର୍ବରୁ ବଞ୍ଚାଇବା ପାଇଁ ଦୌଡ଼ି ଚାଲିଆସିଥିଲେ ଆରପିଏଫ ଯବାନ | ତୁରନ୍ତ ସେ ଯାତ୍ରୀଙ୍କୁ ବାହାରକୁ ଟାଣି ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ |

ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠି ଦେବଦୂତ ସାଜି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ଅନେକ ଆରପିଏଫ ଯବାନ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe