ଚାକିରି ଛାଡ଼ିବା ସହ ଘର ବିକ୍ରି କରିଥିଲେ ଦମ୍ପତି, ଏବେ ସିଙ୍ଗଡା ବିକି ଦିନକୁ ଆୟ କରୁଛନ୍ତି ୧୨ଲକ୍ଷ

ଚାକିରି ଛାଡ଼ିବା ସହ ଘର ବିକ୍ରି କରିଥିଲେ ଦମ୍ପତି, ଏବେ ସିଙ୍ଗଡା ବିକି ଦିନକୁ ଆୟ କରୁଛନ୍ତି ୧୨ଲକ୍ଷ

ବେଙ୍ଗାଲୁରୁ: ବ୍ୟବସାୟ ଆରମ୍ଭ କରିବା ପାଇଁ ଚାକିରି ଛାଡ଼ିବା ସହ ଘର ବିକ୍ରି କରିଥିଲେ ଦମ୍ପତି। ଏବେ ସିଙ୍ଗଡା ବିକି ଦିନକୁ ଆୟ କରୁଛନ୍ତି ୧୨ଲକ୍ଷ। ଏହି ଖବର ଶୁଣିବା ପରେ ଆପଣଙ୍କୁ ବିଶ୍ବାସ କରିବା କଷ୍ଟକର ହେଉଥିଲେ ବି ଏହା ସତ। ବେଙ୍ଗାଲୁରୁରେ ରହୁଥିବା ଜଣେ ଦମ୍ପତି ‘ସାମୋସା ସିଂ’ ନାମକ ଏକ ବଡ଼ ସିଙ୍ଗଡା ଦୋକାନ ଖୋଲି ଦିନକୁ ୧୨ଲକ୍ଷ ଆୟ କରୁଥିବା ଜଣାପଡ଼ିଛି।

ସୂଚନା ମୁତାବକ, ନିଧି ସିଂ ଏବଂ ତାଙ୍କ ସ୍ୱାମୀ ଶିଖର ବୀର ସିଂ ୨୦୧୬ରେ ବେଙ୍ଗାଲୁରୁରେ ସେମାନଙ୍କର ସିଙ୍ଗଡା ଦୋକାନ ଆରମ୍ଭ କରିଥିଲେ। ଏହି ଦୁଇ ଶିକ୍ଷିତ ବ୍ୟକ୍ତି ଅଧିକ ବେତନ ପ୍ରାପ୍ତ କର୍ପୋରେଟ୍ ଚାକିରି ବଦଳରେ ସିଙ୍ଗଡା ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବର୍ତ୍ତମାନ ସେମାନେ ନିଜ ଚାକିରିର ଦରମାଠାରୁ ଅଧିକ ରୋଜଗାର କରୁଛନ୍ତି।

ହରିୟାଣାର ଏହି ଦମ୍ପତି ୨୦୧୫ରେ ଚାକିରି ଛାଡି ୨୦୧୬ରେ ବେଙ୍ଗାଲୁରୁରେ ‘ସାମୋସା ସିଂ’ ଖୋଲିଥିଲେ। ଦୁହେଁ ସେମାନଙ୍କ ସଞ୍ଚୟ ଟଙ୍କାକୁ ବ୍ୟବହାର କରି ପ୍ରଥମ ଦୋକାନ ଆରମ୍ଭ କରିଥିଲେ। ପରେ ଏକ ବଡ଼ ରୋଷେଇ ଘର ନିର୍ମାଣ ପାଇଁ ସେମାନେ ସେମାନଙ୍କର ଆପାର୍ଟମେଣ୍ଟ ବିକ୍ରି କରି ସେହି ଟଙ୍କା ସହିତ ବେଙ୍ଗାଲୁରୁରେ ଏକ ବଡ଼ କାରଖାନା ଭଡାରେ ନେଇଥିଲେ ବୋଲି ୱିକେଣ୍ଡର ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ, ସମୋସା ସିଂ ପ୍ରତି ମାସରେ ୩୦,୦୦୦ ସିଙ୍ଗଡା ବିକ୍ରି କରି ପ୍ରାୟ ୪୫କୋଟି ଟଙ୍କା ଆୟ କରେ।

ତେବେ ହରିୟାଣାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜିରେ ବି-ଟେକ୍ ପଢ଼ୁଥିବା ବେଳେ ଶିଖର ଏବଂ ନିଧି ପରସ୍ପରକୁ ଭେଟିଥିଲେ। ଏହା ପରେ ହାଇଦ୍ରାବାଦରୁ ଏମଟେକ୍ କରି ଶିଖର ବାୟୋକନରେ ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ ଥିବା ବେଳେ ନିଧି ଗୁରୁଗ୍ରାମରେ ଥିବା ଫାର୍ମା କମ୍ପାନିରେ ବାର୍ଷିକ ୩୦ଲକ୍ଷ ଟଙ୍କାରେ ଚାକିରି କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe