ମୁମ୍ବାଇ ଡବାବାଲାଙ୍କ ରୋଟି ବ୍ୟାଙ୍କ୍‌: ପ୍ରତିଦିନ ୪୦୦ ବାସହୀନ ପାଉଛନ୍ତି ମାଗଣା ଖାଦ୍ୟ

Advertisment
ମୁମ୍ବାଇ ଡବାବାଲାଙ୍କ ରୋଟି ବ୍ୟାଙ୍କ୍‌: ପ୍ରତିଦିନ ୪୦୦ ବାସହୀନ ପାଉଛନ୍ତି ମାଗଣା ଖାଦ୍ୟ

ମୁମ୍ବାଇ: ମୁମ୍ବାଇର ଡବାବାଲା(ଟିଫିନ୍‌ ପହଞ୍ଚାଉଥିବା ବ୍ୟକ୍ତି) ଏବେ ସମଗ୍ର ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ନିରାଶ୍ରୟ ଅସହାୟ ବ୍ୟକ୍ତିଙ୍କ ପ୍ରତି ସମବେଦନା ଦେଖାଇ ମୁମ୍ବାଇ ଡବାବାଲା ଆସୋସିଏସନ୍‌(ଏମ୍‌ଡିଏ) ଯେଉଁ ନିଆରା କାର୍ଯ୍ୟ ଆରମ୍ଭ କରିଛି ତାହା ଏବେ ଚାରିଆଡ଼େ ଚର୍ଚ୍ଚା। ମୁମ୍ବାଇରେ ଥିବା ବାସହୀନ ବ୍ୟକ୍ତିମାନଙ୍କୁ ଏମ୍‌ଡିଏ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ‘ରୋଟି ବ୍ୟାଙ୍କ୍‌’ ନାମରେ ଏକ ମହତ ସେବା କାର୍ଯ୍ୟ କରିବା ଆରମ୍ଭ କରିଛି। ସେଥିପାଇଁ ସଂସ୍ଥା ପକ୍ଷରୁ ସହରରେ ଥିବା େଓ୍ଵଡିଂ ପ୍ଲାନର୍‌ ଏବଂ କ୍ୟାଟରିଂ ସେବା ଗୁଡ଼ିକୁ ଯୋଗାଯୋଗ କରାଯାଇଛି। ସେମାନେ ପ୍ରତିଦିନ  କୌଣସି ନା କୌଣସି ଉତ୍ସବରେ ପହଞ୍ଚିଥାନ୍ତି। ଉତ୍ସବ ସରିବା ପରେ ସେଠାରୁ ବଳକା ଖାଦ୍ୟ ଆଣି ବାସହୀନମାନଙ୍କୁ ଦେଇଥାନ୍ତି। ବିଶେଷ କରି ଏହି ସେବା ପାଇଁ ଏମ୍‌ଡିଏ ଡାକ୍ତରଖାନା, ରେଳବାଇ ଷ୍ଟେସନ୍‌, ବସ୍ତି ଏବଂ ମନ୍ଦିର ନିକଟବର୍ତ୍ତି ଅଞ୍ଚଳକୁ ଟାର୍ଗେଟ କରିଛନ୍ତି। ଏହି ଭଳି ଭାବେ ଏମ୍‌ଡିଏ ଦିନକୁ ପ୍ରାୟ ୩୦୦ରୁ ୪୦୦ ବାସହୀନଙ୍କୁ ଖାଦ୍ୟ ଯୋଗାଇବାରେ ସମର୍ଥ ହେଉଛି।

publive-image

ଉଲ୍ଲେଖଯୋଗ୍ୟ, ୨୦୧୫ ମସିହା ଡିସେମ୍ବର ମାସରେ ମୁମ୍ବାଇ ଡବାବାଲା ଆସୋସିଏସନ୍‌(ଏମ୍‌ଡିଏ) ଏହି ନିଆରା ସେବା ଆରମ୍ଭ କରିଥିଲା। ତେବେ, ଆକଳନରୁ ଜଣାପଡ଼ିଛି ଯେ ଏହିପରି ଭାବେ ବଳକା ଖାଦ୍ୟ ସଂଗ୍ରହ କରି ଏମ୍‌ଡିଏ ବର୍ଷକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଖାଦ୍ୟ ନଷ୍ଟ ହେବାରୁ ଅଟକାଇ ପାରୁଛି। ଏହି ସେବାର ଆରମ୍ଭକର୍ତ୍ତା ସୁଭାଷ ତେଲ୍‌କର କହନ୍ତି ଯେତେ ସମ୍ଭବ ଲୋକଙ୍କୁ ଖାଦ୍ୟା ଯୋଗାଇବା ଏମ୍‌ଡିଏର ମୂଳ ଲକ୍ଷ୍ୟ। ସେମାନେ ବିଭିନ୍ନ ସ୍ଥାନକୁ ଯାଇ ପ୍ରାୟ ଏହି କାର୍ଯ୍ୟ କରିବାକୁ ନିଜ ସମୟରୁ ଦିନକୁ ୪-୫ ଘଣ୍ଟା ଦେଇଥାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe