ବିବାହ ପୂର୍ବରୁ ଯୁବତୀମାନେ ଆର ଟି ଆଇର ସହାୟତା ନେଉଛନ୍ତି

ବିବାହ ପୂର୍ବରୁ ଯୁବତୀମାନେ ଆର ଟି ଆଇର ସହାୟତା ନେଉଛନ୍ତି

ଗାଜିଆବାଦ:ବିବାହ ପୂର୍ବରୁ ଯୁବତୀମାନେ ସେମାନଙ୍କର ଭାବି ଜୀବନସାଥୀଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ଲାଗି ଏବେ ଆର ଟି ଆଇ (ସୂଚନା ଅଧିକାର)ର ସହାୟତା ନେଉଛନ୍ତି। ନିର୍ବନ୍ଧ ପରେ ମନରେ ଭାବି ଜୀବନସାଥୀ ସଂପର୍କରେ ସନ୍ଦେହ ଉପୁଜିଲା,ତେବେ ତା’ର ଅପରାଧିକ ମାମଲା ଅଛି କି ନାହିଁ,ତା’ର ସଂପତ୍ତି କେତେ,ଆଦି ଜାଣିବାରେ ପ୍ରୟାସ କରାଯାଉଛି।

ଏଭଳି ମାମଲାରେ ପୁଲିସକୁ ହିଁ ଉତ୍ତର ଦେବାକୁ ପଡ଼ିଛି। ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ଇନ୍ଦିରାପୁରମ୍‌ ଥାନାରେ ଗତ ତିନି ମାସ ଭିତରେ ଇତିହାସ ବ୍ୟତୀତ ଯୁବତୀମାନେ ଯୁବକଙ୍କର ସଂପତ୍ତି ଉପରେ ବି ପ୍ରଶ୍ନ କରୁଛନ୍ତି। ଇନ୍ଦିରାପୁରମ ଥାନାରେ ପ୍ରତି ମାସରେ ୫୦ରୁ ୬୫ଟି ଆରଟିଆଇ ମାମଲା ଆସୁଥିବ ଜଣାଯାଇଛି। ଏଥିଭିତରୁ ୬୦ ପ୍ରତିଶତ ଥାନାରେ ରୁଜ୍ଜୁ ହୋଇଥିବା ବିଭିନ୍ନ ମାମଲା ସଂପର୍କୀତ ଓ ୨୦ ପ୍ରତିଶତ ଅନ୍ୟ ପ୍ରକାରର ଅପରାଧିକ ମାମଲା ବୋଲି କୁହାଯାଉଛି। ୧୦ରୁ ୧୫ ପ୍ରତିଶତ ଆର ଟି ଆଇରେ ବ୍ୟକ୍ତି ବିଶେଷଙ୍କ ସଂପର୍କୀତ ସୂଚନା ଦାବି କରୁଥିବା ଜଣାଯାଇଛି। କେତେକ ଯୁବତୀ ଭାବି ଜୀବନ ସାଥୀର ମୋବାଇଲ ନମ୍ବର ସି ଡି ଆର୍‌ ବିଷୟରେ ଜାଣିବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe